West Bengal: ଜଳୁଛି ପଶ୍ଚିମବଙ୍ଗ! ବିରୋଧ ପ୍ରଦର୍ଶନ ବେଳେ ଟିଏମସି-ବିଜେପି ମୁହାମୁହିଁ
West Bengal Politics: ବିଜେପି କର୍ମକର୍ତ୍ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତାସ୍ଥିତ ସଚିବାଳୟ ନିକଟରେ ବହୁ ସଂଖ୍ୟକ ପୋଲିସ ବଳ ମୁତୟନ କରାଯାଇଛି। ସେପଟେ ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପୋଲିସ, ବିଜେପି କର୍ମକର୍ତ୍ତାଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଛି।
TMC vs BJP: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର ଏବଂ ବିରୋଧି ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବାକ ଯୁଦ୍ଧ। ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇ ଟିଏମସି ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିକ୍ଷୋଭ କରିବା ବେଳେ ପୋଲିସ ବିଜେପି କର୍ମକର୍ତ୍ତାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ଼ ମଧ୍ୟ କରିଛି। ଏହା ବ୍ୟତୀତ ବିଜେପି ବିଧାୟକ ତଥା ରାଜ୍ୟର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି।
ପଶ୍ଚିମବଙ୍ଗ (West Bengal) ପୂର୍ବ ମେଦୀନପୁର ଜିଲ୍ଲାରେ ବିଜେପି-ଟିଏମସି କର୍ମକର୍ତ୍ତାଙ୍କ (BJP TMC Worker Clash) ମଧ୍ୟରେ ସଂଘର୍ଷ ହୋଇଛି। ଏଠାରେ ବିଜେପି କର୍ମକର୍ତ୍ତା (West Bengal BJP Worker) ରାଜ୍ୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (CM Mamata Banerjee) ନେତୃତ୍ୱାଧିନ ଟିଏମସି ସରକାର (TMC Govt) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଟିଏମସି ନେତା ସେଠାରେ ପହଞ୍ଚି ଯାଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଟିଏମସି କର୍ମକର୍ତ୍ତା (TMC Worker) ସେମାନଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି ବିଜେପି କର୍ମୀ।
ବିଜେପି କର୍ମକର୍ତ୍ତା ଟିଏମସି ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି। ରାଜଧାନୀ କୋଲକାତା (West Bengal Capital Kolkatta) ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ବିଜେପି କର୍ମକର୍ତ୍ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତାସ୍ଥିତ ସଚିବାଳୟ ନିକଟରେ ବହୁ ସଂଖ୍ୟକ ପୋଲିସ ବଳ ମୁତୟନ କରାଯାଇଛି। ସେପଟେ ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପୋଲିସ (West Bengal Police), ବିଜେପି କର୍ମକର୍ତ୍ତାଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଛି।
Also Read: Political Violence: West Bengal ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀଙ୍କ Convoy ଉପରେ ଆକ୍ରମଣ
ରାଜନୈତିକ ହିଂସାକାଣ୍ଡକୁ ନେଇ ବିଭିନ୍ନ ସମୟରେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି (West Bengal Politics)। ଯାହାର ଆରମ୍ଭ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ସମୟରୁ ହୋଇଛି। ନିର୍ବାଚନ ସରିବା ପରେ ମଧ୍ୟ ରାଜ୍ୟରେ ବନ୍ଦ ହେବାର ନାଁ ଧରୁନାହିଁ ରାଜନୈତିକ ହିଂସାକାଣ୍ଡ। ଗତ ବର୍ଷ ମେ ୬ ତାରିଖରେ ପଶ୍ଚିମ ମେଦୀନିପୁର (West Medinipur) ଜିଲ୍ଲା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (External Affairs State Minister) ଭୀ.ମୂରଲୀଧରନଙ୍କ (V.Muraleedharan) କନଭୟ ଉପରେ ଆକ୍ରମଣ କରିଥିଲେ ଶାସକ ତୃଣମୂଳ କଂଗ୍ରେସ (Trinamool Congress) କର୍ମକର୍ତ୍ତା।
ପଶ୍ଚିମ ମେଦିନୀପୁର ଜିଲ୍ଲାରେ ହୋଇଥିବା ଆକ୍ରମଣ ଘଟଣାରେ ଟ୍ୱିଟରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଟିଏମସି ସମର୍ଥିତ ଗୁଣ୍ଡା ମୋ କାଫିଲା ସହ ମୋର ବ୍ୟକ୍ତିଗତ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି କାରଣରୁ ଗସ୍ତକୁ ଅଧାରୁ ବନ୍ଦ କରିବାକୁ ପଡିଛି।
ବ୍ୟାପକ ରାଜନୈତିକ ହିଂସାକାଣ୍ଡ ଘଟଣାକୁ ନେଇ ଥରିଉଠୁଛି ପଶ୍ଚିମବଙ୍ଗ ମାଟି। ନିର୍ବାଚନୀ ହିଂସା ମଧ୍ୟରେ ଅନୁ୍ଷ୍ଠିତ ହୋଇଛି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୧। ବିଗତ କିଛି ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଏପରି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶାସକ ଟିଏମସି ଏବଂ ବିରୋଧି ବିଜେପି।