TMC Candidates List 2024: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ଇଣ୍ଡିଆ ମେଣ୍ଟକୁ ଲାଗିଛି ଜବରଦସ୍ତ ଝଟକା। ଟିମମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସମସ୍ତ ୪୨ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। ଟିଏମସି ରାଜ୍ୟର ସମସ୍ତ ୪୨ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳୀୟ ପ୍ରାର୍ଥୀ ତାଲିକାରେ ଅନେକ ଟିଏମସି ନେତାଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଥିବା ବେଳେ ଅନେକ ନୂଆ ଚେହେରାଙ୍କ ମଧ୍ୟ ସୁଯୋଗ ଦିଆଯାଇଛି। ଟିଏମସି ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ୟୁସୁଫ ପଠାନ ଟିଏମସି ପ୍ରାର୍ଥୀ ଭାବେ ବହରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯେଉଁଠି କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧରୀ ସାଂସଦ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ମିମି ଚକ୍ରବର୍ତ୍ତୀ-ନୁସରତ ଜହାଁଙ୍କ କଟିଲା ଟିକେଟ 
ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ଦଳ ଦୁର୍ଗାପୁର ଲୋକସଭା ଆସନରୁ କିର୍ତ୍ତୀ ଆଜାଦଙ୍କୁ ପ୍ରାର୍ଥୀ କରିଛି। ଏହାସହିତ ମହୁଆ ମଇତ୍ରାଙ୍କୁ କୃଷ୍ଣନଗର ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜହାଁଙ୍କ ଟିକେଟ କାଟିଛି ଟିଏମସି। ଏହା ବ୍ୟତୀତ ଅଭିଷେକ ବାନାର୍ଜୀ ନିଜେ ଡାଇମଣ୍ଡ ହାର୍ବର ଆସନରୁ ନିର୍ବାଚନ ଲଢିବେ।


ଲୋକସଭା ନିର୍ବାଚନ ୨୦୨୪: କେଉଁ ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରିଛି ଟିଏମସି? 


  • କୁଚବିହେରା: ଜଗଦୀଶ ଚନ୍ଦ୍ର ବସୁନିଆ

  • ଅଲୀପୁରଦ୍ୱାର: ପ୍ରକାଶ ସିଂହ ବଡାଇକ

  • ଜଲପାଇଗୁଡି: ନିର୍ମଳ ଚନ୍ଦ୍ର ରାୟ

  • ଦାର୍ଜିଲିଂ: ଗୋପାଳ ଲାମା

  • ରାୟଗଞ୍ଜ: କୃଷ୍ଣ କଲ୍ୟାଣୀ

  • ବାଲୁରଘାଟ: ବିପ୍ଲବ ମିତ୍ରା

  • ମାଲଦା ଉତ୍ତର: ପ୍ରସୂନ ବାନାର୍ଜୀ (ପୂର୍ବତନ ଆଇପିଏସ୍)

  • ମାଲଦା ଦକ୍ଷିଣ: ଶାହନାୱାଜ ଅଲି ରେହାନ

  • ଜଙ୍ଗୀପୁର: ଖଲିଲୁର୍ର ରହମାନ

  • ବରହାମପୁର: ୟୁସୁଫ ପଠାନ

  • ମୁର୍ଶିଦାବାଦ: ଅବୁ ତାହିର ଖାନ

  • କୃଷ୍ଣାନଗର: ମହୁଆ ମୋଇତ୍ର

  • ରଣାଘାଟ: ମୁକୁଟ ମଣି ଅଧିକାରୀ

  • ବୋଙ୍ଗା: ବିଶ୍ୱଜିତ ଦାସ

  • ବାରାକପୁର: ପାର୍ଥ ଭୌମିକ୍

  • ଦମ୍ ଦମ୍: ପ୍ରଫେସର ସୌଗତ ରାୟ

  • ବାରାସାତ: ଡକ୍ଟର କାକୋଲି ଘୋଷ ଦସ୍ତିଦାର

  • ବଶୀରହାଟ: ହାଜି ନୁରୁଲ ଇସଲାମ

  • ଜୟନଗର: ପ୍ରତିମା ମଣ୍ଡଳ

  • ମଥୁରାପୁର: ବାପି ହଳଧର

  • ଡାଇମଣ୍ଡ ହାର୍ବର୍: ଅଭିଷେକ ବାନାର୍ଜୀ

  • ଜାଦବପୁର: ସାୟୋନି ଘୋଷ

  • କୋଲକାତା ଦକ୍ଷିଣ: ମାଲା ରାୟ

  • କୋଲକାତା ଉତ୍ତର: ସୁଦୀପ ବାନାର୍ଜୀ

  • ହାୱଡା: ପ୍ରସୂନ୍ନ ବାନାର୍ଜୀ (ପୂର୍ବତନ ଫୁଟବଲର୍)

  • ଉଲୁବେରିଆ: ସଜଦା ଅହମ୍ମଦ

  • ଶ୍ରୀରାମପୁର: କଲ୍ୟାଣ ବାନାର୍ଜୀ

  • ହୁଗୁଳି: ରଚନା ବାନାର୍ଜୀ

  • ଅରାମବାଗ: ମିତାଲି ବାଗ

  • ତମୁଲକ୍: ଦେବାଙ୍ଗସୁ ଭଟ୍ଟାଚାର୍ଯ୍ୟ

  • କଣ୍ଠି: ଉତ୍ତମ ବାରିକ

  • ଘାଟାଲ: ଦୀପକ ଅଧିକାରୀ (ଦେବ)

  • ଝାରଗ୍ରାମ: କାଲିପୋଡୋ ସୋରେନ୍

  • ମେଦନୀପୁର: ଜୁନ୍ ମୈଲା

  • ପୁରୁଲିଆ: ଶାନ୍ତିରାମ ମହାତୋ

  • ବାଙ୍କୁରା: ଅରୂପ ଚକ୍ରବର୍ତ୍ତୀ

  • ବର୍ଦ୍ଧମାନ ପୂର୍ବ: ଡକ୍ଟର ଶର୍ମିଲା ସରକାର

  • ବର୍ଦ୍ଧମାନ ଦୁର୍ଗାପୁର: କୀର୍ତ୍ତି ଆଜାଦ

  • ଆସାନସୋଲ: ଶତ୍ରୁଘ୍ନ ସିହ୍ନା 

  • ବୋଲପୁଲ: ଅସିତ କୁମାର ମଲ

  • ବୀରଭୂମ: ଶତାବ୍ଦୀ ରାୟ

  • ବିଷ୍ଣୁପୁର: ସୁଜାତା ମଣ୍ଡଳ