Opposition Leader Suvendu Adhikari: ମଙ୍ଗଳବାର ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିରୋଧ ପ୍ରଦର୍ଶନରେ ଯୋଗ ଦେଇଛନ୍ତି ରାଜ୍ୟର ନନ୍ଦିଗ୍ରାମ ଆସନର ଦଳୀୟ ବିଧାୟକ ତଥା ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ମାତ୍ର ବିରୋଧ ପ୍ରଦର୍ଶନ ସମୟରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ହେପାଜତକୁ ନେବା ଘଟଣାକୁ ନେଇ ନାରାଜ ହୋଇ ଉଠିଛନ୍ତି ବିରୋଧି ଦଳ ନେତା। ବିରୋଧ ପ୍ରଦର୍ଶନ ବେଳେ ହେପାଜତକୁ ନିଆଯିବା ପରେ ତାଙ୍କୁ ଯେତେବେଳେ ପୋଲିସ ଗାଡିରେ ବସିବାକୁ ବାଧ୍ୟ କରାଗଲା, ସେତେବେଳେ ସେ ବଡ଼ ପାଟିରେ କହିଥିଲେ ଯେ ମୋତେ ଛୁଅ ନାହିଁ।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ରାଜ୍ୟ ବିଜେପି (West Bengal BJP Unit) ପକ୍ଷରୁ ଆୟୋଜିତ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ (West Bengal Opposition Leader Suvendu Adhikari) ପୋଲିସ (West Bengal Police) ହେଷ୍ଟିଙ୍ଗ ଅଞ୍ଚଳରେ ଅବସ୍ଥିତ ପୋଲିସ ଟ୍ରେନିଂ ସ୍କୁଲ ନିକଟରେ ଅଟକାଇ ଦେଇଥିଲା। ଯେଉଁଠାରେ ବିଜେପି ସମର୍ଥକ ହାୱାଡା଼ସ୍ଥିତ ରାଜ୍ୟ ସଚିବାଳୟ  ନବାତ୍ର ଆଡକୁ ନ ଆସିବା ପାଇଁ ବ୍ୟାରିକେଡ ଲଗାଯାଇଥିଲା। ଯେତେବେଳେ କିଛି ମହିଳା ପୋଲିସ କର୍ମଚାରୀ ତାଙ୍କୁ ପୋଲିସ ଗାଡିରେ ବସାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ବିରୋଧୀ ଦଳ ନେତା କହିଥିଲେ, ମୋତେ ଛୁଅନ୍ତୁ ନାହିଁ। କାରଣ ଆପଣ ଜଣେ ମହିଳା।


ତାଙ୍କ ସହ କଥାବାର୍ତ୍ତା କରିବାକୁ ପୁରୁଷ ପୋଲିସ କର୍ମଚାରୀଙ୍କୁ ଡାକିବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ। ଏନେଇ ସେ କହିଛନ୍ତି ଯେ ସେ ଆଇନ ପାଳନ କରୁଥିବା ଜଣେ ନାଗରିକ। ଏହା ପରେ ଡେପୁଟି କମିଶନର ଆକାଶ ମଘରିଆଙ୍କ ଦ୍ୱାରା ତାଙ୍କୁ ଗାଡି ପର୍ଯ୍ୟନ୍ତ ନିଆ ଯାଇଥିଲା।


Also Read: West Bengal: ଜଳୁଛି ପଶ୍ଚିମବଙ୍ଗ! ବିରୋଧ ପ୍ରଦର୍ଶନ ବେଳେ ଟିଏମସି-ବିଜେପି ମୁହାମୁହିଁ


ପରେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ମହିଳାଙ୍କୁ ସମ୍ମାନ କରୁଥିବାରୁ ସେ ଦୃଢ ଭାବେ ଉତ୍ତର ଦେଇ ନାହାଁନ୍ତି। ଅନ୍ୟପଟେ ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କ ଦ୍ୱାରା ଏକ ଫେସବୁକ ଯୋଗେ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ବିରୋଧୀ ଦଳ ନେତାଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, “ମୁଁ ପ୍ରତ୍ୟେକ ମହିଳାଙ୍କ ଆଖିରେ ମାଆ ଦୁର୍ଗାଙ୍କୁ ଦେଖୁଛି।” ମଙ୍ଗଳବାର ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ଦଳୀୟ ସାଂସଦ ଚାଟାର୍ଜୀଙ୍କ ସମେତ ବିଜେପି ନେତା ରାହୁଲ ସିହ୍ନାଙ୍କୁ ହେପାଜତକୁ ନିଆ ଯାଇଥିଲା। 


ବିଜେପି କର୍ମକର୍ତ୍ତା ଟିଏମସି ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିଛନ୍ତି। ରାଜଧାନୀ କୋଲକାତା (West Bengal Capital Kolkatta) ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ଆନ୍ଦୋଳନ କରୁଛନ୍ତି। ବିଜେପି କର୍ମକର୍ତ୍ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତାସ୍ଥିତ ସଚିବାଳୟ ନିକଟରେ ବହୁ ସଂଖ୍ୟକ ପୋଲିସ ବଳ ମୁତୟନ କରାଯାଇଛି। ସେପଟେ ପୋଲିସ-ବିଜେପି କର୍ମୀଙ୍କ  ମଧ୍ୟରେ ସଂଘର୍ଷ ହୋଇଛି। ପୋଲିସ ବିଜେପି କର୍ମକର୍ତ୍ତାଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଛି।


ପଶ୍ଚିମବଙ୍ଗ (West Bengal) ପୂର୍ବ ମେଦୀନପୁର ଜିଲ୍ଲାରେ ବିଜେପି-ଟିଏମସି କର୍ମକର୍ତ୍ତାଙ୍କ (BJP TMC Worker Clash) ମଧ୍ୟରେ ସଂଘର୍ଷ ହୋଇଛି। ଏଠାରେ ବିଜେପି କର୍ମକର୍ତ୍ତା (West Bengal BJP Worker) ରାଜ୍ୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (CM Mamata Banerjee) ନେତୃତ୍ୱାଧିନ ଟିଏମସି ସରକାର (TMC Govt) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଟିଏମସି ନେତା ସେଠାରେ ପହଞ୍ଚି ଯାଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଟିଏମସି କର୍ମକର୍ତ୍ତା (TMC Worker) ସେମାନଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି ବିଜେପି କର୍ମୀ।