Maharashtra Politics: ବହୁ ବାଦ ବିବାଦର ଅନ୍ତଃଘଟାଇ ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ଅସ୍ଥା ଭୋଟର ସମ୍ମୁଖୀନ ହେବ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି଼ ସରକାର। ଦଳ ବିରୋଧରେ ଶିବସେନା ବିଧାୟକଙ୍କ ବିଦ୍ରୋହ କାରଣରୁ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଗୃହ ରାଜ୍ୟ ଛାଡ଼ି ଗୁଜୁରାଟ ଦେଇ ଆସାମ ଠାରେ ପହଞ୍ଚିଥଲେ ବିଦ୍ରୋହୀ ଶିବସେନା ବିଧାୟକ। ମାତ୍ର ରାଜ୍ୟକୁ ଫେରିବା ଆସିବା ଲାଗି ସେମାନଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ଫେରିନଥିଲେ। ଯାହାକୁ ନେଇ ସେମାନଙ୍କୁ ଧମକ ମଝଧ୍ୟ ଦିଆଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ହେଲେ ଶିବସେନା ଅଧ୍ୟକ୍ଷ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟକୁ ଫେରି ଆସିବା ଲାଗି ଦଳର ବିଦ୍ରୋହୀ ବିଧାୟକଙ୍କୁ  ନିବେଦନ କରିଥିଲେ। ମାତ୍ର ରାଜ୍ୟକୁ ଫେରିବା ନେଇ ଦଳ ସାମ୍ନାରେ କେତେକ ସର୍ତ୍ତ ରଖିଥିଲେ ବିଦ୍ରୋହୀ ଶିବସେନା ବିଧାୟକ। କ'ଣ ଥିଲା ସେହି ସର୍ତ୍ତ ସେ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ରୋହୀ ଶିବେସନା ବିଧାୟକ ଦୀପକ କେସରକର। 


ଏନେଇ ସେ କହିଛନ୍ତି ଆମ ଗୋଷ୍ଠୀର ବିଜେପି କିମ୍ବା ମହାରାଷ୍ଟ୍ର ନବନିର୍ମାନ ସେନା ସହ ବିଲୟ ହେବ ନାହିଁ। ଆମେ ହେଉଛୁ ମୂଳ ସଂସଦୀୟ ଦଳ। ଆମେ କାହା ସହ ମିଶିବୁ ନାହିଁ। ଆମେ ମେଣ୍ଟ କରିବୁ। 


ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ବର୍ଷି ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର କହିଛନ୍ତି ଦଳରେ ରହି ସେ ସବୁକିଛି ନଷ୍ଟ କରୁଛନ୍ତି। ଦଳ ତାଙ୍କୁ ବହିଷ୍କାର କଲେ ସବୁକିଛି ଠିକ ହୋଇଯିବ। ସଞ୍ଜୟ ରାଉତଙ୍କ ମନୋଭାବ ସବୁଠାରୁ ଅଧିକ ଖରାପ। ଯଦି ଶିବସେନା ତାଙ୍କୁ ବହିଷ୍କାର କରେ ତାହେଲେ ଦଳରେ ଏକ ଭଲ ପରିବେଶ ସୃଷ୍ଟି ହୋଇପାରେ। 


ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ଏନିସିପି-କଂଗ୍ରେସ ସହ ମେଣ୍ଟ ଭାଙ୍ଗନ୍ତୁ। ଯଦି ଉଦ୍ଧବ ଠାକରେ ବିଜେପି ସହ ପୁନର୍ବାର ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥାନ୍ତେ ତାହେଲେ ଆମେ ଦଳକୁ ଫେରିଥାନ୍ତୁ। ହେଲେ ଏ ପ୍ରସଙ୍ଗରେ ଆମ ପକ୍ଷରୁ କରାଯାଇ ଥିବା ଦାବି ଉପରେ ସେ କୌଣସି ନଷ୍ପତ୍ତି ନେଇନଥିଲେ। ଯଦି ସେ କଂଗ୍ରେସ-ଏନସିପି ସହ ମେଣ୍ଟ ଭାଙ୍ଗିଥାନ୍ତେ ତାହେଲେ ଆମେ ତାଙ୍କ ସହ ରହିଥାନ୍ତୁ। ଅନ୍ୟଥା ସେ ସଂଖ୍ୟ ଗରିଷ୍ଠତା ହରାଇଥିବା ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଆବଶ୍ୟକ। ଯାହା ଦ୍ୱାରା ଆମେ ଆମର ସଂଖ୍ୟାବଳ ଆଧାରରେ ସରକାର ଗଠନ କରିବା ଲାଗି ରଣନୀତି ପ୍ରସ୍ତୁତ କରିବୁ। 


ଯଦି ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ବିରୋଧରେ କୌଣସି  ଅବିଶ୍ୱାସ ପ୍ରସ୍ତାବ ରହିଛି ତାହେଲେ ବାଚସ୍ପତି ପଦ  ସ୍ପିକର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ଆବଶ୍ୟକ। ଏନେଇ ଖୋଲା ମତଦାନ ହେବା ଆବଶ୍ୟକ ଗୁପ୍ତ ଭୋଟ୍ ନୁହେଁ। ଯେଉଁଥି ପାଇଁ ଆମେ ମହାରାଷ୍ଟ୍ର ଫେରିବାକୁ ପ୍ରସ୍ତୁତ। ସଞ୍ଜୟ ରାଉତ ଶାରଦ ପାୱାରଙ୍କ ଅତି ନିକଟତର। ସେ ଏନସିପିକୁ ପରାମର୍ଶ ଦେବା ଆବଶ୍ୟକ। ବସ୍ତବତାକୁ ବିଚାର କରି କଂଗ୍ରେସ-ଏନସିପି ମଧ୍ୟ ମହାବିକାଶ ଅଘାଡ଼ି ସରକାରରୁ ବାହାରିଯିବା ଆବଶ୍ୟକ। 


Also Read: Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବଡ଼ ଦାବି କଲେ ଏକନାଥ ସିନ୍ଦେ


Also Read: Assam Flood: ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ବିଦ୍ରୋହୀ ଶିବସେନା ବିଧାୟକ