Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବଡ଼ ଦାବି କଲେ ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1237662

Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବଡ଼ ଦାବି କଲେ ଏକନାଥ ସିନ୍ଦେ

Maharashtra Politics:  ଆମ ପାଖରେ ୫୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯାହା ଦଳର ମୋଟ ବିଧାୟକ ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ। 

Maharashtra Politics: ଆସ୍ଥା ଭୋଟ ପୂର୍ବରୁ ବଡ଼ ଦାବି କଲେ ଏକନାଥ ସିନ୍ଦେ

Maharashtra Politics: ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଅସ୍ଥା ଭୋଟ ପୂର୍ବରୁ ଏକ ବଡ଼ ଦାବି କରିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ। ଏନେଇ ସେ କହିଛନ୍ତି ମୋ ପାଖରେ ୫୦ ବିଧାୟକଙ୍କ ସମର୍ଥନ ରହିଛି। ବିଧାନସଭାରେ ସଂଖ୍ୟାବଳକୁ ନେଇ ହେଉଥିବା କୌଣସି ପରୀକ୍ଷାରେ ଆମେ ଉତ୍ତୀର୍ଣ୍ଣ ହେବୁ। ମୋ ପାଖରେ ଦଳ ସମେତ ସ୍ୱାଧିନ ବିଧାୟକଙ୍କ ସମର୍ଥନ ମିଳିଛି ବୋଲି ଦାବି କରିଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ।        

ଆସାମ ରାଜଧାନୀ ଗୌହାଟିସ୍ଥିତ ରେଡି଼ସନ ବ୍ଲୁ ହୋଟେଲ ଠାରେ ଅବସ୍ଥାନ କରିବା ଅବସରରେ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ କାମାଖ୍ୟା ମନ୍ଦିର ଦର୍ଶନ କରିବା ଅବସରରେ ଏକନାଥ ସିନ୍ଦେ ଦାବି କରି କହିଛନ୍ତି ଯେ ଆମ ପାଖରେ ୫୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯାହା ଦଳର ମୋଟ ବିଧାୟକ ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ପାଇଁ ଆମେ ଚିନ୍ତିତ ନୁହଁ ଏବଂ ବହୁମତ ସାବ୍ୟସ୍ତ କରିବାକୁ ନେଇ ଯଦି କୌଣସି ପରୀକ୍ଷା କରାଯାଏ ତାହେଲେ ଆମେ ଉତ୍ତୀର୍ଣ୍ଣ ହେବୁ ବୋଲି କହିଛନ୍ତି ସେ।

ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାର। ବିଧାନସଭାରେ ସଂଖ୍ୟା ବଳ ସହ ସଂଘର୍ଷ କରୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଆସନ୍ତାକାଲି ଆସ୍ଥାଭୋଟର ସାମ୍ନା କରିବେ। ରାଜ୍ୟରେ ଆସ୍ଥାଭୋଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ଅନ୍ୟପଟେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଠାରେ ପହଞ୍ଚିଛି  ମହାବିକାଶ ଅଘାଡି଼ ମେଣ୍ଟର ନେତୃତ୍ୱ ନେଉଥିବା ଶିବସେନା।

ମହାରାଷ୍ଟ୍ର ବିଧାନସଭାରେ ହେବାକୁ ଯାଉଥିବା ଅସ୍ଥା ଭୋଟ ଉପରେ ପ୍ରତିକ୍ରିୟା ରଖି ଏକନାଥ ସିନ୍ଦେ କହିଛନ୍ତି ଆମକୁ କେହି ଅଟକାଇ ରଖିପାରିବେ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାବଳ ଏବଂ ବହୁମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାହାକୁ ଦେଶର ସମ୍ବିଧାନ ଏବଂ ନିୟମକୁ ଅତିକ୍ରମ କରିବା ଅଧିକାର ନାହିଁ। ଏହା ମହାରାଷ୍ଟ୍ର ଏବଂ ହିନ୍ଦୁତ୍ୱର ଅଗ୍ରଗତି ପାଇଁ। ବହୁମତ ଆମ ସହ ରହିଛି। 

ବର୍ତ୍ତମାନ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରର ବିକଳ୍ପରେ ଗଠିତ ହେବାକୁ ଥିବା ବିଜେପି ସରକାରକୁ ବିଦ୍ରୋହୀ ବିଧାୟକ ସମର୍ଥନ ଦେବେ ନାହିଁ ତାହାର ଜବାବ ରଖି ଏକନାଥ ସିନ୍ଦେ କହିଛନ୍ତି ଗୁରୁବାର ବିଧାନସଭାରେ ବହୁମତ ପରୀକ୍ଷା ହେବା ପରେ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବୁ। 

Also Read: Assam Flood: ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ବିଦ୍ରୋହୀ ଶିବସେନା ବିଧାୟକ