what is losing deposit in election meaning in india: କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଅମାନତ ହରାଇବା ସମ୍ପର୍କରେ ଖବର ଆପଣ ପଢିଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି ନିର୍ବାଚନରେ ପ୍ରାର୍ଥୀ ଅମାନତ ହରାଇବାର ଅର୍ଥ କ'ଣ? 


COMMERCIAL BREAK
SCROLL TO CONTINUE READING

ପ୍ରତ୍ୟେକ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ପାଖରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ଜମା କରିବାକୁ ହୋଇଥାଏ। ଯାହାକୁ ଅମାନତ ରାଶି କୁହାଯାଏ। ଯଦି କୌଣସି ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ ହାସଲ କରିବାରେ ଅସମର୍ଥ ହୋଇଥାନ୍ତି ତାହେଲେ ତାଙ୍କ ଅମାନତ ରାଶି ଜବତ କରି ନିଆଯାଏ। ପ୍ରତ୍ୟେକ ନିର୍ବାଚନରେ ଅମାନତ ରାଶି ପରିମାଣ ଅଲଗା ଅଲଗା ହୋଇଥାଏ।  ଆପଣ ଜାଣି ଆଶ୍ଚର୍ଯ୍ୟ ପଞ୍ଚାୟତ ଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ, ପ୍ରତ୍ୟେକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଅମାନତ ରାଶି ଜମା କରିବାକୁ ହୋଇଥାଏ।  


କେତେ ପରିମାଣରେ ହୋଇଥାଏ ଅମାନତ ରାଶି? 


  • ପ୍ରତ୍ୟେକ ନିର୍ବାଚନରେ ଦାଖଲ କରାଯାଉଥିବା ଅମାନତ ରାଶି ପରିମାଣ ଅଲଗା ଅଲଗା ହୋଇଥାଏ। ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଅମାନତ ରାଶି ଜମା ଦାଖଲ କରିବା ପ୍ରକ୍ରିୟା ଜନପ୍ରତିନିଧି ଅଧିନିୟମ ୧୯୫୧, ଏବଂ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅମାନତ ରାଶି ଜମା ଦାଖଲ କରିବା ପ୍ରକ୍ରିୟା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ ଦ୍ୱାରା ଉଲ୍ଲେଖ କରାଯାଇଛି।

  • ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ସାଧାରଣ ବର୍ଗ (ଅଣସଂରକ୍ଷିତ ଆସନ) ଏବଂ ଏସସି-ଏସଟି ବର୍ଗର ପ୍ରାର୍ଥୀଙ୍କ (ଅନୁସୂଚିତ ଜାତି-ଅନୁସୂଚିତ ଜନଜାତି ସଂରକ୍ଷିତ ଆସନ) ପାଇଁ ଅମାନତ ରାଶି ପରିମାଣ ଭିନ୍ନ ଭିନ୍ନ ହୋଇଥାଏ। ଅନ୍ୟପକ୍ଷରେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ପରିମାଣ ସମାନ ହୋଇଥାଏ।


କେଉଁ ନିର୍ବାଚନ ପାଇଁ କେତେ ପରିମାଣରେ ଦାଖଲ ହୋଇଥାଏ ହୋଇଥାଏ ଅମାନତ ରାଶି? 


  • ଲୋକସଭା ନିର୍ବାଚନ: ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୨୫ ହଜାର ଟଙ୍କାର ଅମାନତ ରାଶି ଜମା କରିବାକୁ ହୋଇଥାଏ। ଏସସି-ଏସଟି ବର୍ଗ ପ୍ରାର୍ଥୀଙ୍କୁ ୧୨ ହଜାର ୫୦୦ ଟଙ୍କାର ଅମାନତ ରାଶି ଜମା କରିବାକୁ ହୋଇଥାଏ।

  • ବିଧାନସଭା ନିର୍ବାଚନ: ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦ ହଜାର ଟଙ୍କା ଏବଂ ଏସସି-ଏସଟି ବର୍ଗର ପ୍ରାର୍ଥୀଙ୍କୁ ୫୦୦୦ ଟଙ୍କାର ଅମାନତ ରାଶି ଜମା କରିବାକୁ ହୋଇଥାଏ।

  • ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ: ସମସ୍ତ ବର୍ଗ ପାଇଁ ଅମାନତ ରାଶି ପରିମାଣ ସମାନ ହୋଇଥାଏ। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କାର ଅମାନତ ରାଶି ଜମା କରିବାକୁ ହୋଇଥାଏ।


କାହିଁକି ନିର୍ବାଚନରେ ଜବତ ହୋଇଥାଏ ଅମାନତ ରାଶି?


  • ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଯେତେବେଳେ ଜଣେ ପ୍ରାର୍ଥୀ କୌଣସି ଆସନରେ ହୋଇଥିବା ମୋଟ ମତଦାନ ଏକ-ଷଷ୍ଠାଂଶ (୧/୬) ଅର୍ଥାତ ୧୬.୬୬% ଭୋଟ ପାଇନଥାନ୍ତି ସେତେବେଳେ ତାଙ୍କ ଅମାନତ ରାଶି ଜବତ କରି ନିଆଯାଏ।

  • ମନେକରାଯାଉ ଗୋଟିଏ ଆସନରେ ମୋଟ ୧ ଲକ୍ଷ ମତଦାନ ହୋଇଛି ଏବଂ ସେଠାରେ ୫ ଜଣ ପ୍ରାର୍ଥୀ ୧୬,୬୬୬ ଠାରୁ ଭୋଟ୍ କମ୍ ପାଇଛନ୍ତି, ତାହେଲେ ସମସ୍ତଙ୍କର ଅମାନତ ରାଶି ଜବତ କରି ନିଆଯିବ।

  • ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ସମାନ ନିୟମ ଲାଗୁ ହୋଇଥାଏ। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ସେମାନଙ୍କ ଅମାନତ ରାଶି ବଞ୍ଚାଇବାକୁ ହେଲେ ଏକ-ଷଷ୍ଠାଂଶ (୧/୬) ଭୋଟ୍ ପାଇବାକୁ ସୁନିଶ୍ଚିତ କରିବାକୁ ହୋଇଥାଏ।


କେଉଁ ପରିସ୍ଥିତିରେ ଫେରାଇ ଦିଆଯାଏ ଅମାନତ ରାଶି?


  • ଯେତେବେଳେ ଜଣେ ପ୍ରାର୍ଥୀ ଏକ-ଷଷ୍ଠାଂଶରୁ (୧/୬)  ଅଧିକ ଭୋଟ୍ ପାଇଥାନ୍ତି, ସେତେବେଳେ ତାଙ୍କର ଅମାନତ ରାଶି ଫେରସ୍ତ କରାଯାଏ।

  • ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ତାଙ୍କ ଅମାନତ ରାଶି ଫେରସ୍ତ କରାଯାଇଥାଏ। ଯଦି ତାଙ୍କୁ ଏକ-ଷଷ୍ଠାଂଶରୁ କମ୍ ଭୋଟ୍ ମିଳିଛି ତଥାପି ତାଙ୍କର ଅମାନତ ରାଶି ଫେରସ୍ତ କରାଯାଏ। 

  • ଭୋଟିଂ ଆରମ୍ଭ ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯାଏ, ତାହେଲେ ଅମାନତ ରାଶି ମୃତକ ପ୍ରାର୍ଥୀଙ୍କ ପରିବାରକୁ ଫେରସ୍ତ କରାଯାଇଥାଏ।