Ghulam Nabi Azad: ଅଗଷ୍ଟ ୨୬ ତାରିଖ ଶୁକ୍ରବାର କଂଗ୍ରେସ ଛାଡିଥିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଦଳ ଛାଡିବା ସମମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। କଂଗ୍ରେସ ଛାଡିବା ପରେ ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ତାଙ୍କର ଏକ ନୂଆ ରାଜନୈତିକ ଦଳ ଗଠନ କରିବ ବୋଲି ଖବର ମିଳୁଛି। ଜାମୁ କାଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିଏମ ସରୁରୀ ତାଙ୍କ ବାବଦର ଏକ ବଡ଼ ବିବୃତ୍ତି ଦେଇ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ବିଜେପି ହାତ ଧରିବେ ନାହିଁ। ହେଲେ ଖୁବ୍ ଶୀଘ୍ର ସେ ତାଙ୍କର ଏକ ନୂତନ ରାଜନୈତିକ ଦଳ ଗଠନ କରିବେ। ତାଙ୍କର ଅନେକ ସମର୍ଥକ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ଜଣେ ବଡ ନେତା। ସେ କଂଗ୍ରେସକୁ ୫୦ ବର୍ଷ ସମୟ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ଶୁକ୍ରବାର କଂଗ୍ରେସକୁ ଏକ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ (Ghulam Nabi Azad) ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ ସେ କଂଗ୍ରେସ (Congress) ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ନିକଟରେ ଦଳ ଦ୍ୱାରା ମନୋନୀତ ହେବା ପରେ ସେ ଜାମୁ କାଶ୍ମୀର ଅଭିଯାନ କମିଟି ମୁଖ୍ୟ ପଦ ଛାଡି ଦେଇଥିଲେ। ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବରେ ଅବସର ନେବା ପରେ ତାଙ୍କୁ ରାଜ୍ୟସଭା ନିର୍ବାଚନରେ ଅଣଦେଖା କରାଯିବା ପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। ଦଳର ବ୍ୟାପକ ସଂସ୍କାର ଦାବି କରୁଥିବା ଦଳର G23 ଗୋଷ୍ଠୀର ନେତା ହେଉଛନ୍ତି ସେ।


Also Read: Crack in Congress: ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଆସିଲେ କଂଗ୍ରେସ ସାଂସଦ ମନୀଷ ତିୱାରୀ


ନିଜ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କଂଗ୍ରେସକୁ ନଷ୍ଟ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ପଦରେ ଦଳର ଏପରି ଜଣେ ନେତାଙ୍କୁ ବସାଇବେ ଯିଏ ତାଙ୍କ ସଖିକଣ୍ଢେଇ ଭଳି କାମ କରିବେ। ପରଦା ପଛରେ ରହି ଦଳ ସମ୍ପର୍କରେ ସମସ୍ତ ନିଷ୍ପତ୍ତି ନିଜେ ନେବେ। ଆଜାଦ ଅଭିଯୋଗ କରି କହିଛନ୍ତି ଯେ ୨୦୨୦ ବର୍ଷରେ ଯେତେବେଳେ ୨୩ ଜଣ କଂଗ୍ରେସ ନେତା ଦଳର ସଂସ୍କାର ଆଣିବାକୁ ଦାବି କରିଥିଲେ ସେମାନଙ୍କୁ କଂଗ୍ରେସ କାର୍ଯ୍ୟ କମିଟି ବୈଠକରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ଅପମାନିତ କରାଯାଇଥିଲା।


ନିଜ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ କଂଗ୍ରେସ ଦଳର ପରିସ୍ଥିତି ଏପରି ହୋଇଛି ଯେ ଦଳର ନେତୃତ୍ୱ ନେବାକୁ ବର୍ତ୍ତମାନ ଛଦ୍ମବେଶୀଙ୍କୁ ବ୍ୟବହାର କରାଯାଉଛି। ଏହି ପରୀକ୍ଷଣ ନିଶ୍ଚିତ ଭାବରେ ବିଫଳ ହେବ। ଦଳ ଏପରି ଭାବରେ ନଷ୍ଟ ହୋଇଯାଇଛି ଯେ ପରିସ୍ଥିତି ହାତରୁ ବାହାରି ଯାଇଛି। ବର୍ତ୍ତମାନ ସମୟରେ ହେବାକୁ ଯାଉଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କେବେଳ ଲୋକ ଦେଖାଣିଆ ବ୍ୟତୀତ ଆଉ କିଛି ହେବ ନାହିଁ। ଯିଏ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବେ ସେ ସଖିକଣ୍ଢେଇ ଭଳି କାମ କରିବେ। 


କଂଗ୍ରେସ ଜାତୀୟ ରାଜନୀତିରେ ବିଜେପି ଏବଂ ରାଜ୍ୟ ରାଜ୍ୟ ରାଜନୀତିରେ ଆଞ୍ଚଳିକ ଦଳଙ୍କୁ ସ୍ଥାନ ଦେଇଛି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଗୁଲାମ ନବୀ ଆଜାଦ ଅଭିଯୋଗ ଆଣି କହିଛନ୍ତି ଯେ ବିଗତ ୮ ବର୍ଷ ମଧ୍ୟରେ ଦଳୀୟ ନେତୃତ୍ୱ ଏପରି ଜଣେ ଦଳର ସର୍ବୋଚ୍ଚ ପଦରେ ବସାଇବାକୁ ଚେଷ୍ଟା କରିଛନ୍ତି ଯିଏ କୌଣସି କଥାକୁ ଗୁରୁତର ସହ ନିଅନ୍ତି ନାହିଁ।


Also Read: Ghulam Nabi Azad: 'କଂଗ୍ରେସରେ ନିଷ୍ପତ୍ତି ନିଅନ୍ତି ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ସୁରକ୍ଷାକର୍ମୀ'


 


ଅଖିଳ ଭାରତୀୟ କଂଗ୍ରେସ କମିଟି ପରିଚାଳନା ଦାୟିତ୍ୱରେ ରହିଥିବା ନେତାଙ୍କ ନିର୍ଦ୍ଦେଶକ୍ରମେ ଜାମୁ ଏକ ନକଲି ଅନ୍ତିମ ସଂସ୍କାର ଶୋଭାଯାତ୍ରା କରାଯାଇଥିଲା ଏବଂ ଏଭଳି ଅନୁଶାନନ ବିହୀନ କାର୍ଯ୍ୟ ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ଏଆଇସିସି ସାଧାରଣ ସମ୍ପାଦକ ତଥା ରାହୁଲ ଗାନ୍ଧୀଙ୍କ ସମର୍ଥକ ସ୍ୱାଗତ କରିଥିଲେ। ଏହି ଗୋଷ୍ଠୀର ନେତା ସେମାନଙ୍କ ଗୁଣ୍ଡାଙ୍କ ସହାୟତାରେ ପୂର୍ବତନ ମନ୍ତ୍ରୀ କପିଲ ଶିବଲଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇ ଥିଲେ। ଯିଏ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ  ଅଦାଲତରେ ବିଭିନ୍ନ ମାମଲାରେ ରକ୍ଷା କରୁଥିଲେ। ଦଳରେ ସଂସ୍କାର ଆଣିବା ପାଇଁ ଚିଠି ଲେଖିଥିବା ସେହି ୨୩ ଜଣ ଦଳୀୟ ନେତାଙ୍କ ଏକମାତ୍ର ଅପରାଧ ହେଉଛି ଯେ ସେମାନେ ଦଳର ଦୁର୍ବଳତାର କାରଣ ଏବଂ ଏହାର ପ୍ରତିକାର ବାବଦରେ ଅବଗତ କରାଇଥିଲେ।