ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛି ବିଜେପି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ରାଜ୍ୟର ଦଳୀୟ ସରକାର ଗଠନ ହେବାକୁ ଯାଉଥିବା ବେଳେ ଏବେ ବିଜେପି ଶିବିରରେ ଭରିଯାଇଛି ଉତ୍ସାହ। ୨୦୨୨ ବିଧାନସଭା ଅଭିଯାନ ଶେଷ ହେବା ପରେ ଏବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ବିଜେପି।  


COMMERCIAL BREAK
SCROLL TO CONTINUE READING

ଗତ ୨୦୧୯ ତୁଳନାରେ ଆଗାମୀ ୨୦୨୪ ନିର୍ବାଚନରେ ଅଧିକ ଭୋଟ ପାଇବା ଉପରେ ଧ୍ୟାନ ଦେଇଛି ବିଜେପି। ସମସ୍ତ ରାଜ୍ୟରେ ଭୋଟ୍ ପ୍ରତିଶତ ବୃଦ୍ଧି ପାଇଁ ବିଜେପି କର୍ମକର୍ତ୍ତା ଦଳୀୟ ଅଭିଯାନରେ ମାତି ଯାଇଛନ୍ତି।


ଦଳୀୟ ସାଙ୍ଗଠନିକ ଶକ୍ତି ବଳରେ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ ଏକାକୀ ୨୫୫ ଆସନ ଦଖଲ କରିଛି। ଅନ୍ୟପଟେ ୭୦ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ୪୭, ୬୦ ଆସନ ବିଶିଷ୍ଟ ବିଧାନସଭାରେ ୩୨ ଏବଂ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଦଳ ୨୦ ଆସନ ଅକ୍ତିଆର ରାଜ୍ୟର ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ମୋଟାମୋଟି ଉପରେ କହିବାକୁ ଗଲେ ଏହି ସମସ୍ତ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି।  


Also Read: ସ୍ଥିର ହେଲା ତାରିଖ; ଜାଣନ୍ତୁ କେବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ


 


୨୦୨୪ ଲୋକସଭା ନିର୍ବାଚନ: କ'ଣ ରହିଛି ବିଜେପି ଅଭିଯାନ


  • ୨୦୧୯ ତୁଳନାରେ ଆଗାମୀ ୨୦୨୪ ନିର୍ବାଚନରେ ଅଧିକ ଭୋଟ ହାସଲ କରିବା ଉପରେ ନଜର

  • ସମସ୍ତ ରାଜ୍ୟରେ ଭୋଟ ପ୍ରତିଶତ ବଢାଇବା ଉପରେ ଲକ୍ଷ୍ୟ

  • ଅଧିକ ଭୋଟ୍ ପ୍ରତିଶତ ରଣନୀତି ଯାହା ଦ୍ୱାରା ଯଦି ବିରୋଧି ବିଭିନ୍ନ ରାଜ୍ୟରେ ଏକଜୁଟ ହୋଇଥିଲେ ମଧ୍ୟ ଦଳର ଆସନ ସଂଖ୍ୟା ହ୍ରାସ ପାଇବ ନାହିଁ

  • ଅନ୍ୟ ରାଜ୍ୟରେ ମଧ୍ୟ ଉତ୍ତର ପ୍ରଦେଶ ଭଳି ଅଣ-ଜଟବ ଅନୁସୂଚିତ ଜାତି ଭୋଟ୍ ଉପରେ ଧ୍ୟାନ

  • ଅଣ ଯାଦବ ପଛୁଆ ବର୍ଗକୁ ଦଳ ସହିତ ସଂଯୋଗ 

  • ମୁସଲମାନଙ୍କୁ ଏକତ୍ର ଯୋଡିବା ପାଇଁ ଏକ ପୃଥକ ରଣନୀତି 

  • ଅଧିକରୁ ଅଧିକ ମୁସଲମାନ ମହିଳାଙ୍କୁ ଏକାଠି କରିବା ପାଇଁ ପ୍ରୟାସ

  • ଜାତୀୟତା ପ୍ରସଙ୍ଗରେ ଜାତିଗତ ପ୍ରତିବନ୍ଧକକୁ ଭାଙ୍ଗିବାକୁ ରଣନୀତି

  • ହିନ୍ଦୁତ୍ୱ ସର୍ବଦା ଏକ ମଜବୁତ ଆଧାର ହୋଇ ରହିବ


ଅନ୍ୟପଟେ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଜବରଦସ୍ତ ସଫଳତା ହାସଲ କରିଥିବା ବେଳେ କଂଗ୍ରେସର ପରିସର ହ୍ରାସ ପାଉଛି। ଦଳ ବର୍ତ୍ତମାନ କେବଳ ରାଜସ୍ଥାନ ଏବଂ ଛତିଶଗଡ ଆଦି ରାଜ୍ୟ ଦ୍ୱୟରେ ନିଜ ଦମରେ ସରକାର ଚଳାଉଥିବା ବେଳେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତାମିଲନାଡୁ ଆଦି ରାଜ୍ୟରେ କ୍ଷମତାସୀନ ମେଣ୍ଟ ସରକାରରେ ଅଂଶୀଦାର ଦଳ ହୋଇ ରହିଛି।