Congress Presidents: ଯେବେ ଅଣ ଗାନ୍ଧୀ ପରିବାରର ନେତା ସମ୍ଭାଳିଥିଲେ ଦଳର ମଙ୍ଗୁଆଳ ପଦ
Congress President: ଦେଶ ସ୍ୱାଧିନ ହେବାକୁ ୭ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କରିସାରିଛି। ଦେଶ ସ୍ୱାଧିନ ହେବା ପରେ ପ୍ରାୟ ୬ ଦଶନ୍ଧିରୁ ଅଧିକ ସମୟ ଧରି ଦେଶର ଶାସନ ଭାର କଂଗ୍ରେସ ହାତରେ ରହିଛି। ଯେତେବେଳେ କଂଗ୍ରେସ କ୍ଷମତାରେ ରହିଛି ସେତେବେଳେ ଦଳର ଅଧ୍ୟକ୍ଷ ଅଥବା ପ୍ରଧାନମନ୍ତ୍ରୀ ପଦ ଗାନ୍ଧୀ ପରିବାର ହାତରେ ରହିଛି। ବିଗତ ୨ ଦଶନ୍ଧି ହେବ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳୁଛି ଗାନ୍ଧୀ ପରିବାର।
Non Gandhi Congress President: ଗତ ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ନେତୃତ୍ୱ ସଂକଟ ସହ ସଂଘର୍ଷ କରୁଥିବା କଂଗ୍ରେସ ଏବେ ନିଜର ପୁରୁଖା ନେତାଙ୍କୁ ହରାଉଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନିଜର ହଜିଯାଇଥିବା ସ୍ଥାନକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଏନେଇ ଦଳକୁ ଜଣେ ନୂତନ ଅଧ୍ୟକ୍ଷ ଆବଶ୍ୟକ ପଡୁଛନ୍ତି। ହେଲେ ଗାନ୍ଧୀ ପରିବାରର ଉପସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ହେଲେ ଏହା ଭିତ୍ତିହୀନ ବୋଲି ପ୍ରମାଣିତ ହୋଇପାରେ।
ବର୍ତ୍ତମାନ ଦଳର ଅନ୍ତଃରୀଣ ଅଧ୍ୟକ୍ଷା ରହିଥିବା ସୋନିଆ ଗାନ୍ଧୀ (Sonia Gandhi) ସ୍ୱାସ୍ଥ୍ୟଗତ କାରଣରୁ ପୁନର୍ବାର ଏହି ଦାୟିତ୍ୱ ଗ୍ରହଣ କରି ନପାରନ୍ତି। ଦଳର ପୂର୍ବତନ ଜାତୀୟ ସଭାପତି (Congress President) ରାହୁଲ ଗାନ୍ଧୀ (Rahul Gandhi) ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ପଦ ଫେରିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ହାଇ କମାଣ୍ଡ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏଥର ଗାନ୍ଧୀ ପରିବାର ବାହାର ଜଣେ କୌଣସି ନେତା କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ। ଏଭଳି ପରିସ୍ଥିତିରେ ଦଳ ଏକ ନୂତନ ନେତୃତ୍ୱ ଖୋଜୁଛି।
ଦେଶ ସ୍ୱାଧିନ ହେବାକୁ ୭ ଦଶନ୍ଧିରୁ ଅଧିକ ସମୟ ଅତିକ୍ରମ କରିସାରିଛି। ଦେଶ ସ୍ୱାଧିନ ହେବା ପରେ ପ୍ରାୟ ୬ ଦଶନ୍ଧିରୁ ଅଧିକ ସମୟ ଧରି ଦେଶର ଶାସନ ଭାର କଂଗ୍ରେସ ହାତରେ ରହିଛି। ଯେତେବେଳେ କଂଗ୍ରେସ କ୍ଷମତାରେ ରହିଛି ସେତେବେଳେ ଦଳର ଅଧ୍ୟକ୍ଷ ଅଥବା ପ୍ରଧାନମନ୍ତ୍ରୀ ପଦ ଗାନ୍ଧୀ ପରିବାର (Gandhi Family) ହାତରେ ରହିଛି। ବିଗତ ୨ ଦଶନ୍ଧି ହେବ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳୁଛି ଗାନ୍ଧୀ ପରିବାର। ବର୍ତ୍ତମାନ କୌତୁହଳର ପ୍ରସଙ୍ଗ ଏହା ଯେ ଏବେ ଅଣ ଗାନ୍ଧୀ ପରିବାରର (Non Gandhi Family Congress Leader) ନେତାଙ୍କୁ ଅଧ୍ୟକ୍ଷ ପଦ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହ କିପରି କାର୍ଯ୍ୟକାରୀ କରାଯିବ। ପ୍ରାୟ ୫୪ ବର୍ଷ ଧରି କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରିଛି ଏବଂ ଦେଶକୁ ୭ ଜଣ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ସ୍ୱାଧୀନତା ପରଠାରୁ କଂଗ୍ରେସ ଅଧ୍ୟକ୍ଷ ଗାଦିରେ ୧୯ ଜଣ ନେତା ବସିଛନ୍ତି। ସେମାନଙ୍କ ମଧ୍ୟରୁ ନେହେରୁ-ଗାନ୍ଧୀ ପରିବାରର (Gandhi Nehuru Family) ୫ ଜଣ ସଦସ୍ୟ ଅଛନ୍ତି। ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରଣ ହୋଇସାରିଛି। ହେଲେ ଏହା ମଧ୍ୟରୁ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଗାନ୍ଧୀ-ନେହେରୁ ପରିବାରର କୌଣସି ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ୧୯୯୮ ମସିହା ପର ଠାରୁ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ କ୍ରମାଗତ ଭାବେ କଂଗ୍ରେସ ଅଧ୍ୟକ୍ଷ ହୋଇ ଆସିଛନ୍ତି।
Also Read: କଂଗ୍ରେସ ପାଇଁ Liabilities & Assets ହେଉଛି ଗାନ୍ଧୀ ପରିବାର
ଯଦି ଅଣ ଗାନ୍ଧୀ ପରିବାର କଂଗ୍ରେସ ଅଧ୍ୟକ୍ଷଙ୍କ କଥା କୁହାଯାଏ ତାହେଲେ ସ୍ୱାଧିନ ଭାରତରେ କଂଗ୍ରେସ ଦଳର ପ୍ରଥମ ସଭାପତି ହୋଇଥିଲେ ପଟ୍ଟାଭୀ ସୀତାରମୈୟା (Pattabhi Sitaramayya)। ସେ ୧୯୪୮-୧୯୪୯ ପର୍ଯ୍ୟନ୍ତ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ। ଗତ ୧୯୩୦ ମସିହାରେ ହୋଇଥିବା ଲବଣ ସତ୍ୟାଗ୍ରହ ବେଳେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବ୍ୟତୀତ ପୁରୁଷୋତ୍ତମ ଦାସ ଟଣ୍ଡନ୍ (Purushottam Das Tandon) ୧୯୫୦ ମସିହାରେ କଂଗ୍ରେସ ଅଧ୍ୟକ୍ଷ ହେବା ସହ ନାସିକ୍ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ହିନ୍ଦୀ ଭାଷାକୁ ଭାରତର ରାଷ୍ଟ୍ର ଭାଷା କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା।
ସେହିପରି ୧୯୬୦-୧୯୬୩ ମସିହା ପର୍ଯ୍ୟନ୍ତ ଦେଶର ଷଷ୍ଠ ରାଷ୍ଟ୍ରପତି ହୋଇଥିବା ନୀଲମ ସଞ୍ଜୀବ ରେଡ୍ଡୀ (Neelam Sanjiva Reddy) କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ସେ ୧୯୭୭-୧୯୮୨ ପର୍ଯ୍ୟନ୍ତ ଭାରତର ଷଷ୍ଠ ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ବ୍ୟତୀତ ତାମିଲନାଡୁର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ କେ.କାମରାଜ (K. Kamaraj) ୧୯୬୪ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଥିଲେ। ଭାରତୀୟ ରାଜନୀତିରେ ସେ ଜଣେ କିଙ୍ଗ ମେକର ଭାବେ ବିବେଚିତ ହୋଇଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ଠାରୁ ୧୯୬୯ ମସିହାରେ କଂଗ୍ରେସରେ ବିଭାଜନ ପର୍ଯ୍ୟନ୍ତ ସେ ଭାରତର ଭାଗ୍ୟ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏସ ସିଦ୍ଧଭାନାଲୀ ନିଜଲିଙ୍ଗପ୍ପା (Siddavanahalli Nijalingappa) ବୃତ୍ତିରେ ଜଣେ ଓକିଲ ଥିଲେ ଯିଏ କର୍ଣ୍ଣାଟକ ଏକତ୍ରୀକରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୬୮-୬୯ ମସିହାରେ କଂଗ୍ରେସ ସଭାପତି ଥିଲେ। ଯେତେବେଳେ କଂଗ୍ରେସ ବିଭାଜିତ ହେଲା, ସେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଦଳ ବିରୋଧରେ ବିଦ୍ରୋହ କରିଥିଲେ। ଆହୁରି ମଧ୍ୟ ୧୯୭୦-୭୧ ପର୍ଯ୍ୟନ୍ତ ବାବୁ ଜଗଜୀବନ ରାମ (Babu Jagjivan Ram) କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ରାଜନୀତିରେ ବାବୁଜୀ ନାମରେ ଜଣାଶୁଣା ବାବୁ ଜଗଜୀବନ ରାମ ମତ ଦେଇଥିଲେ ଦଲିତ ନେତା କେବଳ ସାମାଜିକ ସଂସ୍କାର ପାଇଁ ଲଢିବା ଉଚିତ୍ ନୁହେଁ ବରଂ ରାଜନୈତିକ ପ୍ରତିନିଧିତ୍ୱ ଦାବି କରିବା ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କ (Mahatma Gandhi) ଦ୍ୱାରା ଅନୁପ୍ରାଣିତ ହୋଇ ସେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ସତ୍ୟଗ୍ରାହରେ ଯୋଗ ଦେଇଥିଲେ। ସେ ପଛୁଆ ଶ୍ରେଣୀ, ଅସ୍ପୃଶ୍ୟ ତଥା ଶୋଷିତ ଶ୍ରମିକ ଶ୍ରେଣୀର ନେତା ଥିଲେ। ସମ୍ବିଧାନରେ ସାମାଜିକ ନ୍ୟାୟକୁ ଅନ୍ତର୍ଭୁକ୍ତ କରିବାକୁ ସେ ଜୋର ଦେଇଥିଲେ ଏବଂ ୧୯୪୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ (Jawaharlal Nehru) ମଧ୍ୟବର୍ତ୍ତୀକାଳୀନ ସରକାରରେ ସର୍ବ କନିଷ୍ଠ ମନ୍ତ୍ରୀ ହୋଇଥିଲେ।
ଗତ ୧୯୭୨ ମସିହାରୁ ୧୯୭୪ ପର୍ଯ୍ୟନ୍ତ ଶଙ୍କର ଦୟାଲ ଶର୍ମା (Shankar Dayal Sharma) କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ୧୯୯୨-୧୯୯୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ତାଙ୍କ ପରେ ୧୯୭୫-୧୯୭୭ ମସିହାରେ ଯେତେବେଳେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ହୋଇଥିଲା ସେତେବେଳେ ଦେବକାନ୍ତ ବରୁଆ (Dev Kant Barooah) କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ ତାଙ୍କର 'ଭାରତ ହେଉଛି ଇନ୍ଦିରା, ଇନ୍ଦିରା ହେଉଛି ଭାରତ' ମନ୍ତବ୍ୟ ପାଇଁ ଜଣାଶୁଣା। ସେ ଗାନ୍ଧୀ ପରିବାର ପ୍ରତି ବିଶ୍ୱସ୍ତ ଥିଲେ। ହେଲେ ପରେ କଂଗ୍ରେସରେ ବିଭାଜନ ପରେ ସେ ଇନ୍ଦିରା ବିରୋଧୀ ଦଳରେ ଯୋଗ ଦେଇଥିଲେ।
Also Read: 'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'
ଏହା ପରେ୧୯୯୧ ମସିହାରୁ ୧୯୯୬ ପର୍ଯ୍ୟନ୍ତ ଦେଶର ନବମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପିଭି ନରସୀମହା ରାଓ (P. V. Narasimha Rao) ୧୯୯୨ ମସିହାରୁ ୧୯୯୬ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ହୋଇଥିଲେ। ସ୍ୱାଧିନ ଭାରତର ଅର୍ଥନୀତିରେ ଉଦାରୀକରଣ ପ୍ରକ୍ରିୟା ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ଲାଗୁ ହୋଇଥିଲା। ପିଭି ନରସୀମହା ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତୀୟ ଅର୍ଥନୀତିରେ ଜଗତୀକରଣ, ଘରୋଇକରଣ, ଉଦାରୀକରଣ ବ୍ୟବସ୍ଥା ଲାଗୁ କରାଯାଇଥିଲା। ତାଙ୍କ ପରେ ୧୯୯୬ ମସିହା ୧୯୯୮ ପର୍ଯ୍ୟନ୍ତ ବିହାରରୁ ଆସୁଥିବା ସୀତାରାମ କେଶରୀ (Sitaram Kesri) କଂଗ୍ରେସ ସଭାପତି ହୋଇଥିଲେ। ସେ ୧୩ ବର୍ଷ ବୟସରେ ଦେଶରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।