'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'
Advertisement

'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସରେ ସୃଷ୍ଟି ହୋଇଥିବା ଏଭଳି ଅବସ୍ଥା ପାଇଁ ବିରୋଧି ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି।

'ଗାନ୍ଧୀ ପରିବାର ହାତରେ ନେତୃତ୍ୱ ରହିଲେ ବର୍ବାଦ ହୋଇଯିବ କଂଗ୍ରେସ'

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପରେ ଏବେ ସମୀକ୍ଷା କରିବାରେ ବ୍ୟସ୍ତ ଅଛି କଂଗ୍ରେସ। ହେଲେ ଏହା ମଧ୍ୟରେ ଦଳର କିଛି ନେତା ଗାନ୍ଧୀ ପରିବାର ଏବଂ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ଗତ ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିବା ନେତା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପୁନର୍ବାର ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି।
 
ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସରେ (Congress) ସୃଷ୍ଟି ହୋଇଥିବା ଏଭଳି ଅବସ୍ଥା ପାଇଁ ବିରୋଧି ଗାନ୍ଧୀ ପରିବାରର (Gandhi Family) ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ନେତୃତ୍ୱ ସଂକଟ ସହ ସଂଘର୍ଷ କରୁଥିବା କଂଗ୍ରେସ ଉପରେ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଦଳର ପୂର୍ବତନ ନେତା ତଥା ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ (Assam Chief Minister) ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma)।

Also Read: 'ଦଳୀୟ ସ୍ୱାର୍ଥ ପାଇଁ ମୁଁ, ରାହୁଲ, ପ୍ରିୟଙ୍କା ପଦ ଛାଡିବାକୁ ପ୍ରସ୍ତୁତ'

ଏନେଇ ସେ କହିଛନ୍ତି, "ଯଦି ଗାନ୍ଧୀ-ନେହେରୁ ପରିବାର ହାତରେ କଂଗ୍ରେସ ଦଳର ନେତୃତ୍ୱ ରହେ ତାହେଲେ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ବର୍ବାଦ ହୋଇଯିବ। ଯଦି ଦଳରେ ଏଭଳି ପରିସ୍ଥିତି ଜାରି ରହେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ଦୃଶ୍ୟମାନ ହେବ ନାହିଁ। " 

Also Read: Priyanka Gandhi: ସଫଳ ହେଲାନି 'ଲଡକି ହୁଁ ଲଡ ସକତି ହୁଁ' ନାରା

ଦଳକୁ ପୁନର୍ଜୀବିତ କରାଯିବା ନାଁ ଗାନ୍ଧୀ ପରିବାର ହାତରେ ନେତୃତ୍ୱ ପ୍ରଦାନ କରି ଦଳୀୟ ପରାଜୟ ଧାରାକୁ ଜାରି ରଖିବ ସେ ନିଷ୍ପତ୍ତି କଂଗ୍ରେସକୁ ହିଁ ନେବାକୁ ପଡ଼ିବ। ବାରମ୍ବାର ନିର୍ବାଚନରେ ପରାଜୟ ବରଣ ଏହା ଦର୍ଶାଉଛି ଯେ ଗାନ୍ଧୀ ପରିବାର କଂଗ୍ରେସକୁ ବିଜୟ ପଥରେ ନେବାକୁ ଅକ୍ଷମ। ଗାନ୍ଧୀ ପରିବାର ଦଳକୁ ଏଭଳି ଅବସ୍ଥାକୁ ନେଇଯିବ ଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ​​ମଧ୍ୟ ଦୃଶ୍ୟମାନ ହେବ ନାହିଁ। କଂଗ୍ରେସ ଦଳ ଏହି ନିଷ୍ପତ୍ତି ନେବା ଆବଶ୍ୟକ ଯେ ସେମାନେ ସଫଳତାର ପଥରେ ଅଗ୍ରସର ହେବେ ନା ଗାନ୍ଧୀ ପରିବାରର ନେତୃତ୍ୱରେ ରସାତଳଗାମୀ ହେବେ।  

Also Read: Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ

ଚଳିତ ବର୍ଷ ଦେଶରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ, ପଞ୍ଜାବ ପ୍ରଭୃତି ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ୪ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ କଂଗ୍ରେସ ଶାସିତ ପଞ୍ଜାବରେ ଆମ ଆଦମୀ ପାର୍ଟି ପୂର୍ଣ୍ଣ ବହୁମତ ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।