ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଆଜିକାଲି ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଯେ ସେ ଶୀଘ୍ର କଂଗ୍ରେସ (Congress) ରେ ଯୋଗ ଦେଇପାରନ୍ତି, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ସେ କଂଗ୍ରେସରେ ଯାଉନାହାଁନ୍ତି । ଏହି ସମସ୍ତ ବିଷୟ ଉପରେ ଚର୍ଚ୍ଚା କରୁଥିବା ସମୟରେ ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ପ୍ରଶାନ୍ତ କିଶୋର (Prashant Kishor) ଙ୍କୁ ଆଙ୍କର୍ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM Narendra Modi) ଙ୍କ ପରେ ବିଜେପି (BJP) ର ଉତ୍ତରାଧିକାରୀ କିଏ ହେବେ? ଯାହାର ଜବାବ ସେ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ପ୍ରଶାନ୍ତ କିଶୋରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏହି ପ୍ରଶ୍ନ ପଚରାଗଲା, ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, "ମୁଁ ନାମ ଅନୁଯାୟୀ ଯିବି ନାହିଁ, କିନ୍ତୁ ଇତିହାସ ଅନୁସାରେ ଦେଖିବା ତ କୌଣସି ବୁଦ୍ଧିମାନ ବ୍ୟକ୍ତି ଦେଖିପାରୁଥିବେ । ପ୍ରଥମେ ଆଡଭାନୀ ଓ ବାଜପେୟୀ ଜୀ ଏକାଠି ଥିଲେ ଓ ଏହା ପରେ ବାଜପେୟୀ ଓ ନରେନ୍ଦ୍ର ମୋଦି ଏକାଠି ହୋଇଥିଲେ । ଏହା ପରେ ମୋଦି ଓ ଶାହା ଆସିଛନ୍ତି ।" ନିଜ କଥାକୁ ଆଗକୁ ବଢ଼ାଇ ସେ କହିଛନ୍ତି ଯେ, ଏହା ଆଗକୁ ସବୁକିଛି ସ୍ପଷ୍ଟ ଭାବରେ ଦର୍ଶାଉଛି । ଆପଣ କୌଣସି ଜଣେ ବ୍ୟକ୍ତିଙ୍କ ନାମ କହିପାରିବେ ନାହିଁ କିନ୍ତୁ ଆସୁଥିବା ଲୋକଙ୍କୁ ନେଇ ଅନୁମାନ କରିପାରିବେ ।


କଂଗ୍ରେସ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଜବାବରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସର୍ବପ୍ରଥମେ ତାଙ୍କୁ ତାଙ୍କ ସଂଗଠନକୁ ମଜବୁତ କରିବାକୁ କାର୍ଯ୍ୟ କରିବାକୁ ପଡ଼ିବ । ନିଜ ପ୍ରେଜେଣ୍ଚେଶନର ବିଷୟବସ୍ତୁ ବିଷୟରେ ସେ କହିଛନ୍ତି ଯେ ଏହି ବିଷୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଯେ ଆପଣ କିପରି ଭାରତକୁ ଜୟ କରିପାରିବେ । ଏହି ସମୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ କଂଗ୍ରେସର ଦ୍ୱାର ଆପଣଙ୍କ ପାଇଁ ଖୋଲା ଅଛି ତ? ସେ କହିଛନ୍ତି ଯେ ସେ ମୋ ଠାରୁ ବଡ଼, ଯଦି ସେ ଡାକନ୍ତି ତେବେ ସେ କଥା ହେବେ । ଏହା ସହିତ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା (Priyanka Gandhi Vadra) ଙ୍କ ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, କଂଗ୍ରେସର ନେତୃତ୍ୱରେ ଏହି ଦୁଇ ଜଣଙ୍କୁ ହିଁ ମୋର ପ୍ରେଜେଣ୍ଟେଶନରେ ରଖାଯାଇ ନଥିଲା ।


ସୂଚନାଯୋଗ୍ୟ, ବିଗତ ଦିନରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏମପାୱାର ଆକ୍ସନ ଗ୍ରୁପରେ ଯୋଗଦେବା ପାଇଁ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଆହ୍ୱାନର ସମୀକ୍ଷା କରିବା ପାଇଁ ଏହି କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଦଳ ପୂର୍ଣ୍ଣ ସ୍ୱାଧୀନତା ସହିତ କାମ କରିବାର ସୁଯୋଗ ଦେଇନାହିଁ । 


ଏହା ବି ପଢ଼ନ୍ତୁ:-ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ବିଜେପି ମେଣ୍ଟକୁ ଲାଗିଲା ଲଟେରୀ, ବିରୋଧୀ ଦଳର ୨୫ରୁ ୨୧ ବିଧାୟକ ସରକାରରେ ସାମିଲ


ଏହା ବି ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?


ଏହା ବି ପଢ଼ନ୍ତୁ:-ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ


 


ସେହିପରି ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଥିଲେ, ପ୍ରଶାନ୍ତ କିଶୋର ନିଜେ କଂଗ୍ରେସରେ ଯୋଗଦେବାକୁ ମନା କରି ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ଉପସ୍ଥାପନା ଏବଂ ତାଙ୍କ ସହ ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏମପାୱାର ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ ହେବା ପରେ ତାଙ୍କୁ ଏହି ଦଳରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଦଳ ପ୍ରତି ତାଙ୍କର ପରାମର୍ଶ ଓ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ।