President Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ମତଦାନ। ଯାହା ସକାଳ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ହେଲେ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ପ୍ରକ୍ରିୟାରେ ହୁଏ ମତାଦନ? ରାଷ୍ଟ୍ରପତି ନିର୍ବାଚନରେ କାହିଁକି ବ୍ୟବହୃତ ହୁଏ ନାହିଁ ​​ଇଭିଏମ? ଭୋଟ ଦେବା ଲାଗି ସାଂସଦଙ୍କୁ କାହିଁକି ସବୁଜ ଏବଂ ବିଧାୟକଙ୍କୁ ଗୋଲାପୀ ରଙ୍ଗର ମତପତ୍ର ଦିଆଯାଏ? ଏହା ପଛର କାରଣ କ'ଣ?


COMMERCIAL BREAK
SCROLL TO CONTINUE READING

ଭାରତରେ ରାଷ୍ଟ୍ରପତି ନିର୍ବାଚନ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଜରିଆରେ ଅନୁଷ୍ଠିତ ହୋଇଥାଏ। ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁଯାୟୀ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ୍ ମାଧ୍ୟମରେ ପ୍ରତ୍ୟେକ ଚୟନକର୍ତ୍ତା ଅର୍ଥାତ ମତଦାତା (ସାଂସଦ-ବିଧାୟକ) ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ଯେତିକି ପସନ୍ଦ ସେହି ଅନୁସାରେ ପଞ୍ଜୀକରଣ କରିପାରିବେ। ଏହି ପସନ୍ଦ ମତ୍ରପତ୍ରର ଦ୍ୱିତୀୟ ସ୍ତମ୍ଭରେ ପ୍ରଦତ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମ ସାମ୍ନାରେ ୧, ୨, ୩, ୪, ୫ ଆଦି ସଂଖ୍ୟା ଲେଖି ପ୍ରାର୍ଥୀଙ୍କୁ ଚିହ୍ନିତ କରିଥାନ୍ତି।


ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ଲାଗି ହେଉଥିବା ମତଦାନ ମତଦାତା ସାଂସଦ (Member of Parliament) ଏବଂ ବିଧାୟକଙ୍କୁ (Member of the Legislative Assembly) ବିଭିନ୍ନ ରଙ୍ଗର ମତପତ୍ର (Ballot Paper) ଦିଆଯାଇଥାଏ। ସାଂସଦଙ୍କୁ ସବୁଜ (Green Ballot Paper for MP) ଏବଂ ବିଧାୟକଙ୍କୁ ଗୋଲାପୀ ରଙ୍ଗର ମତପତ୍ର (Pink Ballot Paper for MLA) ପ୍ରଦାନ କରାଯାଇଥାଏ। ଯାହା ଫଳରେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ପାଇଁ ମତ ଗଣନା କରିବା ସହଜ ହୋଇଥାଏ। ମତଦାନର ଗୋପନୀୟତାକୁ ବଜାୟ ରଖିବା ଲାଗି ନିର୍ବାଚନ ଆୟୋଗ ରିଟର୍ଣ୍ଣିଂ ଅଫିସର ତଥା ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରୁଥିବା ମତଦାତଙ୍କୁ ଏକ ସ୍ୱତନ୍ତ୍ର ପ୍ରକାରର କଲମ ଯୋଗାଇଥାନ୍ତି। 


Also Read: President Election 2022: ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ କଂଗ୍ରେସ-ଏମସିପି ବିଧାୟକ