Bihar CM Letter to UP Govt: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମସ୍ଥାନ ସୀତାବ ଦିଆରା ଠାରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ସରକାରଙ୍କୁ (Govt of Uttar Pradesh) ଲେଖିଥିବା ପତ୍ରରେ ବନ୍ୟା ପ୍ରସଙ୍ଗ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar Chief Minister Nitish Kumar)। ଏନେଇ ସେ କହିଛନ୍ତି ବିହାର-ଉତ୍ତରପ୍ରଦେଶ ସୀମାନ୍ତରେ (Bihar Uttar Pradesh Border) ରହିଛି ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ (Lok Nayak Jai Prakash Narayan) ଜନ୍ମସ୍ଥାନ ସୀତାବ ଦିଆରା ଗ୍ରାମ। ଯାହା ଗଙ୍ଗା-ଘାଘରା ନଦୀର (Ganga Ghaghara River) ମିଳନ ସ୍ଥଳରେ ବିହାର ସରନ ଜିଲ୍ଲାରେ (Bihar Saran District) ଅବସ୍ଥିତ। ବର୍ଷା କାରଣରୁ ଏହି ଗ୍ରାମର ଜମି ନଷ୍ଟ ହେବାର ଆଶଙ୍କା ରହିଛି। ବିଗତ ବର୍ଷରେ ସେଠାରେ ଏପରି ଘଟଣା ଘଟିସାରିଛି। 


ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (Bihar Chief Minister Office) ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ସୀତାବ ଦିଆରା ଗ୍ରାମ ପ୍ରତି ବନ୍ୟା ବିପଦ ରହିଛି। ଏହାର ମୁକାବିଲା ପାଇଁ ଘାଘରା ନଦୀରେ ପ୍ରାୟ ୭.୫ କିଲୋମିଟର ଲମ୍ବା ରିଙ୍ଗ ବନ୍ଧ ନିର୍ମାଣର ଆବଶ୍ୟକତା ରହିଛି। ଗତ ୨୦୧୭-୧୮ ବର୍ଷରେ ବିହାର ପଟରୁ ୪ ଏବଂ ଉତ୍ତର ପ୍ରଦେଶ (Uttar Pradesh) ପଟରୁ ୩.୫ କିମି ଲମ୍ବା ରିଙ୍ଗ ଡ୍ୟାମ ସହ ମୃତ୍ତିକ କ୍ଷୟ ରୋକିବା ଲାଗି ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି। 


ଗତ ୨୦୧୭-୧୮ ବର୍ଷରେ ବିହାର ସରକାର (Bihar  Govt)  ରିଙ୍ଗ ବନ୍ଧ ଏବଂ ଅନ୍ୟାନ୍ୟ ବନ୍ୟା ମୁକାବିଲା ଜନିତ କାର୍ଯ୍ୟ ଶେଷ କରିଛନ୍ତି। ହେଲେ ଉତ୍ତର ପ୍ରଦେଶ ପଟରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ବିହାର ମୁଖ୍ୟନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ, ହାଜିପୁର-ଗାଜିପୁର ୩୧ ନମ୍ବର ଜାତୀୟ ରାଜପଥରୁ ସୀତାବ ଦିଆରା ପର୍ଯ୍ୟନ୍ତ ଯାଉଥିବା ମୁଖ୍ୟ ବନ୍ଧର ଦୂରତା ହେଉଛି ୬.୫୦ କିମି। ଯେଉଁଥିରେ ପ୍ରାୟ ୨-୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଉତ୍ତର ପ୍ରଦେଶ ସୀମାରେ ଅଟକି ରହିଛି। ଏହି କାରଣରୁ ଏଠାରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜିଥାଏ।


ସୀତାବ ଦିଆରା ରିଙ୍ଗ ବନ୍ଧ ବିହାର ସରନ ଜିଲ୍ଲାକୁ  ଉତ୍ତର ପ୍ରଦେଶ ବଲିୟା ଜିଲ୍ଲାକୁ (Uttar Pradesh Ballia District) ଯୋଡ଼ିଥାଏ। ଯାହାର ଲମ୍ବ ହେଉଛି ୧୧୭୫ ମିଟର ଏବଂ ଦୈର୍ଘ୍ୟ ହେଉଛି ୨୩୦୦ ମିଟର। ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆରମ୍ବ ହୋଇଥିଲା। ହେଲେ ବର୍ତ୍ତମାନ ସମୟରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ଯାହା ଶୀଘ୍ର ସମାପ୍ତ ହେବା ଆବଶ୍ୟକ ହୋଇପଡ଼ିଛି। ଏହାର ବନ୍ଧର ଅସମ୍ପୂର୍ଣ୍ଣତା ହେତୁ ମୃତ୍ତିକା କ୍ଷୟ ଏବଂ ବନ୍ୟା (Soil Erosion and Flood Problem)  ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।