ଇସଲାମବାଦ ରାଲିରେ ଭାରତୀୟ ମୁସଲମାନଙ୍କ କଥା କାହିଁକି ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ?
ହିନ୍ଦୁସ୍ତାନରେ ବସବାସ କରୁଥିବା ମୁସଲିମଙ୍କ ସ୍ୱପ୍ନକୁ ମୁଁ ପୂରଣ କରୁଛି।
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଦେଶରେ ସୃଷ୍ଟି ହୋଇଛି ଗୃହ ଯୁଦ୍ଧ ଭଳି ପରିସ୍ଥିତି। ନିଜ ଗାଦି ବଞ୍ଚାଇବାକୁ ଯାଇ ଦେଶର ସେନାବାହିନୀ ସହିତ ବିରୋଧି ଦଳ ସହ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଉଠିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ପଦରେ ସେ ରହିବେ ନାହିଁ ତାକୁ ନେଇ ପାକିସ୍ତାନ ସଂସଦରେ ଆଗତ ହେବାକୁ ଯାଉଛି ଅବିଶ୍ୱନୀୟ ପ୍ରସ୍ତାବ। ହେଲେ ଗାଦି ଛାଡିବା ପୂର୍ବରୁ ଗତ ରବିବାର ରାଜଧାନୀ ଇସଲାମାବାଦ ଠାରେ ଏକ ରାଲି କରିଛନ୍ତି ସେ।
ମାର୍ଚ୍ଚ ୨୭ ତାରିଖ ରବିବାର ଆୟୋଜିତ ହୋଇଥିବା ରାଲିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ବିରୋଧୀଙ୍କ ଉଦ୍ଦେଶ୍ୟରେ ବର୍ଷିଥିଲେ। ଏହି ରାଲିକୁ ସମ୍ବୋଧିତ କରିବା ବେଳେ ସେ ଭାରତୀୟ ମୁସଲମାନଙ୍କ ବାବଦରେ ଉଲ୍ଲେଖ କରିଥିଲେ।
ରାଲିକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ ଏହି ସମାବେଶରେ ପହଞ୍ଚିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସଂକଟ ସମୟରେ ମୋର ଗୋଟିଏ ଫୋନ୍ କଲ ପାଇବା ପରେ ଆପଣ ଏଠାକୁ ଆସିଥିବାରୁ ଆପଣଙ୍କୁ ଧନ୍ୟବାଦ। ମୁଁ ଜାଣେ ଯେ ମୋ କାଲିକେ ଯୋଗ ନଦେବା ପାଇଁ ଆପଣଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରାଯାଇଥିଲା। ଆପଣଙ୍କ ବିବେକ କିଣିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଇଥିଲା। ହେଲେ ମୋର ଗୋଟିଏ ଡାକରାକୁ ଆସିଥିବାରୁ ମୁଁ ପାକିସ୍ତାନ ଲୋକଙ୍କୁ ଧନ୍ୟବାଦ ଦେଉଛି। ଆପଣ ଦେଶର କୋଣ ଅନୁକୋଣରୁ ଆସିଛନ୍ତି। ଆପଣଙ୍କ ପାଇଁ ମୁଁ ଗର୍ବିତ।
ଇସଲାମାବାଦ ରାଲିରେ ଭାରତୀୟ ମୁସଲମାନଙ୍କ କଥା ଉଠାଇ ସେ କହିଥିଲେ ହିନ୍ଦୁସ୍ତାନରେ ବର୍ତ୍ତମାନ ୨୦ କୋଟି ମୁସଲିମ ବସବାସ କରୁଛନ୍ତି। ଦିନେ ସେମାନେ ପାକିସ୍ତାନ ଗଠନ ହେବା ଲାଗି ଭୋଟ ଦେଇଥିଲେ। ସେମାନେ ମଧ୍ୟ ଏକ ପ୍ରକୃତ ପାକିସ୍ତାନର ସ୍ୱପ୍ନ ଦେଖୁଥିଲେ। ବର୍ତ୍ତମାନ ମୁଁ ସେହି ସ୍ୱପ୍ନକୁ ପୂରଣ କରୁଛି।
Also Read: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ
ବିଗତ ୩ ବର୍ଷ ମଧ୍ୟରେ ଚୀନ୍ ଯେପରି ଏହାର ଲୋକଙ୍କୁ ଗରିବୀ କବଳରୁ ବାହାର କରୁଛି ସେହିଭଳି, ମୁଁ ମଧ୍ୟ ଆମର ମୁସଲମାନଙ୍କୁ ଗରିବ ରେଖାରୁ ବାହାର କରିବାକୁ ଚାହୁଁଛି | ଆମ ସରକାର ଗରିବ ଲୋକଙ୍କ ପାଇଁ ଆସିଛନ୍ତି। ଆମେ ୨ କୋଟି ଲୋକଙ୍କୁ ରାସନ ପ୍ରଦାନ କରିଛୁ। ଦେଶର ଯୁବପିଢିଙ୍କୁ ଆମେ ମଜବୁତ କରିବାକୁ ଆସିଛୁ। ଆମେ ରୋଜଗାର ଯୋଗାଉଛୁ। ପାକିସ୍ତାନ ସରକାରରେ ଏହା ପ୍ରଥମ ଥର ପାଇଁ ଘଟିଛି।
ଯେତେବେଳେ ଟଙ୍କା ଆମ ପାଖକୁ ଆସିଲା ସେତେବେଳେ ମୁଁ ୨୫୦ ବିଲିୟନ ସବସିଡି ଦେଇ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦ ଟଙ୍କା ହ୍ରାସ କଲି ଏବଂ ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା ୫ ଟଙ୍କା ହ୍ରାସ କଲି। ମୁଁ ନିଶ୍ଚିତ ଯେ ମୁଁ ଯେତେବେଳେ ଟଙ୍କା ସଂଗ୍ରହ କରିବାକୁ ଯାଉଛି, ମୁଁ ସେହି ସମସ୍ତ ଟଙ୍କା ମୋ ଲୋକଙ୍କ ପାଇଁ ଖର୍ଚ୍ଚ କରିବି। ଯେତେବେଳେ ଜଣେ ଛୋଟି ଆକାରରେ ଚୋରି କରୁଥିଲା ସେତେବେଳେ ତାକୁ ଜେଲ ମଧ୍ୟରେ ରଖାଯାଉଥିଲା। ହେଲେ ଯେତେବେଳେ ଜଣେ କେହି ବଡ ଆକାରରେ ଚୋରି କରୁଥିଲା ସେତେବଳେ ତାକୁ ଦେଶ ବାହାରକୁ ପଠାଯାଉଥିଲା। ଏପରି ଅବସ୍ଥା ପ୍ରତ୍ୟେକ ଦେଶରେ ହୋଇସାରିଛି। ହେଲେ ପାକିସ୍ତାନରେ ମୁଁ ଏହା ହେବାକୁ ଦେବି ନାହିଁ।
ପାକିସ୍ତାନ ଧ୍ୱଂସ ହେଉଛି ବୋଲି କୁହାଯାଉଛି। ହେଲେ ମୁଁ ଆପଣଙ୍କୁ ସତ୍ୟତା କ'ଣ ତାହା କହିବାକୁ ଚାହେଁ। ବିଗତ ସାଢେ ୩ ବର୍ଷ ମଧ୍ୟରେ କୌଣସି ସରକାର ଦେଶରେ ଏତେ ଭଲ ପ୍ରଦର୍ଶନ ଦେଇ ନାହିଁ ଯାହାକୁ ଆମେ ଦେଇଛୁ। ପାକିସ୍ତାନ ଇତିହାସରେ କେହି ତାହା କରିନାହାଁନ୍ତି। ମୁଁ ଡିଜେଲ ମୂଲ୍ୟ ୧୦ ଟଙ୍କା ହ୍ରାସ କରିଛି। କୋରୋନା ମହାମାରୀ ନାମରେ ୧୦୦ ବର୍ଷରେ ଦେଶର ସବୁଠାରୁ ଖରାପ ସମୟ ଆସିଲା। ଏହାର ପ୍ରଭାବରେ ସମଗ୍ର ବିଶ୍ୱ ବନ୍ଦ ହୋଇଗଲା। ସେତେବେଳେ ବିରୋଧି ମୋତେ କହିଥିଲେ ଯେ ମୁଁ ଦେଶକୁ ଧ୍ୱଂସ କରୁଛି। ହେଲେ ଆଜି ମୁଁ ଗର୍ବର ସହିତ କହୁଛି ଯେ ଆମେ ନେଇଥିବା ପଦକ୍ଷେପକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି। ମୁଁ ମୋର ଦେଶର ଗରିବ ଲୋକଙ୍କୁ ରକ୍ଷା କରିଛି। ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ରିପୋର୍ଟ କରିଛି ଯେ ସମଗ୍ର ବିଶ୍ୱରେ ସର୍ବନିମ୍ନ ଦାରିଦ୍ର୍ୟ ପାକିସ୍ଥାନରେ ରହିଛି। ଆମେ ପାକିସ୍ତାନ ଅର୍ଥନୀତିର ଇତିହାସରେ ସର୍ବାଧିକ ସରକାରୀ କର ସଂଗ୍ରହ କରିଥିଲୁ।
Also Read: ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ
ବିରୋଧି ଦେଶରେ ଏଭଲି ନାଟକ ଏଥିପାଇଁ କରୁଛନ୍ତି ଯେ ସେମାନେ ଆମେ ସରକାରକୁ ଜେନେରାଲ୍ ମୁଶାରଫଙ୍କ ଭଳି ହଟାଇବାକୁ ଚାହୁଁଛନ୍ତି। ଆରମ୍ଭରୁ ସେମାନେ ମୋତେ ବ୍ଲାକମେଲ କରୁଛନ୍ତି। ବର୍ତ୍ତମାନ ଆମେ ସେମାନଙ୍କ ପାଇଁ ଋଣ ଭାର ବହନ କରୁଛୁ।