ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ
Advertisement
Article Detail0/zeeodisha/odisha1131100

ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ

ଋଷିଆ ଗସ୍ତ କରି ପକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଏହା ଦର୍ଶାଇବାକୁ ଚାହୁଁଥିଲେ ଯେ ପାକିସ୍ତାନ ଋଷିଆ ସହିତ ଘନିଷ୍ଠତା ସ୍ଥାପନ କରିବାରେ ସଫଳ ହୋଇଛି। 

ରାଜନୀତିରେ ଜୋକର ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ: ଭ୍ଲାଦିମିର ପୁତିନ

ନୂଆଦିଲ୍ଲୀ: ନିଜକୁ ଜଣେ ଚତୁର ରାଜନୀତିଜ୍ଞ ଭାବୁଥିବା ପକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ତାଙ୍କ ଋଷିଆ ଗସ୍ତକୁ ଏକ ସଫଳତା ବୋଲି କହୁଛନ୍ତି ହେଲେ ବାସ୍ତବତା ହେଉଛି ଯେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଙ୍କୁ ଜଣେ ବଳି ପଡୁଥିବା ଛେଳି ଭଳି ବ୍ୟବହାର କରିଛନ୍ତି। ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଏପରି ଏକ ସମୟରେ ମସ୍କୋ ଗସ୍ତ କରିଥିଲେ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷିଆ ଏହାର ସମସ୍ତ ପ୍ରସ୍ତୁତି ଶେଷ କରିଥିଲା। 

ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ  ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚାହୁଁଥିଲେ ଯେ ବିଶ୍ୱର ଧ୍ୟାନ ତାଙ୍କ ପ୍ରସ୍ତୁତି ଠାରୁ ଅନ୍ୟ କୌଣସି ଏକ ପ୍ରସଙ୍ଗକୁ ସ୍ଥାନାନ୍ତରିତ ହେଉ। ଇମରାନ ଖାନଙ୍କ ଋଷିଆ ଗସ୍ତ ଏହାର ଏକ ଅଂଶ ଥିଲା। ନିଜକୁ ଚତୁର ରାଜନୀତିଜ୍ଞ ଭାବୁଥିବା ପକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ଯୁଦ୍ଧ ବେଳେ ମସ୍କୋ ଗସ୍ତ କରି ବିଶ୍ୱ ରାଜନୀତିରେ ନିଜକୁ ଜଣେ ଜୋକର ବୋଲି ପ୍ରମାଣିତ କରିଛନ୍ତି।   

Also Read: OIC ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ଛାଡ଼ନ୍ତୁ ଇମରାନ ଖାନ: ପାକିସ୍ତାନୀ ସେନା

ରଣନୀତିକ ବ୍ୟାପାର ବିଶେଷଜ୍ଞ ଭାଲେରିଓ ଫାବ୍ରି (Valerio Fabbri) ତାଙ୍କ ବ୍ଲଗ ଜରିଆରେ ଜୋକର୍ କଥା ବାବଦରେ ଲେଖିଛନ୍ତି। ଏନେଇ ସେ କହିଛନ୍ତି ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ କୌଣସି ଦେଶର ନେତା ମସ୍କୋ ଯାତ୍ରାକୁ ଏଡ଼ାଇ ଯାଇଥାନ୍ତେ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ ସେଠାରେ ପହଞ୍ଚିଥିଲେ। ଋଷିଆ ଗସ୍ତ କରି ସେ ଏହା ଦର୍ଶାଇବାକୁ ଚାହୁଁଥିଲେ ଯେ ପାକିସ୍ତାନ ଋଷିଆ ସହିତ ଘନିଷ୍ଠତା ସ୍ଥାପନ କରିବାରେ ସଫଳ ହୋଇଛି। ଯାହା ଫଳରେ ସେ ନିଜ ଦେଶରେ ହରାଇଥିବା ସମ୍ମାନ ଏବଂ ପ୍ରଶଂସା ଫେରିପାଇବେ। ଏନେଇ ସେ ଅଧିକ ଚିନ୍ତା ନକରି ସିଧାସଳଖ ମସ୍କୋ ଠାରେ ପହଞ୍ଚି ଯାଇଥିଲେ।

ବିଶେଷଜ୍ଞ ଭାଲେରିଓ ଫାବ୍ରି ଏହା ମଧ୍ୟ କହିଛନ୍ତି ଋଷିଆ ଗସ୍ତ ସମୟରେ ଇମରାନ ଖାନ ତାଙ୍କର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି ଏବଂ ଏହା ଦ୍ୱାରା ପାଶ୍ଚାତ୍ୟ ଦେଶ ସହ ପାକିସ୍ତାନ ରଖିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ନିଜେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବିପଦରେ ପକାଇଛନ୍ତି। ଚଳିତ ବର୍ଷ ଶେଷରେ ଇସଲାମାବାଦ ଗସ୍ତ ପାଇଁ ଭ୍ଲାଦିମିର ପୁତିନ ଇମରାନ ଖାନଙ୍କ ନିମନ୍ତ୍ରଣ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା। ଯଦି ଋଷିଆ ରାଷ୍ଟ୍ରପତି ଏହା କରନ୍ତି, ତାହେଲେ ସେ ପ୍ରଥମ ଋଷୀୟ ରାଷ୍ଟ୍ରମୁଖ୍ୟ ହେବେ ଯିଏ ପାକିସ୍ତାନ ଗସ୍ତ କରିବେ। ମାତ୍ର ଭାରତ ବିରୋଧରେ ଯାଇ ଋଷିଆ ପାକିସ୍ତାନ ଭଳି ଦେଶର ନିକଟତର ହେବାର ସମ୍ଭାବନା ବହୁତ କମ୍।

Also Read: Russia-Ukraine War ବେଳେ କାହିଁକି ଭାଇରାଲ ହେଉଛି PM ମୋଦିଙ୍କ ୨୧ ବର୍ଷ ତଳର ଫଟୋ

ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗର ଆଶାରେ ଋଷିଆ ଗସ୍ତ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ର ଇମରାନ ଖାନ୍ ହେଲେ ଏହାର ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ଥିଲା। ଏହି ଗସ୍ତ ପରେ ଉଭୟ ପକ୍ଷ ଦ୍ୱାରା ଜାରି ହୋଇଥିବା ପୃଥକ ପ୍ରେସ ବିଜ୍ଞପ୍ତିରେ କୌଣସି ସମାଧାନ ବାବଦରେ ଉଲ୍ଲେଖ ନଥିଲା। ଏହା ବ୍ୟତୀତ ଋଷିଆ ଗସ୍ତ କରିବା କାରଣରୁ ଇମରାନ ଖାନଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ମୋଟ ଉପରେ କହିବାକୁ ଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଋଷିଆ ଗସ୍ତ ସଫଳ ପରିବର୍ତ୍ତେ ବିଫଳ ହୋଇଛି। ନିଜେ ଇମରାନ ଖାନ ଭ୍ଲାଦିମିର ପୁତିନଙ୍କ ଜାଲରେ ଫସି ଯାଇଛନ୍ତି।