ନୂଆଦିଲ୍ଲୀ: Prashant Kishor May Join Congress: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ​​ପରାଜୟ ପରେ କଂଗ୍ରେସ (Congress) ପୁଣି ଥରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Election Strategist Prashant Kishor) ଙ୍କ ସହ ସମ୍ପର୍କରେ ଅଛି । ପିକେ ଦଳର ଶୀର୍ଷ ନେତୃତ୍ୱ ସହିତ ସାକ୍ଷାତ କରିସାରିଛନ୍ତି ଓ ଗତ ବର୍ଷ ତୁଳନାରେ ଉଭୟ ପକ୍ଷ ଅଧିକ ସକାରାତ୍ମକ ଅଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାନ୍ତ କିଶୋର (Prashant Kishor) ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ନେତା ଭାବରେ ପ୍ରଚାର କରିବାର ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି ମନେ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସର ଜଣେ ବରିଷ୍ଠ ନେତା (Senior Congress Leader) କହିଛନ୍ତି ଯେ, ପ୍ରଶାନ୍ତ କିଶୋର (Prashant Kishor) ନିର୍ବାଚନ ରଣନୀତିଜ୍ଞଙ୍କ ଅପେକ୍ଷା ନେତା ଭାବେ କାମ କରିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଥରେ ଦଳରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେହି ସମୟରେ କିଛି କାରଣ ଯୋଗୁଁ କଥା ଆଗକୁ ବଢ଼ିପାରିନଥିଲା । ସୂତ୍ରରୁ ପ୍ରକାଶ ଯେ ପ୍ରଶାନ୍ତ ଦଳରେ ଯୋଗ ଦେଇ ଗୁଜୁରାଟ ଓ ହିମାଚଳ ସହିତ ୨୦୨୪ ଲୋକସଭା ନିର୍ବାଚନ ରଣନୀତି ଉପରେ କାମ କରିବାକୁ ଚାହୁଁଛନ୍ତି ।


ପ୍ରଶାନ୍ତ କିଶୋର (Prashant Kishor) ଗତ ବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ଙ୍କୁ ଭେଟିଥିଲେ । ଏହା ପରେ ଦଳ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଇ ନିର୍ବାଚନର ଦାୟିତ୍ୱ ହସ୍ତାନ୍ତର କରିପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେତେବେଳେ ଦଳର ନେତାମାନେ ମତ ରଖିଥିଲେ ଯେ ପ୍ରଶାନ୍ତଙ୍କୁ ଦଳର ସାଧାରଣ ସଚିବ କରି ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିବା ପରିବର୍ତ୍ତେ ତାଙ୍କୁ ପରାମର୍ଶଦାତା ଭୂମିକାରେ ରଖାଯିବା ଉଚିତ । ତେଣୁ ବାର୍ତ୍ତାଳାପ ଆଗକୁ ବଢ଼ି ପାରିନଥିଲା ।


ଚଳିତ ମାସରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟ ମଧ୍ୟରୁ ତିନୋଟିରେ କଂଗ୍ରେସ (Congress) ର ବିଜେପି (BJP) ସହିତ ସିଧାସଳଖ ମୁକାବିଲା ଥିଲା । ଏହି ତିନୋଟି ରାଜ୍ୟ- ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ମଧ୍ୟ ବିଜେପି ସହିତ ସିଧା ଲଢ଼େଇ ହେବ । ୨୦୧୭ ନିର୍ବାଚନରେ ​​କଂଗ୍ରେସ ନିଜର ପ୍ରଦର୍ଶନରେ ସୁଧାର ଆଣିଥିଲା ​​। କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟ କଂଗ୍ରେସ (Gujarat Congres) ସଂଗଠନ ଦୁର୍ବଳ ହୋଇଛି । ଦଳୀୟ କର୍ମୀଙ୍କ ମନୋବଳ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଦଳ ଭିତରେ ନିର୍ବାଚନ ରଣନୀତିଜ୍ଞଙ୍କ ଆବଶ୍ୟକତା ଅନୁଭବ କରାଯାଉଛି ।


ନିର୍ବାଚନୀ ପୂର୍ବାନୁମାନ କରିବାରେ ପ୍ରଶାନ୍ତ କିଶୋର (Prashant Kishor) ପାରଦର୍ଶୀ । ତାଙ୍କର ସଫଳତା ତାଙ୍କୁ ଏକ ବିଶେଷ ପରିଚୟ ଦେଇଛି । ସେ ଏକ ବୁଝାମଣା ସ୍ଥିତିରେ ଅଛନ୍ତି । ଏଭଳି ପରିସ୍ଥିତିରେ ସେ କଂଗ୍ରେସ (Congress) ସହ କାମ ଆରମ୍ଭ କରିବା ପୂର୍ବରୁ ନିଜର ଆଭିମୁଖ୍ୟକୁ ନେଇ ଦଳର ନେତୃତ୍ୱ ସହ ଖୋଲାଖୋଲି ଚର୍ଚ୍ଚା କରିପାରିବେ । ଜଣେ ନେତା କହିଛନ୍ତି ଯେ, ଯଦି ସେ ଦଳରେ ଯୋଗ ଦିଅନ୍ତି, ତେବେ ସେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏକାଠି ରହିବେ ।


କର୍ଣ୍ଣାଟକ ବିଧାନସଭା ନିର୍ବାଚନ (Karnataka Assembly Elections) ରେ ​​କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନୁଗୁଲୁ (Election Strategist Sunil Kanugolu) ଙ୍କ ସାହାଯ୍ୟ ନେଉଛି । କାନୁଗୁଲୁ ଏକ ମାସ ପୂର୍ବରୁ ଦଳ ସହିତ କାମ କରିବା ଆରମ୍ଭ କରି ଦେଇଛନ୍ତି । କାନୁଗୁଲୁ ଓ ପ୍ରଶାନ୍ତ କିଶୋର ୨୦୧୪ରେ Citizens for Accountable Governance ରେ ଏକାଠି କାମ କରିଛନ୍ତି । ପ୍ରଶାନ୍ତ ବିଜେପିରୁ ଅଲଗା ହେବା ପରେ ମଧ୍ୟ କାନୁଗୁଲୁ ଦୀର୍ଘ ଦିନ ଧରି ବିଜେପି ପାଇଁ କାର୍ଯ୍ୟ କରିଆସୁଥିଲେ ।


ଆସାମ, ଚଣ୍ଡିଗଡ଼, ଛତିଶଗଡ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଦୁଇ ଦଳ ମଧ୍ୟରେ ସିଧାସଳଖ ମୁକାବିଲା ହେବାର ଅଛି ।


ଏଠାରେ କହି ରଖୁଛୁ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Elections 2021) ରେ ​​ତୃଣମୂଳ କଂଗ୍ରେସ (TMC) ର ବିଜୟ ପରେ ପ୍ରଶାନ୍ତ କିଶୋର (Prashant Kishor) ନିର୍ବାଚନ ରଣନୀତିଜ୍ଞ ଭାବରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିଥିଲେ । ସେ ରାଜନୀତିରେ ପ୍ରବେଶ କରିବାକୁ ଆଗ୍ରହୀ ଅଟନ୍ତି ।


ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିଜେପି (BJP) ର ବିଜୟ ପରେ ପ୍ରଶାନ୍ତ କିଶୋର (Prashant Kishor) ଲୋକସଭା ନିର୍ବାଚନ (Lok Sabha elections 2024) କୁ ନେଇ ଏକ ଟ୍ୱିଟ୍ କରିଥିଲେ । ମାର୍ଚ୍ଚ ୧୧ରେ କରାଯାଇଥିବା ଏହି ଟ୍ୱିଟରେ ସେ କହିଥିଲେ ଯେ, କୌଣସି ରାଜ୍ୟ ନିର୍ବାଚନରେ ​​ନୁହେଁ ବରଂ ଭାରତର ଲଢ଼େଇ ୨୦୨୪ରେ ହେବ । ସାହେବ ଏହା ଜାଣିଛନ୍ତି । ତେଣୁ ବିରୋଧୀଙ୍କ ଉପରେ ଏକ ନିର୍ଣ୍ଣାୟକ ମାନସିକ ଚାପ ସୃଷ୍ଟି କରିବାକୁ ରାଜ୍ୟଗୁଡିକର ଫଳାଫଳ ଚତୁରତାର ସହ ଲୋକସଭା ସହିତ ଯୋଡ଼ା ଯାଉଛି ।


ଏହା ବି ପଢ଼ନ୍ତୁ:-ନୋସ୍ତ୍ରେଦମସ୍ ଋଷ ଓ ଚୀନକୁ ନେଇ କରିଥିଲେ ଏହି ଭବିଷ୍ୟବାଣୀ, ଯଦି ସତ ହୁଏ ତ ବଦଳି ଯିବ ଦୁନିଆ


ଏହା ବି ପଢ଼ନ୍ତୁ:-ବିହାର ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ି ରାଜ୍ୟସଭା ଯିବେ ନୀତିଶ କୁମାର!


ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ, 'ଷ୍ଟାମିନା' ବଢ଼ିବା ସହ ଦୂର ହେବ ଯୌନ ସମସ୍ୟା


ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍


 


ଏମାନଙ୍କ ସହ କାମ କରିସାରିଛନ୍ତି ପ୍ରଶାନ୍ତ କିଶୋର


୨୦୧୪- ବିଜେପି (BJP) (ଲୋକସଭା ନିର୍ବାଚନ)
୨୦୧୫- ଆଫ (AAP) (ଦିଲ୍ଲୀ ବିଧାନସଭା ନିର୍ବାଚନ)
୨୦୧୫- ମହାମେଣ୍ଟ (ବିହାର ବିଧାନସଭା ନିର୍ବାଚନ)
୨୦୧୯- YSR କଂଗ୍ରେସ (ଆନ୍ଧ୍ରପ୍ରଦେଶ ନିର୍ବାଚନ)
୨୦୨୧-TMC (ପଶ୍ଚିମବଙ୍ଗ ନିର୍ବାଚନ)
୨୦୨୧-DMK (ତାମିଲନାଡୁ ନିର୍ବାଚନ)