ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଆସନ୍ତାକାଲି ଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ ସିଂହ ସିଦ୍ଧୁ। ଏନେଇ ଏକ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଯୋଗ ଦେବେ କି ନାହିଁ ତାହାକୁ ନେଇ ରାଜନୈତିକ ମହଲରେ ଜାରି ରହିଛି ଚର୍ଚ୍ଚା।


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Poll 2022) ପୂର୍ବରୁ ପଞ୍ଜାବ କଂଗ୍ରେସ କମିଟିରେ (Punjab Congress Committee) ସାଙ୍ଗଠନିକ ପରିବର୍ତ୍ତନ କରିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ (Congress High Command)। ହେଲେ ଏହାକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) ଅମରିନ୍ଦର ସିଂହ (Punjab CM Amarinder Singh)। 


Also Read: Punjab Politics: ତୁଟୁନାହିଁ କଳି, ବିଧାୟକ ଦଳ ବୈଠକ ଡାକିଲେ Sidhu


ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ଦାୟିତ୍ୱ ମିଳିବାକୁ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଛନ୍ତି ରାଜ୍ୟ ବ୍ୟାପାରରେ କେନ୍ଦ୍ରୀୟ ହସ୍ତକ୍ଷେପ ଆଗାମୀ ନିର୍ବାଚନରେ ଦଳ ଲାଗି ମହଙ୍ଗା ପଡି଼ପାରେ।  


ଗତ ସୋମବାର ଦଳର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ସିଦ୍ଧୁ ଆସନ୍ତକାଲି ଠାରୁ ଔପଚାରିକ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ। ଏନେଇ ଶୁକ୍ରବାର ସକାଳ ୧୧ଟା ବେଳେ ଚଣ୍ଡିଗଡସ୍ଥିତ ପଞ୍ଜାବ କଂଗ୍ରେସ ଭବନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଯେଉଁଥିରେ ଦଳର ନେତା, କର୍ମୀ, ସାଂସଦ, ବିଧାୟକଙ୍କ ସହ ଗାନ୍ଧୀ ପରିବାରର କୌଣସି ସଦସ୍ୟ ମଧ୍ୟ ସାମିଲ ହୋଇପାରନ୍ତି। ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ସଙ୍ଗତ ସିଂହ ଗିଲାଜିୟାଁ, ସୁଖବିନ୍ଦର ସିଂହ ଡୈନୀ, ପବନ ଗୋଏଲ, କୁଲଜିତ ସିଂହ ନାଗରାଙ୍କୁ ପଞ୍ଜାବ କଂଗ୍ରେସ କାର୍ଯ୍ୟକାରୀ ସଭାପତି (Punjab Congress Working President) ଭାବେ ନିଯୁକ୍ତ କରାଯାଇଛି।  


Also  Read: ଥମୁନି ବିବାଦ; କ୍ଷମା ପ୍ରର୍ଥନାକୁ ନେଇ ମୁହାଁମୁହିଁ Sidhu-Amarinder


ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗେଦେବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଦଳୀୟ ସଙ୍ଗଠନ ପରିବର୍ତ୍ତନକୁ ଅସନ୍ତୁଷ୍ଟ ହୋଇଉଠିଥିବା ମୁଖ୍ୟମନ୍ତ୍ରୀଙ୍କୁ ମନାଇବା ଲାଗି ଦଳ ପକ୍ଷରୁ ଜାରି ରହିଛି ପ୍ରୟାସ। ଏହି କ୍ରମରେ ନବନିଯୁକ୍ତ ପଞ୍ଜାବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୁଲଜିତ ସିଂହ ନାଗରା ତାଙ୍କୁ ଭେଟିଛନ୍ତି। ଭେଟଘାଟ ପରେ ସେ କହିଛନ୍ତି ଦଳ ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ସମ୍ମତି ଜଣାଇଛନ୍ତି।   


ଗତ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ଆସୁଥିଲେ ସିଦ୍ଧୁ। ଯାହାକୁ ନେଇ ଖପ୍ପା ହୋଇଉଠିଥିଲେ ମୁଖ୍ୟମନ୍ତ୍ରୀ। ଶାସକ ଦଳର ନେତା ହୋଇ ନିଜ ଦଳର ସରକାର ବିରୁଦ୍ଧରେ ଏପରି ବିଷୋଦଗାର କରିବା ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମମୟରେ ଅନେକ ସ୍ପଷ୍ଟୀକରଣ ଦେବାକୁ ପଡୁଥିଲା।  


Also Read: ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?


ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କରାଯିବାକୁ ସହଜେ ଗ୍ରହଣ କରିପାରୁନାହାଁନ୍ତି କ୍ୟାପ୍ଟେନ ସାହେବ ଅର୍ଥାତ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଏ ମାମଲାରେ ସେ ଦଳୀୟ ନେତୃବୃନ୍ଦଙ୍କ ଆଗରେ ସର୍ତ୍ତ ରଖିଛନ୍ତି ସେ। ଏନେଇ କ୍ୟାପ୍ଟେନ କହିଛନ୍ତି ଯେଉଁ ପ୍ରସଙ୍ଗରେ ସିଦ୍ଧୁ ମୋତେ ଟାର୍ଗେଟ କରୁଥିଲେ ସେ ନେଇ ସେ କ୍ଷମା ମାଗନ୍ତୁ। କ୍ଷମା ମାଗିବା ପରେ ମୁଁ ସିଦ୍ଧୁକୁ ଭେଟିବି।