ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?
Advertisement

ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

ନୂଆ ଅଧ୍ୟକ୍ଷଙ୍କ ସହ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପଞ୍ଜାବ କଂଗ୍ରେସର ଅନେକ ନେତା।

ସଭାପତି ନିଯୁକ୍ତି ପରେ ଥମୁନି ବିବାଦ; ପାରବାରିକ ରାଜନୀତିରେ ବଳିପଡିଲେ କି ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ କମିଟି ଅଧ୍ୟକ୍ଷ ପଦକୁ ନେଇ ଦଳରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନାହିଁ। ଏନେଇ ଦଳରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଦୂର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ। ସଭାପତି ପଦକୁ ନେଇ ଦଳରେ ଚାଲିଥିବା କଳହକୁ ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି।

ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ନିଯୁକ୍ତ କରିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ରାଜ୍ୟ ରାଜନୀତିରେ କ୍ୟାପ୍ଟେନ ସାହେବ ଭାବେ ଜଣାଶୁଣା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ (CM Amarinder Singh)। 

Also Read: ଦାୟିତ୍ୱ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ Sidhu

ନୂତନ କଂଗ୍ରେସ ସଭାପତି ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ହୋଇଉଠିଥିବା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର ଅପରାହ୍ନରେ ନିଜ ସମର୍ଥକ ବିଧାୟକ ସାଂସଦଙ୍କ ଏକ ବୈଠକ ଡାକିଛନ୍ତି। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ଯୋଗ ଦେବା ଲାଗି ଖୋଦ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଦ୍ଧୁଙ୍କୁ ନିମନ୍ତ୍ରଣ ମିଳିନାହିଁ। 

Also Read: PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

ନୂଆ ଅଧ୍ୟକ୍ଷଙ୍କ ସହ ୪ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ପଞ୍ଜାବ କଂଗ୍ରେସର ଅନେକ ନେତା। ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ କରିବାକୁ ନେଇ ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ପଟିଆଲା ସାଂସଦ ପରିଣୀତି କୌର ସୋମବାର ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି।

Also Read: Punjab Congress: Party High Command ଙ୍କ ନିର୍ଦ୍ଦେଶ ମାନିବେ କି CM Amarinder?

ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ସଭାପତି କରି ଦଳର ବରିଷ୍ଠ ନେତା ଅମରିନ୍ଦର ସିଂହଙ୍କୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଅସନ୍ତୁଷ୍ଟ କରିଥିବା ଚର୍ଚ୍ଚା ହେଉଛି। ଏନେଇ କୁହାଯାଉଛି ଗାନ୍ଧୀ ପରିବାରର ନିକଟତମ ସହଯୋଗୀଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ଅସନ୍ତୁଷ୍ଟ କରିବା ଦଳ ଲାଗି ମହଙ୍ଗା ପଡ଼ିପାରେ।   

Also Read: ଥମୁନି ବିବାଦ; Punjab Congress ଅଧ୍ୟକ୍ଷ ଆସନକୁ ନେଇ ଛକାପଞ୍ଝା ଜାରି

ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ ସିଦ୍ଧୁ ଗୁରୁଦ୍ୱାରରେ ପହଞ୍ଚି ଅଶୀର୍ବାଦ ନେଇଥିଲେ। ଅଧ୍ୟକ୍ଷ ପଦରେ ନିଜ ନେତା ନିଯୁକ୍ତ ହୋଇଥିବାର ଖବର ପାଇବା ପରେ ତାଙ୍କର ସିଦ୍ଧୁଙ୍କ ସମର୍ଥକ ରାଜ୍ୟର ଅମୃତସର, ପଟିଆଲା ଭଳି ସ୍ଥାନରେ ମିଠା ବାଣ୍ଟି ଉତ୍ସବ ପାଳନ କରିଥିଲେ।   

Also Read: ତେଜିଲା ଅସନ୍ତୋଷ; ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ Punjab CM Amarinder

ସଭାପତି ନିଯୁକ୍ତ କରିବାକୁ ନେଇ ପଞ୍ଜାବ କଂଗ୍ରେସ କମିଟିରେ ସୃଷ୍ଟି ହୋଇଥିବା ଅସନ୍ତୋଷ ମାହୋଲ ମଧ୍ୟରେ ଦଳୀୟ କର୍ମକର୍ତ୍ତାଙ୍କ ଏପରି ଉତ୍ସବ ପାଳନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସବୁଠାରୁ ବଡ ପ୍ରଶ୍ନ ହେଉଛି ସଭାପତି ପଦକୁ ନେଇ ହୋଇଥିବା ମୁକବିଲାରେ ବାଜି ମାରିଲା କିଏ? ଦଳ ନାଁ ପରିବାର। ପାରିବାରିକ ରାଜନୀତିକୁ ନେଇ ସବୁ ବେଳେ ଚର୍ଚ୍ଚାର ପରିସରରେ ରହୁଥିବା ଗାନ୍ଧୀ ପରିବାରର ଭୂମିକାକୁ ନେଇ ଏବେ ଅନେକ ପ୍ରକାର ଆଲୋଚନା ହେଉଛି। 

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ଏନେଇ କୁହାଯାଉଛି କ'ଣ ଦଳରେ କେବଳ ଗାନ୍ଧୀ ପରିବାରର ନିକଟତତମ ସହଯୋଗୀ ଥିବା କଂଗ୍ରେସ ନେତାଙ୍କ କଥା ଶୁଣାଯିବ। ଏହି କଥା ଏବେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି। କାରଣ ସଭାପତି ପଦ ନିଯୁକ୍ତ ହେବା ପୂର୍ବରୁ ସିଦ୍ଧୁ ଗାନ୍ଧୀ ପରିବାର ସହ ନିୟମିତ ଭାବେ ଯୋଗାଯୋଗରେ ରହିଥିଲେ। ଯାହାର ଫଳ ରବିବାର ଦେଖିବାକୁ ମିଳିଛି। ଗତକାଲି ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ଦଳର କେନ୍ଦ୍ରୀୟ ନେତୃବୃନ୍ଦ।

ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କରୁଥିବା ବୟାନବାଜିକୁ ନେଇ ଗଣମାଧ୍ୟମରେ ଶିରୋନାମା ପାଲଟୁଥିବା ସିଦ୍ଧୁ ସଭାପତି ନିଯୁକ୍ତ ହେବା ପରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ସେ ପଟେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଛି। ସିଦ୍ଧୁଙ୍କୁ ସଭାପତି ଭାବେ ନିଯୁକ୍ତ କରିବାକୁ ନେଇ ସର୍ବପ୍ରଥମେ ବିରୋଧ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ହେଲେ ତାଙ୍କୁ ଅସନ୍ତୁଷ୍ଟ କରି ଗାନ୍ଧୀ ପରିବାରର ନିକଟତମ ସହଯୋଗୀ ରହିଥିବା ସିଦ୍ଧୁଙ୍କୁ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

Also Read: ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ଏହି କଥାରୁ ସ୍ପଷ୍ଟ ହେଉଛି କଂଗ୍ରେସ ନେତାଙ୍କ ଲାଗି ଗାନ୍ଧୀ ପରିବାର ସବୁ କିଛି। ଦଳୀୟ ବ୍ୟାପାରରେ ପାରିବାରିକ ହସ୍ତକ୍ଷେପ କଂଗ୍ରେସ ଦଳରେ କୌଣସି ନୂଆ କଥା ନୁହେଁ। ଏପରି ଅନେକ ଉଦାହରଣ ରହିଛି ଯେଉଁଠି ପରିବାର କାରଣରୁ ଦଳ ଅନେକ ଲୋକପ୍ରିୟ ଦଳୀୟ ନେତାଙ୍କୁ ହରାଇଛି। ଯାହାର ଫଳାଫଳ ଦଳ ଲାଗି ବିଭିନ୍ନ ସମୟରେ ମହଙ୍ଗା ପଡ଼ିଛି। ଦଳୀୟ ବ୍ୟାପାରରେ ପାରିବାରିକ ହସ୍ତକ୍ଷେପ କାରଣରୁ କଂଗ୍ରେସ ଏବେ ଦେଶର ହାତଗଣତି ରାଜ୍ୟରେ କ୍ଷମତସୀନ ଅଛି। ପଞ୍ଜାବ ମାମଲାରେ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିଷ୍ପତ୍ତିର ଫଳାଫଳ କ'ଣ ଆସୁଛି ତାହା ଆଗାମୀ ଦିନରେ ଜଣାପଡି଼ବ।