Lalu Yadav PM Modi: ଅକ୍ଟୋବର ୧ ଶନିବାର ଦେଶରେ ମୋବାଇଲ କଂଗ୍ରେସର ଷଷ୍ଠତମ ସଂସ୍କରଣ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଶନିବାର ଠାରୁ ଦେଶରେ 5G ସେବା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ପ୍ରଗତି ମୈଦାନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ 5G ସେବା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୨୦୨୩ ସୁଦ୍ଧା ସମଗ୍ର ଭାରତ ବର୍ଷରେ 5G ସେବା ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏନେଇ ପ୍ରାୟ ୩୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଦେଶରେ ୧୩ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ,  ଜାମନଗର, ଲକ୍ଷ୍ନୌ, ପୁଣେ ଠାରେ ପ୍ରଥମେ ଆରମ୍ଭ ହେବ 5G ସେବା। ବର୍ତ୍ତମାନ ଉପଲବ୍ଧ ରହିଥିବା 4G ତୁଳନାରେ 5G ୧୦ ଗୁଣା ଅଧିକ ବେଗରେ ଚାଲିବ। 


5G ସେବାରେ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ଅଧିକ ବେଗରେ ସେବା ପାଇପାରିବେ ବ୍ୟବହାରୀକାରୀ। ଆବଶ୍ୟକ ସ୍ଥଳେ ଏହି ବେଗ ୧୦୦ ଗୁଣା ପର୍ଯ୍ୟନ୍ତ ଯାଇପାରେ। ବ୍ୟବହାରୀଙ୍କ ପାଇଁ Download Speed ବଢ଼ାଇବ 5G। 2G Network ଜରିଆରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4G ସେବାରେ ୪୦ ମିନିଟ ଲାଗୁଥିଲା। ଏବେ 5G ସେବାରେ ସେହି File Download ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ। 


Also Read: Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ଦେଶରେ 5G ସେବା ଆରମ୍ଭ କରିବା ଅବସରରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ପଛରେ ରହିଥିବା କାରଣ ଜାଣିବାକୁ ହେଲେ ୬ ବର୍ଷ  ତଳକୁ ଯିବାକୁ ହେବ। ଯେତେବେଳେ ଲାଲୁ ଯାଦବ ଏକ ଟ୍ୱିଟ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ଗତ ୨୦୧୬ ସେପ୍ଟମ୍ବର ୨ ତାରିଖରେ ଏକ ଟ୍ୱିଟ୍ କରି ଆରଜେଡି ମୁଖ୍ୟ କହିଥିଲେ, ଯେ  ଗରିବ ଅଟା ଖାଇବେ ନା ଡାଟା? ଡାଟା ଶସ୍ତା ଆଉ ଅଟା ମହଙ୍ଗା। ଏହା ହେଉଛି ଦେଶ ପରିବର୍ତ୍ତନ କରିବାର ସଂଜ୍ଞା। କଲ୍ ଡ୍ରପ୍ ସମସ୍ୟାର ସମାଧାନ କିଏ କରିବ? 


ଆଜକୁ ୬ ବର୍ଷ ପୂର୍ବେ ଆରଜେଡି ମୁଖ୍ୟ ଲାଲୁ ଯାଦବ ପଚାର ଯାଇଥିବା ପ୍ରଶ୍ନର ଜବାବ ତାଙ୍କ ନାମ ନ ଦେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ କେତେଜଣ ମୁଷ୍ଟିମେୟ ଶ୍ରେଣୀର ଲୋକ ଗରିବ ଲୋକଙ୍କ ଦକ୍ଷତା ଉପରେ ସନ୍ଦେହ କରୁଥିଲେ। ସେମାନେ ସନ୍ଦେହ କରୁଥିଲେ ଯେ ଗରିବ ଲୋକେ ଡିଜିଟାଲ ଶବ୍ଦର ଅର୍ଥ ମଧ୍ୟ ବୁଝିପାରିବେ ନାହିଁ। ହେଲେ ପାଖରେ ମୋର ସର୍ବଦା ଦେଶର ସାଧାରଣ ବ୍ୟକ୍ତିଙ୍କ ବୁଝିବା, ବିବେକ ଏବଂ ସେମାନଙ୍କର ଅନୁସନ୍ଧାନକାରୀ ମନରେ ବିଶ୍ୱାସ ରହିଆସିଛି।


ବର୍ତ୍ତମାନ ଆମର ଛୋଟ ବ୍ୟବସାୟୀ, କ୍ଷୁଦ୍ର ଉଦ୍ୟୋଗୀ, ସ୍ଥାନୀୟ କଳାକାର ଏବଂ କାରିଗର ଅଛନ୍ତି, ଡିଜିଟାଲ ଇଣ୍ଡିଆ ସମସ୍ତଙ୍କୁ ଏକ ମଞ୍ଚ ଦେଇଛି ବଜାର ଦେଇଛି। ବର୍ତ୍ତମାନ ଆପଣ ଏକ ସ୍ଥାନୀୟ ବଜାର କିମ୍ବା ପନିପରିବା ବଜାରକୁ ଯାଇ ଦେଖନ୍ତୁ। ଏଠାରେ ଛୋଟ ବ୍ୟବସାୟୀ କିମ୍ବା ବୁଲା ବିକାଳୀ ମଧ୍ୟ ଆପଣଙ୍କୁ କହିବେ ନଗଦ ଟଙ୍କା ନୁହେଁ UPI କରି ଦିଅନ୍ତି। ଏହି ପରିବର୍ତ୍ତନ ଦର୍ଶାଏ ଯେ ଯେତେବେଳେ ସୁବିଧା ଉପଲବ୍ଧ ହୁଏ ସେତେବେଳେ ଚିନ୍ତାଧାରା କିପରି ସଶକ୍ତ ହୁଏ। କୃଷକ ହେଉ କିମ୍ବା ଛୋଟ ଦୋକାନୀ, ଆମେ ଆପ୍ ମାଧ୍ୟମରେ ସେମାନଙ୍କର ଦୈ ନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଏକ ଉପାୟ ଦେଇଛୁ।