Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Advertisement
Article Detail0/zeeodisha/odisha1374961

Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

5G Launch in India:  ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ଦ୍ୱାରା ପ୍ରଦାନ କରା ଯାଉଥିବା 5G ସେବାର Live Demo ଏସଏଲଏସ ମେମୋରିଆଲ ରେସିଡେନସିଆଲ ସ୍କୁଲ ଠାରେ ପ୍ରଦର୍ଶିତ କରାଯିବ। ଯେଉଁ ବିଦ୍ୟାଳୟ ଗତ ୨୦୧୬ ବର୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପରିଚାଳିତ ହୋଇଆସୁଛି।   

Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

5G Live Demo: ଅକ୍ଟୋବର ୧ ତାରିଖ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ଅନେକ ସ୍ଥାନରେ 5G ସେବା ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେବା ଆରମ୍ଭ ହେବାକୁ ଯାଉଥିବା ସ୍ଥାନ ମଧ୍ୟରୁ ଓଡି଼ଶାର ଏକ ବିଦ୍ୟାଳୟ ସ୍ଥାନ ପାଇଛି। ତାହା ହେଉଛି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମରେ ଅବସ୍ଥିତ ବିଦ୍ୟାଳୟ। ଯେଉଁଠାରେ 5G ସେବାର Live Demo ଅନୁଷ୍ଠିତ ହେବ। ଏହି ଗ୍ରାମ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁ ଘର ଗାଁ। ଏହି ଆବାସିକ ବିଦ୍ୟାଳୟ ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳିତ ହେଉଛି। 

ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ (Indian Telecom Company) ରିଲାଏନ୍ସ ଜିଓ (Reliance Jio) ଦ୍ୱାରା ପ୍ରଦାନ କରା ଯାଉଥିବା 5G ସେବାର Live Demo ଏସଏଲଏସ ମେମୋରିଆଲ ରେସିଡେନସିଆଲ ସ୍କୁଲ ଠାରେ ପ୍ରଦର୍ଶିତ କରାଯିବ। ଏହି ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମରେ ଅବସ୍ଥିତ। ଯେଉଁ ବିଦ୍ୟାଳୟ ଗତ ୨୦୧୬ ବର୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପରିଚାଳିତ ହୋଇଆସୁଛି।   

Also Read: 5G in India: ଦେଶରେ କେବେ ଉପଲବ୍ଧ ହେବ 5G? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ଏନେଇ ପ୍ରତିକ୍ରିୟା ରଖି ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ମୁନ୍ନା ପ୍ରତିହାରୀ କହିଛନ୍ତି ଯେ, ପ୍ରଗତି ମୈଦାନ ଠାରେ ଆୟୋଜିତ ହେବାକୁ ଯାଉଥିବା ଏହି ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଦ୍ୱାରା 5G ସେବାର Live Demo ଆରମ୍ଭ କରାଯିବ। ଓଡିଶାରେ ରିଲାଏନ୍ସ ଜିଓ ଅଧିକାରୀ (Odisha Reliance Jio Officer) 5G ସେବା ପାଇଁ ବିଦ୍ୟାଳୟରେ ଆବଶ୍ୟକୀୟ ସୁବିଧା ସୁଯୋଗ ସ୍ଥାପନ କରିଛନ୍ତି। 

ଏସଏଲଏସ ମେମୋରିଆଲ ରେସିଡେନସିଆଲ ସ୍କୁଲ ନାମକ ବିଦ୍ୟାଳୟର ପ୍ରତିଷ୍ଠା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ୨୦୦୯-୨୦୧୪ ମଧ୍ୟରେ ମୃତ୍ୟୁବରଣ କରିଥିବା ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପୁଅଙ୍କ ସ୍ମୃତିରେ କରିଥିଲେ। ଏହି ଆବାସିକ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଯେଉଁଠି ପ୍ରାୟ ୭୫ ଜଣ ପିଲା ଅଧ୍ୟୟନ କରିଥାନ୍ତି। ରାଷ୍ଟ୍ରପତି ବର୍ଷକୁ ଅତି କମରେ ୬ ଥର ତାଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିବା ବିଦ୍ୟାଳୟକୁ ପରିଦର୍ଶନ କରିଥାନ୍ତି।

Also Read: 5G Mobile Network: ଦେଶବାସୀଙ୍କୁ କେବେ ମିଳିବ ସେବା? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

5G ସ୍ପେକ୍ଟ୍ରମ ନିଲାମୀ (5G Spectrum Auction in India) ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ଶେଷ ହୋଇଥିଲା। ଯେଉଁଥିରେ କେନ୍ଦ୍ର ସରକାର ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେକର୍ଡ ସଂଖ୍ୟା ନିଲାମୀ ଗ୍ରହଣ କରିଛନ୍ତି। 4G ନେଟୱାର୍କ ତୁଳନାରେ 5G ନେଟୱାର୍କ ଉଚ୍ଚ ଗତିରେ ଇଣ୍ଟରନେଟ୍, ଉନ୍ନତ ସଂଯୋଗ ଏବଂ ନେଟୱର୍କ ଶକ୍ତି ରହିଛି। ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇ ଭଳି ଚାରୋଟି ମେଟ୍ରୋ ସହରରେ 5G ସେବା ଆରମ୍ଭ କରାଯାଇଛି। ଟେଲିକମ୍ କମ୍ପାନୀ ଆସନ୍ତା ୨୦୨୩ ଶେଷ ସୁଦ୍ଧା ସମଗ୍ର ଦେଶରେ 5G ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।