winter session:ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ସଭାପତି। ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ପରେ ଆଜି ଦିନ ୧୨ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ଗୃହରେ ହଟ୍ଟଗୋଳ କରିଥିଲେ। ମାତ୍ର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗୃହର ସଭାପତି ଗୃହକୁ ମୁଲତବୀ କରିଦେଇଛନ୍ତି। ଏଠାରେ କହି ରଖୁ କି ଅଷ୍ଟାଦଶ ଲୋକସଭାର ପ୍ରଥମ ଦିନରୁ ହିଁ ଗୃହ ମୁଲତବୀ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଆଜିର କାର୍ଯ୍ୟ ଦିବସ ଆରମ୍ଭରୁ ଲୋକସଭାର ବାଚସ୍ପତି ଓମ ବିର୍ଲା ସଭା ଆରମ୍ଭରୁ ଦିବଂଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। 
ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସକାଳ ୧୧ଟାରେ ଲୋଳସଭା ବସିଥିଲା। ବାଚସ୍ପତିଙ୍କ ଆସନକୁ ଆସିବ ପୂର୍ବରୁ ପ୍ରଧାନମନ୍ତ୍ରୀ ଗୃହକୁ ଆସିଥିଲେ। ତାଙ୍କ ଆସିବାରେ ଗୃହର କିଛି  ସଦସ୍ୟ 'ଜୟଭାବନୀ' ନାରା ବି ଦେଇଥିଲେ। ଏହାପରେ ବାଚସ୍ପତି ଆସନକୁ ଆସି ଗୃହକୁ ନିଧନ ସଦସ୍ୟ ଏବଂ ପୂର୍ବତନ ସଦସ୍ୟଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ନିଧନଙ୍କ ଭିତରେ ୨ ଜଣ ମୂଳ ଲୋକସଭାର ସଦସ୍ୟ ରହିଛନ୍ତି। ଜଣେ ହେଲେ ବସନ୍ତ ରାଓ ବଳବନ୍ତ ରାଓ ଚୌହାନ ଏବଂ ଅନ୍ୟଜଣେ ହେଉଛନ୍ତି ଶେଖ ନୁରୁଲ ଇସଲାମ।


ଶ୍ରୀ ରାଓ ମହାରାଷ୍ଟ୍ରରୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ସେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରି ସାରିଥିଲେ। ଶ୍ରୀ ରାଓଙ୍କ  ନିଧନ ୨୬ ଅଗଷ୍ଟରେ ହୋଇଥିଲା। ସେହିପରି ଶେଖ ନୁରୁଲ ଉତ୍ତର 24 ପ୍ରଗଣାରେ ୨୫ ସେପ୍ଟେମ୍ବର ଦେହାନ୍ତ ହୋଇଯାଇଥିଲା। ସେ ଚତୁର୍ଦଶ ଲୋକସଭାର ସଦସ୍ୟ ଥିଲେ ବୋଲି ବାଚସ୍ପତି ସୂଚନା ଦେଇଥିଲେ। 
ଆଜି ଲୋକସଭାରେ ଅର୍ଥ, ଶିକ୍ଷା, କର୍ପୋରେଟ ବ୍ୟାପାର, ପର୍ଯ୍ୟଟନ ବିଭାଗ ପ୍ରଶ୍ନୋତ୍ତର ଆଲୋଚନା ହେବାର ଥିଲା। ସମୁଦାୟ ପ୍ରଶ୍ନତ୍ତର କାଳ ବାତିଲ ହେବାରୁ କୌଣସି ପ୍ରଶ୍ନ ନିଆଯାଇପାରିନାହିଁ। ଏହା ସହିତ ଧାରା  ୩୭୭  ଅନ୍ତର୍ଗତ ସମସ୍ୟା ବାବଦରେ ସଦସ୍ୟମାନେ ନିଜ ବକ୍ତବ୍ୟ ରଖିବା ନେଇ ଆଶା କରାଯାଉଥିଲା। ଆଜି ଗୃହରେ ୨ଟି ପ୍ରମୁଖ ବିଧେୟକ ଆସିବାର ଥିଲା। ଗୋଟିଏ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବ ବେଳେ ଆଉ ଗୋଟିଏ ବ୍ରର୍ଲ ମନ୍ତ୍ରଣାଳୟର ବିଧେୟକ ରହିଥିଲା। ଅର୍ଥ ମନ୍ତ୍ରଣାଳୟ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଧେୟକ  ଥିବାବେଳେ ଅନ୍ୟଟି ହେଉଛି ରେଳବାଇ ସଂଶୋଧନ ବିଧେୟକ 2024।