Presidential Election 2022: ଦିନକୁ ଦିନ ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ। ଅନ୍ୟପଟେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଥମିବା ପରେ ରାଷ୍ଟ୍ରପତି ନିର୍ବାଚନରେ ​ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଶିବସେନା ପକ୍ଷରୁ ଘୋଷଣା କରାଯିବା ପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନା।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଶିବସେନା ପକ୍ଷରୁ କରାଯାଇଥିବା ଘୋଷଣା ପ୍ରସଙ୍ଗରେ ବିଜେପି ବିରୋଧିରେ ବର୍ଷିଛନ୍ତି ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଏନେଇ ସେ କହିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଚାପରେ ପଡ଼ି  ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି। ଗୌହାଟି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଏକଥା କହିଛନ୍ତି।


କିଛି ଦିନ ପୂର୍ବେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଘୋଷଣା କରିଥିଲେ ଯେ ତାଙ୍କ ଦଳ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ବିଦ୍ରୋହୀ ଶିବସେନା ଗୋଷ୍ଠୀର ନେତା ଏକନାଥ ସିନ୍ଦେ ଏବଂ ବିଜେପି ଦ୍ୱାରା  କ୍ଷମତା ହରାଇଥିବା ଉଦ୍ଧବ ଠାକରେ କହିଛନ୍ତି ଯେ ତାଙ୍କର କୌଣସି ଛୋଟ ଚିନ୍ତାଧାରା ନାହିଁ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦଳର ସମର୍ଥନ ଏହା ସୂଚାଉଛି।


ଯଶୱନ୍ତ ସିହ୍ନା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତାହେଲେ CAA-NRC ଭଳି ଲାଗୁ କରିବେ ନାହିଁ। ମୁଁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଜି ହେଲି କାରଣ ଏହା ସଂଘର୍ଷର ସମୟ। ସାରା ଦେଶରେ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହେଉଛି। ନାଗରିକତା ପ୍ରଦାନ ଭଳି ଆଇନ ଲୋକଙ୍କ ଉପରେ ଲଦି ଦିଆଯାଇଛି। ଯଦି ମୁଁ ରାଷ୍ଟ୍ରପତି ହୁଏ ତାହେଲେ ମୁଁ ଏହି ଆଇନକୁ ଅନୁମୋଦନ କରିବାକୁ ଦେବି ନାହିଁ।


Also Read: Presidential Election 2022: ଏନଡିଏ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ନେଇ ଅଣ୍ଟା ଭିଡିଲା ବିଜେପି