ପୁରୀ: ଛତିଷା ନିଯୋଗ ବୈଠକ ପରେ ସ୍ପଷ୍ଟ ହେଲା କିଭଳି ଭାବେ କୋଭିଡ୍ କଟକଣା ମଧ୍ୟରେ ହେବ ଚନ୍ଦନଯାତ୍ରା। ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏସଓପି। ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ଜାରି ହେବ ୧୪୪ଧାରା। ରଥ ଅନୁକୂଳ ପାଇଁ ମଧ୍ୟ ସ୍ୱତନ୍ତ୍ର କଟକଣା। କେବଳ ଶାଢୀ ବନ୍ଧା ରଥନିର୍ମାଣ ସେବକ ଏବଂ ପ୍ରଶାସନିକ ଅଧିକାରୀ ଯୋଗଦେବେ।  ଏନେଇ ଚୂଡାନ୍ତ ହୋଇଛି ସେବାୟତଙ୍କ ତାଲିକା। 


COMMERCIAL BREAK
SCROLL TO CONTINUE READING

ପଞ୍ଚମହାଦେବ କମିଟିର ପ୍ରତିଟି ବିମାନରେ ୭ ଜଣ ଲେଖାଏଁ ସେବାୟତ ରହିବେ। ନୀତି ସହ ସଂଶ୍ଳିଷ୍ଟ ୫୦ ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍। ଚନ୍ଦନଯାତ୍ରାର ୭୨ ଘଣ୍ଟା ପୂର୍ବରୁ ରଥନିର୍ମାଣ ସେବକଙ୍କ ଚନ୍ଦନ ନୀତି ସହ ଜଡ଼ିତ ପ୍ରାୟ ୧୫୦ ଜଣ ସେବକଙ୍କ କରାଯିବ କୋଭିଡ୍ ଟେଷ୍ଟ। 


ବିନାଭକ୍ତରେ ହେବ ଚନ୍ଦନଯାତ୍ରା। ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ଜାରି ହେବ ୧୪୪ଧାରା। ପ୍ରାୟ ୫୦-୬୫ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବା ସହ ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ପାସ୍। ମଙ୍ଗଳବାର ଛତିଷା ନିଯୋଗ ବୈଠକ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ବାହାରେ ହେବ ଚନ୍ଦନଯାତ୍ରା। ଏକୋଇଶି ଦିନିଆ ବାହାର ଚନ୍ଦନଯାତ୍ରା (Chandan Yatra) ଏବଂ ଅକ୍ଷୟ ତୃତୀୟା (Akshaya Tritiya)  ପାଳନକୁ ନେଇ ଜାରି ହୋଇଛି ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) । 


Also Read: କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି


ସେପଟେ ଅକ୍ଷୟ ତୃତୀୟା ନୀତିକାନ୍ତି ମଧ୍ୟ ଚୂଡାନ୍ତ କରାଯାଇଛି। କୋଭିଡ୍ କଟକଣା ମଧ୍ୟରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥଖଳାକୁ ବିଜେ କରାଇବେ। ରଥ ଅନୁକୂଳ ପର୍ବ ନେଇ କେବଳ ଶାଢ଼ୀ ବନ୍ଧା ସେବକଙ୍କ ସହ  ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବା ନେଇ ଜାରି ହୋଇଛି ମାର୍ଗଦର୍ଶିକା।


କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦନଯାତ୍ରା ସହ ଅକ୍ଷୟ ତୃତୀୟାକୁ ନେଇ କରାଯାଇଥିବା ନିୟମାବଳୀ ସ୍ୱାଗତଯୋଗ୍ଯ । ସମସ୍ତ ସେବାୟତ ନିଯୋଗ କୋଭିଡ୍ କଟକଣା ଭିତ୍ତିରେ  ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ଲାଗି ସହଯୋଗ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ସେବାୟତଙ୍କ ସଂଖ୍ୟା ସୀମିତ କରି ୨୧ ଦିନ ବାହାର ଚନ୍ଦନଯାତ୍ରା ଏବଂ ରଥନିର୍ମାଣ ଅନୁକୂଳ ପର୍ବକୁ କଟକଣା ଭିତରେ କରିବା ପାଇଁ ନିଷ୍ପତ୍ତି ନେଇଛି ଛତିଷା ନିଯୋଗ। 


Also Read: Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ


ସେପଟେ ପଞ୍ଚମହାଦେବ କମିଟିର ପ୍ରତିଟି ବିମାନରେ ୭ଜଣ ଲେଖାଏଁ ରହିବାକୁ ଅନୁମତି ମିଳିଥିବା ସହ ନରେନ୍ଦ୍ରରେ ଚାପ ନୀତି ଶୀଘ୍ର ସାରି ପ୍ରତ୍ଯାବର୍ତ୍ତନ କରିବା ପାଇଁ ରହିଛି ପ୍ରଶାସନିକ ନିର୍ଦ୍ଦେଶ। ମଙ୍ଗଳବାର ଜିଲ୍ଲାପାଳ ଏନେଇ ବୈଠକ କରିବା ସହ ରଥଖଳା, ଚନ୍ଦନଚକଡା ଯାଇ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ସେପଟେ ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତ୍ତିରେ ହେବ ରଥନିର୍ମାଣ କାର୍ଯ୍ଯ। ରଥଖଳାକୁ ସମ୍ପୂର୍ଣ୍ଣ କପଡାରେ ଆବଦ୍ଧ କରି ରଥନିର୍ମାଣ ସେବକଙ୍କୁ ସଙ୍ଗରୋଧରେ ରଖି କାର୍ଯ୍ୟ କରାଯିବ।