Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ
Advertisement
Article Detail0/zeeodisha/odisha897803

Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। 

Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବିଧିପରମ୍ପରା ଅନୁସାରେ ଏହି ତିଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଅନୁକୂଳ ପର୍ବ। ସେପଟେ ଚନ୍ଦନ ଯାତ୍ରା। ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ କାଳିଆ ସାଆନ୍ତେ। ସେଥିଲାଗି ଏବେ ପାରମ୍ପରିକ ରଙ୍ଗରେ ସଜେଇ ହେଉଛି ଚନ୍ଦନପୁଷ୍କରିଣୀ। 

ସେପଟେ ଦୁଇ ଚାପ ନନ୍ଦା ଏବଂ ଭଦ୍ରା ସହ ବୈଜୟନ୍ତୀର ନିର୍ମାଣ କାର୍ଯ୍ୟ ଆସନ୍ତା ୧୧ ତାରିଖରୁ ଆରମ୍ଭ କରାଯିବ। ଅନ୍ୟପଟେ ରଥ ଖଳା ମଧ୍ୟ ପ୍ରସ୍ତୁତ। ପୂର୍ବରୁ ୧୬୦ ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତ ବର୍ଷ ଠାରୁ ୬୦ ଫୁଟ ବଢାଯାଇ ୨୨୦ ଫୁଟ କରାଯାଇଛି। କୋରୋନା ସଂକ୍ରମଣ ରୋକିବା ପାଇଁ ଏଥର ରଥ ନିର୍ମାଣ ସହ ଚନ୍ଦନଯାତ୍ରା ସେବକଙ୍କର ଆଗୁଆ କରାଯିବ ଆରଟିପିସିଆର ଟେଷ୍ଟ (RTPCR Test)। ବଡଦାଣ୍ଡରେ ଥିବା ହିନ୍ଦି ବିଦ୍ଯାପୀଠ ଠାରେ ସ୍ୱତନ୍ତ୍ର କ୍ଯାମ୍ପ ଖୋଲାଯିବା ସହ ଆସନ୍ତା ୧୧,୧୨, ୧୩ ତାରିଖରେ ୩ ଦିନ ଧରି କୋଭିଡ୍ ଟେଷ୍ଟ କରାଯିବ। ଆସନ୍ତା ୧୧ ତାରିଖ ମଙ୍ଗଳବାର ଛତିଷା ନିଯୋଗ ବୈଠକରେ ଚନ୍ଦନଯାତ୍ରା, ଅକ୍ଷୟତୃତୀୟା ଆଦି ପର୍ବର ନୀତି ନିର୍ଘଣ୍ଟ ହେବା ସହ ଚନ୍ଦନ ଯାତ୍ରା ବାହାରେ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।

Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। ସେଥିପାଇଁ ଶ୍ରୀନଅର ରଥଖଳାରେ ରବିବାର ଆରମ୍ଭ ହୋଇଛି ଚାଳି ନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ କୋରୋନା କଟକଣାରେ ରଥ ନିର୍ମାଣ ହେବ। ପୂର୍ବରୁ ୧୬୦ ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତବର୍ଷ ଠାରୁ ୬୦ ଫୁଟ ବଢାଯାଇ ୨୨୦ ଫୁଟ କରାଯାଇଛି। ଏହି ମାପରେ ପ୍ରଶାସନ ପକ୍ଷରୁ ଚାଳି ନିର୍ମାଣ ଆରମ୍ଭ ହୋଇଛି। ଏହି ଚାଳିରେ କୋରୋନା କଟକଣା ପାଳନ ମୁତାବକ ନିର୍ମାଣ ସେବକ ରଥ ନିର୍ମାଣ କରିବେ। 

ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯାଇ ବଡଦାଣ୍ଡକୁ ଖୋଳି ସେଥିରେ ଲୁହା ପାଇପ ଦେଇ ଚାଳି ସ୍ୱତନ୍ତ୍ର ଫ୍ରେମ୍ ପ୍ରସ୍ତୁତ କରିବା ପରେ ବାଉଁଶରେ ଉପର ଅଂଶକୁ ଆବଦ୍ଧ କରାଯାଉଛି। ଏହା ଉପରେ ଭୋଇ ସେବକ ଚଢି ଚାଞ୍ଚ ପକାଇବେ। ସେହିଭଳି ଜଳକ୍ରୀଡା ପାଇଁ ଚନ୍ଦନ ପୁଷ୍କରିଣୀକୁ ଦିଅଁ ବିଜେ ଲାଗି ବଡଦାଣ୍ଡରେ ଛାମୁଣ୍ଡିଆ କରାଯିବାର ବ୍ୟବସ୍ଥା କରାଯାଉଛି। ସେପଟେ ନରେନ୍ଦ୍ରରେ ଚନ୍ଦନ ଚକଡା ମନ୍ଦିର ଆଦିକୁ ପାରମ୍ପରିକ ରଙ୍ଗରେ ଆକର୍ଷଣୀୟ କରାଯାଉଛି। 

Also Read: ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ଜଳକ୍ରୀଡା ନେଇ ନରେନ୍ଦ୍ର ପୁଷ୍କରିଣୀକୁ ସୁସଜ୍ଜିତ କରାଯାଉଛି। ଆସନ୍ତା ୧୧ ତାରିଖରୁ ଦୁଇ ଚାପ ନନ୍ଦା, ଭଦ୍ରା ସହ ବୈଜୟନ୍ତୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଦଶ ମହାରଣାଙ୍କ ସହ ଭୋଇସେବକ ମଧ୍ୟ ଚାପ ନିର୍ମାଣ କାର୍ଯ୍ୟରେ ଯୋଗ ଦେବା ସହ ନିର୍ଦ୍ଧାରିତ ସମୟରେ ସାରିବେ। ସେପଟେ ଗତବର୍ଷ କୋରୋନା ମହାମାରୀର ଭୟାବହତା କାରଣରୁ କଟକଣା ଆଧାରରେ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା ନୀତି ଏବଂ ବାହାର ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। 

ଚଳିତ ବର୍ଷ ପରମ୍ପରା ଅନୁସାରେ ବାହାରେ ଏହି ନୀତି ଅନୁଷ୍ଠିତ ହେବା ନେଇ ଯଦିଓ ଆଗାମୀ ଛତିଷା ନିଯୋଗ ବୈଠକରେ ସ୍ପଷ୍ଟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ତଥାପି ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମହାପ୍ରଭୁଙ୍କ କାର୍ଯ୍ୟ ସେ ନିଜେ କରନ୍ତି। ବିଧି ପରମ୍ପରା ଆଧାରରେ ସମସ୍ତ କାର୍ଯ୍ଯ ହୋଇଥାଏ ବୋଲି ରଥ ନିର୍ମାଣ ସେବକ କହିଛନ୍ତି। 

Also Read: ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

ଚଳିତବର୍ଷ ଅକ୍ଷୟ ତୃତୀୟା ଅବସରରେ ରଥ ଅନୁକୂଳ ପର୍ବ ରଥଖଳାରେ ଅନୁଷ୍ଠିତ ହେବ। ଏହି ଦିନ ଶାଢୀବନ୍ଧା ବିଶ୍ୱକର୍ମା, ଭୋଇ, ରୂପକାର, ଚିତ୍ରକାର, କମାର ଆଦିଙ୍କୁ ମିଶାଇ ପ୍ରାୟ ୩୫ ଜଣ ରଥ ସେବକ ଉପସ୍ଥିତ ରହିବେ। ଆଉ ସମସ୍ତ ରଥନିର୍ମାଣ ସେବକଙ୍କୁ ସଙ୍ଗରୋଧରେ ରଖି ରଥ କାର୍ଯ୍ଯରେ ନିୟୋଜିତ କରିବାକୁ ପ୍ରସ୍ତାବ ଦିଆଯାଇଛି। କୋରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ କାରଣରୁ ଅକ୍ଷୟତୃତୀୟା ପୂର୍ବରୁ ସମସ୍ତ ରଥ ନିର୍ମାଣ ସେବକ ଏବଂ ଚନ୍ଦନଯାତ୍ରା ନୀତି ସହ ଜଡିତ ସେବକଙ୍କ କରାଯିବ ଆରଟିପିସିଆର ଟେଷ୍ଟ। 

ଏଥିରେ ବିମାନବଡୁ ସେବାୟତ, ମହାଜନ ସେବାୟତ, ପଞ୍ଚୁମହାଦେବ ସେବାୟତ, ବଡୁସୁଆର ସେବାୟତ ସମସ୍ତ ରଥ ନିର୍ମାଣ ସେବକଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ସେବକଙ୍କ କରାଯିବ କୋଭିଡ୍ ଟେଷ୍ଟ। ଏଥିପାଇଁ ବଡଦାଣ୍ଡରେ ଥିବା ହିନ୍ଦି ବିଦ୍ଯାପୀଠରେ ସ୍ୱତନ୍ତ୍ର କ୍ଯାମ୍ପ କରାଯାଇଛି। ଆସନ୍ତା ୧୧,୧୨, ୧୩ ତାରିଖ ୩ ଦିନ ଧରି କୋରୋନା ପରୀକ୍ଷା କରାଯିବ। ସେପଟେ ୧୧ତାରିଖ ମଙ୍ଗଳବାର ଛତିଷା ନିଯୋଗ ବୈଠକରେ ଚନ୍ଦନଯାତ୍ରା, ଅକ୍ଷୟତୃତୀୟା ନୀତି ନିତି ନିର୍ଘଣ୍ଟ ହେବା ସହ ଚନ୍ଦନ ଯାତ୍ରା ଭିତରେ ଅଥବା ବାହାରେ ହେବ ତାହା ଉପରୁ ମଧ୍ୟ ପରଦା ହଟିବ। ଲକଡାଉନ ଭିତରେ ଅକ୍ଷୟ ତୃତୀୟା ପଡୁଥିବାରୁ କଟକଣା ଭିତ୍ତିରେ ମହାପ୍ରଭୁଙ୍କ ନିତି କରାଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ।

Also Read: କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ସେପଟେ କୋଭିଡ ସ୍ଥିତି ପୁରୀରେ ଉଦବେଗ ଜନକ ରହିଥିବା ବେଳେ ଲକଡାଉନ ମଧ୍ୟରେ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆଉ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେନେଇ ପ୍ରଶାସନିକ ସ୍ତରରେ ଚାଲିଛି ବିଚାର ବିମର୍ଶ।