ପୁରୀ: ଘରୁ ବାହାରିଲେ ଶୁଣିବାକୁ ମିଳୁଥିଲା ଟାହିଟାପରା। ନିଜ ପେଟପାଟଣା ପାଇଁ ସକାଳୁ ସଞ୍ଜ ଯାଏ ବାରଦୁଆର ହାଟବଜାର ବୁଲି କରୁଥିଲେ ଭିକ୍ଷାବୃତ୍ତି। ଆଉ ଏବେ ପୁରୀ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢାଇ ସମ୍ମାନର ସହ ବଞ୍ଚିବା ପାଇଁ ନେଇଛି ପଦକ୍ଷେପ। ପୁରୀର ୨ କିନ୍ନରଙ୍କୁ କୋଭିଡ୍ ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ ମିଳିଛି ନିଯୁକ୍ତି। ଅନ୍ଯ କିନ୍ନରଙ୍କୁ ପର୍ଯ୍ଯାୟକ୍ରମେ ପୌରସଂସ୍ଥାର ଶୌଚାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ଯରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 


COMMERCIAL BREAK
SCROLL TO CONTINUE READING

ସେପଟେ ପ୍ରଶାସନ ସହାୟତାରେ କିନ୍ନର ସ୍ୱାବଲମ୍ବୀ ହୋଇପାରିଥିବା ବେଳେ ଏବେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇଛି। ଆଉ ହାତ ପତେଇବାକୁ ପଡୁନଥିବା ସହ ପରିଶ୍ରମ କରି ଖଟିବା ପରେ ମାସିକ ବେତନ ବ୍ଯାଙ୍କ ଆକାଉଣ୍ଟକୁ ଆସି ଯାଉଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛି କିନ୍ନର ସଂଘ।


Also Read: ଆତ୍ମନିର୍ଭରଶୀଳ ହେବେ କିନ୍ନର; ସହାୟତାର ହାତ ବଢାଇଲା ପୁରୀ ଜିଲ୍ଲା ପ୍ରଶାସନ


ସମାଜରେ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। ଭିନ୍ନ ଚକ୍ଷୁରେ କିନ୍ନରଙ୍କୁ ଦେଖାଯାଉଛି। ସକାଳୁ ରାତି ଯାଏ ଶୁଣିବାକୁ ମିଳୁଛି ଟାହି ଟାପରା। ତଥାପି ଏହାକୁ ବେଖାତିର କରି ପେଟ ପାଇଁ ହାତପାତିଛି। ହେଲେ ଆଖିର ଲୁହ ଏବଂ ପେଟର ଭୋକ ଦୁର୍ବିସହ କରିଦେଇଛି କିନ୍ନରଙ୍କ ଜୀବନ। ସେପଟେ କରୋନା ମହାମାରୀ ସମୟରେ କିନ୍ନରଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ସରକାର। ପୁରୀର ଦୁଇଜଣ କିନ୍ନରଙ୍କୁ କୋଭିଡ୍ ହସପିଟାଲରେ ମିଳିଛି ନିଯୁକ୍ତି। ସଫେଇ କର୍ମଚାରୀ ଭାବେ କାର୍ଯ୍ଯରେ ଯୋଗ ଦେଇଛନ୍ତି ସେମାନେ। 


ପରିଶ୍ରମ କରି ଖଟିବା ପରେ ମାସିକ ବେତନ ପାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଆଉ ଅନ୍ଯମାନଙ୍କ ପାଇଁ  ଉଦାହରଣ ପାଲଟିଛନ୍ତି ଦୁଇ କିନ୍ନର। ଜଣେ ପୁରୀ ଶ୍ରୀକ୍ଷେତ୍ର କଲୋନୀର ପିଙ୍କି କିନ୍ନର ଓ ଅନ୍ଯଜଣେ ବାଲି ଉପର ରାମଚଣ୍ଡୀ ସାହିର ସୋନି କିନ୍ନର। ମେଡିକାଲରେ କୋଭିଡ୍ ରୋଗୀଙ୍କ ସେବା ଓ ସଫେଇ କରି ଆତ୍ମ ସନ୍ତୋଷ ମିଳୁଥିବା ବେଳେ ଖୁବ ପରିଶ୍ରମ ନିଷ୍ଠାର ସହ ଏହି ଦାୟିତ୍ୱ ନିର୍ବାହ କରୁଛୁ। ଅନ୍ୟ ଉପରେ ନିର୍ଭର ନକରି ସମସ୍ତ କିନ୍ନର ନିଜ ନିଜ ଗୋଡରେ ଠିଆ ହେବା ଆବଶ୍ୟକ ବୋଲି କହିଛନ୍ତି ପିଙ୍କି କିନ୍ନର।


Also Read: Corona Pandmic: ମୁକାବିଲା ପାଇଁ କାର୍ଯ୍ୟକାରୀ ହେବ Modern Covid Hospital


ରାଜ୍ଯ ସରକାରଙ୍କ ପକ୍ଷରୁ କିନ୍ନରଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୌରସଂସ୍ଥା, ପରିମଳ ଆଦି କାର୍ଯ୍ଯରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଛି। ଆଉ କୋଭିଡ୍ ସମୟରେ ସୋନି ଓ ପିଙ୍କିଙ୍କୁ ଶ୍ରୀଜଗନ୍ନାଥ ମେଡିକାଲରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଛି। ପାରିଶ୍ରମିକ ବାବଦରେ ଦୁଇଜଣଙ୍କୁ ୮ ହଜାର ୨୮୦ ଟଙ୍କା ଲେଖାଏଁ ଦରମା ପ୍ରଦାନ କରାଯାଉଛି। ଆଗକୁ ପୁରୀର ୪୧ଜଣ କିନ୍ନରଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।


Also Read: କୋରୋନା ମୁକାବିଲା: ପିପିପି ମୋଡରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ


ସମାଜରେ କିନ୍ନର ସ୍ୱତନ୍ତ୍ର ମର୍ଯ୍ୟାଦାର ସହ ବଞ୍ଚିବା ଆରମ୍ଭ କଲେଣି। ଆଉ ଏହାକୁ ନେଇ ମଧ୍ୟ ବଦଳିଲାଣି ଲୋକଙ୍କ ମାନସିକତା। ପୁଲିସ ବିଭାଗ ହେଉ ଅବା ପ୍ରଶାସନିକ ସ୍ତରରେ ଏମାନଙ୍କ ନିଯୁକ୍ତି ନିହାତି ଅନ୍ୟ କିନ୍ନରଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ।