ମେ ୧୯ ତାରିଖ ବୁଧବାର ଶୁଭାରମ୍ଭ ହେବ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ।
Trending Photos
ପୁରୀ: ଶ୍ରୀକ୍ଷେତ୍ରରେ ଆସନ୍ତାକାଲି କାର୍ଯ୍ଯକ୍ଷମ ହେବ ଅତ୍ଯାଧୁନିକ କୋଭିଡ୍ ହସପିଟାଲ। କ୍ରିଟିକାଲ ରୋଗୀଙ୍କ ପାଇଁ ରହିଛି ଅନେକ ସୁବିଧା। ୧୫୦ ବେଡ୍ ବିଶିଷ୍ଟ ଏହି ହସ୍ପିଟାଲରେ ୨୦ ଭେଣ୍ଟିଲେଟର, ୪୦ HDU ସହ ରହିଛି ୯୦ ଅକ୍ସିଜେନ୍ ଶଯ୍ୟାର ବ୍ୟବସ୍ଥା ରହିଛି। ଆବଶ୍ୟକତା ଅନୁସାରେ ଆଗାମୀ ଦିନରେ ଅଧିକ ୧୫୦ ଶଯ୍ୟା ବୃଦ୍ଧି କରାଯିବ। ଏହାସହ ଅତିରିକ୍ତ ୧ ହଜାର ଅକ୍ସିଜେନ ସିଲିଣ୍ଡର ସହ ୫ ଲାଇଫ ସେଭିଂ ଆମ୍ବୁଲାନ୍ସ ବ୍ଯବସ୍ଥା କରାଯିବ।
ବରିଷ୍ଠ ନାଗରିକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଆସିବାକୁ ପଡିବ ନାହିଁ। ସେମାନଙ୍କ ଘରେ ପହଞ୍ଚି ଟିକାକରଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଅନ୍ଯପଟେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ସେବାୟତଙ୍କ ଟିକାକରଣ କରାଯାଉଛି। ଏ ପର୍ଯ୍ୟନ୍ତ ୧୮୦ ଜଣ ସେବାୟତ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୦ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩ ଜଣ କୋରୋନା ସଂକ୍ରମିତ ସେବାୟତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଜଣାଛନ୍ତି।
ମେ ୧୯ ତାରିଖ ବୁଧବାର ଶୁଭାରମ୍ଭ ହେବ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ (Puri District Special Covid Hospital)। ପୁରୀ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ। ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ (Sri Jagannath Medical College) ହଷ୍ଟେଲ ବିଲ୍ଡିଂ (Hostel Building) ପରିସରରେ କାର୍ଯ୍ଯକ୍ଷମ ହେବାକୁ ଯାଉଛି ବହୁ ଅତ୍ଯାଧୁନିକ ଚିକିତ୍ସା ସେବା ସୁବିଧା ଉପଲବ୍ଧ ରହିଥିବା ଏହି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ।
Also Read: କୋରୋନା ମୁକାବିଲା: ପିପିପି ମୋଡରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ
୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୦ ଭେଣ୍ଟିଲେଟର (ventilator), ୪୦ HDU (High Dependency Unit), ୯୦ ଅକ୍ସିଜେନ୍ ଶଯ୍ୟାର (Oxygen Bed) ବ୍ୟବସ୍ଥା ରହିଛି। ଆବଶ୍ୟକତା ଅନୁସାରେ ଆଗାମୀ ଦିନରେ ଅଧିକ ୧୫୦ ଶଯ୍ୟା ବୃଦ୍ଧି କରାଯିବ। ଏହା ସହିତ ୧ ହଜାର ଅକ୍ସିଜେନ ସିଲିଣ୍ଡର (Oxygen Cyllinder), ୫ ଲାଇଫ ସେଭିଂ ଆମ୍ବୁଲାନ୍ସ (Life Saving Ambulance) ବ୍ଯବସ୍ଥା କରାଯାଇଛି। ଭୁବନେଶ୍ବର ସମ୍ ମେଡିକାଲ କଲେଜ (Bhubaneswar SUM Medical College) ଏବଂ ପୁରୀ ଜିଲ୍ଲା ପ୍ରଶାସନ (Puri Dist Admin) ପକ୍ଷରୁ ମିଳିତ ସହଭାଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ( Odisha CM Relief Fund) ସହଯୋଗରେ ଏହି ମେଡିକାଲ କାର୍ଯ୍ୟକାରୀ ହେବାକୁ ଯାଉଛି।
ଜିଲ୍ଲାରେ ସଂକ୍ରମଣକୁ ରୋକିବା ଏବଂ ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ବ୍ୟାପକ ଭିତ୍ତିଭୂମି ସୁଯୋଗ ଏଠାରେ ଉପଲବ୍ଧ ହେବ। ଏହି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ (Spcial Covid Hospital) କାର୍ଯକ୍ଷମ ହେଲେ ବିଶେଷକରି ଜରୁରୀ ଚିକିତ୍ସା ସେବା ନିମନ୍ତେ ଆଉ ଜିଲ୍ଲା ବାହାରର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ୧୧ ବ୍ଲକରେ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ସହ କୋଭିଡ କେୟାର ସେଣ୍ଟର ପରିଚାଳନା ନେଇ ମଧ୍ୟ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୧୪୭ ଶଯ୍ୟା ପ୍ରସ୍ତୁତ ହୋଇରହିଛି। ଦୈନିକ ହାରାହାରି ୪୦୦ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ମେ ୧୮ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୪ ରହିଛି ଯାହାର ଆନୁପାତିକ ପ୍ରତିଶତ ୧୮.୭ ରହିଛି। ଗ୍ରାମାଞ୍ଚଳରେ ଟିକାକରଣକୁ ବ୍ଯାପକ କରାଯାଇଛି। ବରିଷ୍ଠ ନାଗରିକ ଆଉ ଟିକାକରଣ କେନ୍ଦ୍ରକୁ ଆସିବେ ନାହିଁ। ସେମାନଙ୍କ ଘରେ ପହଞ୍ଚି ଟିକାକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Also Read: ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ
ପୁରୀ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୧୦ ହଜାର ୫୯୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନେକ ସଂକ୍ରମିତଙ୍କ ମୃତ୍ଯୁ ହୋଇଛି। ସେପଟେ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଏବେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର (Srimandir Adminstration) ଚିନ୍ତା ବଢାଇଛି। କୋରୋନା ସ୍ଥିତିକୁ ନଜରରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଜାରି ହୋଇଥିବା କଟକଣା ଅବଧିକୁ ଆହୁରି ମାସେ ବୃଦ୍ଧି କରାଯାଇଛି।
ରଥ ନିର୍ମାଣ ସହ ଜଡିତ ସେବକଙ୍କ ଆରଟିପିସିଆର ଟେଷ୍ଟ (RTPCR Test) କରାଯାଇ ନିଳାଦ୍ରୀ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଉଛି। କୋଭିଡ ସଂକ୍ରମିତ ଚିହ୍ନଟ ସେବାୟତଙ୍କୁ ଚିକିତ୍ସା ପାଇଁ ନୀଳାଚଳ ଭକ୍ତନିବାସ କୋଭିଡ କେୟାର ହୋମ ଠାରେ ରଖାଯାଉଛି। ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ସେବାୟତଙ୍କ ଟିକାକରଣ କରାଯାଉଛି। ଏ ପର୍ଯ୍ୟନ୍ତ ୧୮୦ ଜଣ ସେବାୟତ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୦ ସୁସ୍ଥ ହୋଇଛନ୍ତି। ତିନି ଜଣ କୋଭିଡ ଆକ୍ରାନ୍ତ ସେବାୟତଙ୍କ ମତ୍ୟୁ ହୋଇଥିବା ଜଣାଇଛନ୍ତି ଜିଲ୍ଲାପାଳ।
Also Read: Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ
କୋଭିଡ୍ ହସ୍ପିଟାଲ ଶୁଭାରମ୍ଭ ହେଲେ କୋଭିଡ୍ ମହାମାରୀ ସମୟରେ କ୍ରିଟିକାଲ ଚିକିତ୍ସା ମିଳିବା ସହ ରଥଯାତ୍ରା ସମୟରେ ଏହାର ବିଶେଷ ଭାବେ ଉପଯୋଗ ହୋଇପାରିବ ବୋଲି ରହିଛି ଆଶା ଆଉ ଭରଷା।