ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଅମୀୟ କୁମାର ନାୟକ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
କୋଣାର୍କ: Road Accident in Puri: କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ବନ୍ଧୁ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମୁତାବକ ହୋଣ୍ଡା ହନେଟ୍ ରେ ପୁରୀରୁ କାକଟପୁର ନାଶିକେଶ୍ୱର ନିଜ ଘରକୁ ଫେରୁଥିବା ଦୁଇ ବନ୍ଧୁଙ୍କ ଗାଡି ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ପିଟିହୋଇଥିଲା । ତ୍ରିନାଥ ମଣ୍ଡପକୁ ପାଖରେ ଥିବା କିଛି ଲୋକେ ତୁରନ୍ତ ଅଗ୍ନିଶମ ବିଭାଗ ଚମ୍ପାହରକୁ ଖବର ଦେଇଥିଲେ । ଖବର ପାଇଁ ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ ତାଙ୍କ ଟିମ୍ ପହଞ୍ଚି ୨ ଜଣଙ୍କୁ ଗୋପ ମେଡିକାଲ ନେଇଯାଇଥିଲେ ।
ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ଅମୀୟ କୁମାର ନାୟକ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଯୁବକ ହେଲେ କାକଟପୁର ଥାନା ନିଶିକେଶ୍ୱର ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ଜଣା ପଡିଛି ।
ସୂଚନା ମୁତାବକ, ଚମ୍ପାହର ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରୁ ତାଙ୍କ ପରିଚୟ ପାଇଁ କୋଣାର୍କ ଥାନାରେ ଜଣାଇଥିଲେ । ପରେ କୋଣାର୍କ ପୋଲିସ ପହଞ୍ଚିଥିଲା । ପୋଲିସ ହୋଣ୍ଡା ହନେଟ୍, ଏକ ବ୍ୟାଗ ସହ
ଦୁଇଟି ଶବ ଜବତ କରି ତଦନ୍ତ ଚଳାଇଛି ।
ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୨୭୮ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଏହା ବି ପଢ଼ନ୍ତୁ:-ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ଅତିଥି ଓ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା
ଏହା ବି ପଢ଼ନ୍ତୁ:-ଜାନୁଆରୀ ୧ରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡର ପେମେଣ୍ଟ ପଦ୍ଧତି, ଜାଣି ନିଅନ୍ତୁ RBI ର ନୂତନ ନିୟମ ବିଷୟରେ...
ଏହା ବି ପଢ଼ନ୍ତୁ:-ଓମିକ୍ରନରୁ ରକ୍ଷା ପାଇବା ପାଇଁ ରହିଛି କେବଳ ଦୁଇଟି ଉପାୟ! AIIMS ନିର୍ଦ୍ଦେଶକ ଦେଲେ ଚେତାବନୀ