Puri News: ବାହୁଡା ପୂର୍ବରୁ ସିଂହଦ୍ଵାର (Lion’s Gate),ହେବ ରୂପାଦ୍ୱାର। ଏଥିପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି। ସିଂହଦ୍ଵାରର ପୁରୁଣା ପିତ୍ତଳଦ୍ୱାରକୁ ବାହାର କରାଯାଇ ଲୁହା ଫ୍ରେମିଂ କରାଯାଉଛି। ନିତିକାନ୍ତିକୁ ନେଇ ରୂପାଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯିବ। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ରୂପା ଛାଉଣୀ କରାଯିବ।  ସେପଟେ ପୂର୍ବରୁ ଶ୍ରୀମନ୍ଦିର (Srimandir) ଭିତରେ ଆଠ ଗୋଟି ଦ୍ୱାର ରୂପା ଛାଉଣୀ ସରିଥିବା ବେଳେ ସିଂହଦ୍ୱାର ରୂପା ଛାଉଣୀ ନେଇ ଦାତା ରୁପା ଦେବାକୁ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ରୂପାଦ୍ୱାର ହେବା ସମ୍ଭବ ହୋଇପାରିଛି। ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ କରାଯାଇଛି। ବର୍ମାଟିକ ଦ୍ୱାରରେ ଲଗାଯିବ। ଏହି ଦ୍ୱାରରେ ଗୋଟିଏ ଚୋରା କବାଟ ରହିଛି। ସିଂହଦ୍ଵାର ବନ୍ଦ ହେବା ପରେ ଶ୍ରୀମନ୍ଦିରରେ ରହିଯାଇଥିବା ଲୋକ ମାନେ ଏହି ଚୋରାଦୁଆର ଦେଇ ବାହାରିଥାନ୍ତି। ତେବେ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ।‌ ପୂର୍ବରୁ ଯେଉଁ ଦାତା ରୂପା ଦାନ କରିଥିଲେ ସେହି ଦାତା ରୂପା ଦାନ କରିବା ନେଇ ସହମତି ଦେଇଥିବା ବେଳେ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ୍ ଅନୁସାରେ  ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ୱାର ନିର୍ମାଣ କରୁଛନ୍ତି। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ  ଦୃତଗତିରେ ଚାଲିଛି (Silver cladding of Puri Srimandirs Lion Gate)।


COMMERCIAL BREAK
SCROLL TO CONTINUE READING

Also Read: Abadha Scheme: ବଢ଼ିଲା ଅବଢ଼ା ଅଟକଳ


Also Read: Morning Tips: ସକାଳୁ ଶେଯ ଛାଡିବା ପରେ ବାସ୍ କରନ୍ତୁ ଏହି ୫ଟି କାମ, ବଦଳିଯିବ ଆପଣଙ୍କ ଭାଗ୍ୟ!


ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ରତ୍ନ ପଲଙ୍କ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ। ସେହିପରି ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ବାହୁଡା ପୂର୍ବଦିନ ହିଁ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରହିଥିବା ବେଳେ ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ଯାଇ ସିଂହଦ୍ଵାରର ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କ ଗର୍ଭଦ୍ୱାର,ବିମଳା,ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ ଆଠ ଗୋଟି ଦ୍ଵାରକୁ ରୁପା ଛାଉଣୀ କରାଯାଇଛି।


ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ (rath yatra 2023) ନେଇ ଉତ୍ସବ ମୁଖର ପୂର ପଲ୍ଲୀ।  ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛି ତିନି ରଥ। ଆଜି ଆଡପ ମଣ୍ଡପ ବିଜେ କରିବେ ତିନିଠାକୁର। ରଥରେ ଶରଧାବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସନ୍ଧ୍ୟା ପର୍ଯ୍ୟାନ୍ତ ରଥରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ ନୀତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ବର୍ତ୍ତମାନ ରଥ ଉପରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ହେଉଛି। ଜନ୍ମବେଦୀକୁ ଯିବା ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ହେବ। ଏହାସହ ଶୁକ୍ରବାର ଠାରୁ ମିଳିବ ଆଡପ ଅବଢା। ଏଥିପାଇଁ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି।