Abadha Scheme: ବଢ଼ିଲା ଅବଢ଼ା ଅଟକଳ
Advertisement
Article Detail0/zeeodisha/odisha1748843

Abadha Scheme: ବଢ଼ିଲା ଅବଢ଼ା ଅଟକଳ

Abadha Scheme: ପୁରୀ ପାଇଁ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ(Chief Minister Naveen Patnaik)। ପୁରୀକୁ ପୁଣି ଥରେ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ନେଲେ ଏପରି ନିସ୍ପତି। ବଢ଼ିଲା ଅବଢ଼ା (Abadha Scheme) ଯୋଜନାର ଅଟକଳ ।   ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏବେ.... ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Abadha Scheme: ପୁରୀ ପାଇଁ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ(Chief Minister Naveen Patnaik)। ପୁରୀକୁ ପୁଣି ଥରେ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ନେଲେ ଏପରି ନିସ୍ପତି। ବଢ଼ିଲା ଅବଢ଼ା (Abadha Scheme) ଯୋଜନାର ଅଟକଳ । ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ସାମିଲ୍ ହୋଇଥିବାରୁ ଯୋଜନାର ଅଟକଳ ୪୨୨୪.୨୨ କୋଟିକୁ ବୃଦ୍ଧି ପାଇଛି । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହି ଅବଢ଼ା ଯୋଜନାର ପୁନଃ ଅଟକଳ ୪୨୨୪.୨୨ କୋଟି ଟଙ୍କାକୁ ଅନୁମୋଦନ କରିବା ସହ ଏହାର କାର୍ଯ୍ୟକାରୀ ସମୟ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ସ୍ଥିର କରାଯାଇଛି ।

Also Read: Bhoomika Dash: ସମ୍ବଲପୁରୀ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମିକା !

 

Also Read: Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ

Also Read: Horoscope Today 22 June 2023: ଆଜି ଏସବୁ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀରେ ମଲଟିସ୍ପେଶାଲିଟି ହସପିଟାଲ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିରର ଉନ୍ନତିକରଣ କରାଯିବ । ମନ୍ଦିର ପାଇଁ ସରକାର ୬ ଏକର ଜମି ଯୋଗାଇଦେବେ। ବିନା ପ୍ରମିୟମରେ ଜମି ମିଳିବ । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯାଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା । ସମ୍ବିଧାନରେ ଅଷ୍ଟମ ପରିଛେଦରେ ସଉରା ଭାଷା ସାମିଲ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । କେନ୍ଦ୍ରକୁ ପ୍ରସ୍ତାବ ପଠାଇବେ ରାଜ୍ୟ ସରକାର । ଅନାଥାଶ୍ରମ, ଗୋଶାଳା ଓ ଦୃଷ୍ଟିହୀନ ସ୍କୁଲ ପାଇଁ ସ୍ବତନ୍ତ୍ର ରେଣ୍ଟ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ଅବଢ଼ାରେ ସଂଶୋଧିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। 

Also Read: Boudh Road Accident: ଦୁର୍ଘଟଣା ଘଟାଇଲା PCR ଭ୍ୟାନ୍! ମହିଳା ASIଙ୍କ ଅବସ୍ଥା ସଙ୍କଟାପନ୍ନ

Also Read: Morning Tips: ସକାଳୁ ଶେଯ ଛାଡିବା ପରେ ବାସ୍ କରନ୍ତୁ ଏହି ୫ଟି କାମ, ବଦଳିଯିବ ଆପଣଙ୍କ ଭାଗ୍ୟ!

Also Read: Weather Update: କେବେ ଓଡି଼ଶା ଛୁଇଁବ ମୌସୁମୀ ବାୟୁ? ପାଣିପାଗ ବିଭାଗ ଦେଲା ଏପରି ଅପଡେଟ୍

 

ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ପୂର ପଲ୍ଲୀ।  ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛି ତିନି ରଥ। ଆଜି ଆଡପ ମଣ୍ଡପ ବିଜେ କରିବେ ତିନିଠାକୁର। ରଥରେ ଶରଧାବାଲିରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ସନ୍ଧ୍ୟା ପର୍ଯ୍ୟାନ୍ତ ରଥରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ ନୀତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ବର୍ତ୍ତମାନ ରଥ ଉପରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ହେଉଛି। ଜନ୍ମବେଦୀକୁ ଯିବା ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ହେବ। ଏହାସହ ଶୁକ୍ରବାର ଠାରୁ ମିଳିବ ଆଡପ ଅବଢା। ଏଥିପାଇଁ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି।