ଭୁବନେଶ୍ବର: ଆର୍‌ ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ(ସଇଓ)। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେହୋଇଛନ୍ତି ଆର ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ତେବେ ଏହା ପୂର୍ବରୁ ସିିିଇଓ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିବା ପରେ, ରାଜ୍ୟର ନୂଆ ସିଇଓ କିଏ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ୨୦୦୧ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ।