Rath yatra 2023: ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା (Rath yatra 2023) । ବଡ଼ ଦେଉଳରୁ ବାହାରି ଭକ୍ତଙ୍କ ଗ୍ରହଣକୁ ଆସିବେ ବଡ଼ ଠାକୁର । ସେପଟେ ଜଗତର ନାଥ ଜଗନ୍ନାଥଙ୍କୁ ପାଖରୁ ଦର୍ଶନ କରିବା ଲାଗି ଚାତକ ପରି ଚାହିଁ ରହିଛନ୍ତି ଭକ୍ତ । ତେବେ ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସେପରେ ନିକଟରେ ଶେଷ ହୋଇଛି ଶ୍ରୀମନ୍ଦିର ନୀତି ସବ କିମିଟି ବୈଠକ । ସ୍ନାନଯାତ୍ରା, ଘୋଷଯାତ୍ରା ନେଇ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି । ଏହାପରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ (Chhatisa Nijoga Metting) ଏହାକୁ ଅନୁମୋଦନ କରାଯିବ ବୋଲି ଅତିରକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ପୁରୀ ବଡଦାଣ୍ତ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das)  ଏହି ବୈଠକର ଅଧ୍ଯକ୍ଷତା କରିବେ । ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀ ମନ୍ଦିର ନୀତି, ଉନ୍ନୟନ ଓ ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଯୋଗ ଦେବେ । ଏହି ବୈଠକରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସ୍ନାନ ଯାତ୍ରାଠାରୁ ଆରମ୍ଭ କରି ରାଜେନ୍ଦ୍ରାଭିଷେକ, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ସେପଟେ ଦୈନନ୍ଦିନ ମଙ୍ଗଳ ଆଳତୀ ଓ ଦ୍ଵାର ଫିଟା ନୀତିରେ ବିଳମ୍ବ ହେବାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଏନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଗତ ବୁଧବାର ଦିନ ଅଣଆନୁଷ୍ଠାନିକ ଭାବରେ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ବୈଠକ ବସିଥିଲା । ଏଥିରେ ନୀତି ନିର୍ଘଣ୍ଟ ନେଇ ସବିଶେଷ ଆଲୋଚନା ହୋଇଛି । ତେବେ ଆଜିର ବୈଠକରେ ନୀତି ସବ କମିଟିର ମୋହର ପରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହେବ। ଚଳିତ ବର୍ଷ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ଅର୍ଥାତ୍ ଜୁନ୍ ୧୯ରେ ପାଳିତ ହେବାକୁ ଥିବାରୁ ନବଯୌବନ ଓ ରଥଯାତ୍ରା ମଧ୍ୟରେ ବିଶ୍ରାମ ଦିନ ରହିନାହିଁ ।


ତେଣୁ ଚଳିତ ବର୍ଷ ରଥଯାତ୍ରା ନୀତିକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପ୍ରଶାସନ ପାଇଁ ଚାଲେଞ୍ଜେ ହେବ । ସେପଟେ ଚଳିତ ଥର ମହାପ୍ରଭୁଙ୍କ ଅନବସର ତାଟି ଖୋଲିବା ମାତ୍ରେ ଠକୁରଙ୍କ ଦର୍ଶନ, ସ୍ୱତନ୍ତ୍ର ନୀତି ସହ ରଥଟଣା ପାଇଁ ଆଜ୍ଞାମାଳ ବିଜେ ହେବ। ଟିକେଟ୍ ଦର୍ଶନ ସାରି ସର୍ବାଙ୍ଗ, ମାଘସ୍ନାନ, ବରୁଣ ପୂଜା ହୋଇ ନେତ୍ରୋତ୍ସବ, ରୋଷ ହୋମ ନୀତି ଅନୁଷ୍ଠିତ ହେବ । ଏହାପରେ ସକାଳ ଧୂପ, ଆଜ୍ଞାମାଳ ବିଜେ କରାଯିବ । ଏହାପରେ ରଥ ଖଳାରୁ ରଥଟଣା ହୋଇ ସିଂହଦ୍ୱାରରେ ପହଞ୍ଚିବ। ପୁଣି ପରଦିନ ରଥଯାତ୍ରା ନୀତି ଆରମ୍ଭ ହୋଇଯିବ । ୨୦୧୪ ମସିହାରେ ଏଭଳି ନୀତି ରହିଥିଲା। କିନ୍ତୁ ପରବର୍ତ୍ତୀ ବର୍ଷ ମାନଙ୍କରେ ଉଭା ରହିଥିବାରୁ ନୀତିକାନ୍ତି ପାଇଁ ବେଶ ସମୟ ମିଳିଥିଲା । ତେଣୁ ଶୃଙ୍ଖଳିତ ନୀତି ପାଇଁ ଏ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଅନ୍ୟପଟରେ ଚାରିଦ୍ୱାର ଖୋଲିବାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ପ୍ରସ୍ତୁତି ବୈଠକରେ ମଧ୍ୟ ଖୁବ ହୋହଲ୍ଲା ହୋଇଥିଲା । ତେଣୁ ରଥଯାତ୍ରା ଆଗକୁ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଆଗମାନକୁ ନଜରରେ ରଖି ଚାରିଦ୍ୱାର ଖୋଲିବା ନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ଆଶା ରହିଛି ।


Also Read- Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....


ପ୍ରକାଶ ଥାଉ କି,  ସେପଟେ ରଥ ଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ସମସ୍ତ ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଷ ଶୁକ୍ରବା ମୁହାଁଟି ଓ ଦଣ୍ତା ଅନୁକୂଳ କରିଛନ୍ତି ବିଶ୍ବକର୍ମା ମହାରଣା । ତିନି ରଥର ପ୍ରାୟ ୪୨ଟି ଚକ ଓ ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ସହ ଅଖ ଗୁଡ଼ିକର ସଯୋଗ ହେବା ନେଇ ବିଧି ରହିଛି ।