ଭୁବନେଶ୍ବର: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ବିଜେପି ସମ୍ବର୍ଦ୍ଧନା ସଭା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଏହି ସମ୍ବର୍ଦ୍ଧିତ ଉତ୍ସବରେ ଉପସ୍ଥିତ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସମ୍ବର୍ଦ୍ଧନା ସଭାରେ ନୂଆ ଓଡ଼ିଶା ଗଠନ କରିବାକୁ ଆହ଼୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନରେ ବିଜୟ ଆମ ପାଇଁ ଐତିହାସିକ ବିଜୟ। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଏକ ନୂଆ ଓଡ଼ିଶା ଗଠନ କରିବାକୁ ଆମମାନଙ୍କୁ ଦାୟିତ଼୍ବ ମିଳିଛି। ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ସମ଼୍ବର୍ଦ୍ଧନା ସଭାରେ କହିଛନ୍ତି। ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ ତେବେ ଦୋଷୀ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି। 


ଅନ୍ୟପଟେ ରଜ୍ୟସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେପି ସରକାରକୁ ଆସିବାର କିଛି ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକ କରି ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଗଲା ଏବଂ ଏହାକୁ ପୂରା କରାଗଲା। ଜଗନ୍ନାଥଙ୍କ ପାଇଁ ଯେପରି ଅର୍ଥର ଅଭାବ ରହିବନି ସେଥିପାଇଁ ୫ଶହ କୋଟି ଟଙ୍କାର ରିଭଲିଂ ଫଣ୍ଡ କରିଛୁ। ଧାନର ଏମଏସପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହା କେବଳ ଟ୍ରେଲର ଥିଲା ଆଗାମୀ ୧୦୦ ଦିନ ମଧ୍ୟରେ ପୂରା ଫିଲ୍ମ ଦେଖିବ ଓଡ଼ିଶା। ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖି କାମ ହେବ। ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱ ନିଆଯିବ। କେହି ଗରିବ ରହିବେନି କି ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ।