ସମ୍ବଲପୁର: ସମଲେଇ ଯୋଜନାରେ ବିସ୍ଥାପନକୁ ବିରୋଧ କରି ଜଳ ସତ୍ୟାଗ୍ରହ କରିଛନ୍ତି ପଡାବାସୀ। ବାଲିବନ୍ଧା, ରାମଜୀମନ୍ଦିର, ଘୁନଘୁଟିପଡା, ପାଟମେଶ୍ଵରୀ ମନ୍ଦିର ଅଞ୍ଚଳର ଶତାଧିକ ବାସିନ୍ଦା ଏହି ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି। ମହାନଦୀ ବାଲିବନ୍ଧା ଘାଟରେ ଜଳ ସତ୍ୟାଗ୍ରହ କରି ସେମାନେ ପାଣି ଭିତରେ ରହି ନିଜର ପ୍ରଦିବାଦ ଜଣାଇଛନ୍ତି। ପରେ ବାଲିବନ୍ଧା ଘାଟରୁ କଳସ ଶୋଭାଯାତ୍ରା କରି ମାଆ ସମେଲଶ୍ଵରୀ ମନ୍ଦିର ସମ୍ମୁଖରେ ପାଣି ଢାଳିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମଲେଇ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହି ପରିଧିରେ ଯେଉଁ ଘର ରହିଛି ତାହାକୁ ଭଙ୍ଗା ଯାଉଛି। ହେଲେ ଏହା ଦ୍ୱାରା ବିସ୍ଥାପିତ ହେଉଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ସରକାର କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସମଲେଶ୍ବରୀ ମନ୍ଦିରରୁ ବାଲିବନ୍ଧା ପର୍ଯ୍ୟନ୍ତ ରହୁଥିବା ଲୋକଙ୍କୁ ଉଛେଦ ପାଇଁ ପ୍ରତ୍ୟେକ ଦିନ ଆସି ଜାଗା ଛାଡିବାକୁ କହୁଥିବାରୁ ବିରୋଧ କରିଛନ୍ତି ଜନତା। 


ସେମାନେ ସମଲେଇ ଯୋଜନାକୁ ବିରୋଧ କରୁ ନାହାନ୍ତି ହେଲେ ଗୋଟିଏ ବୈଠକ କରାଯାଇ କେତେ ଜାଗା ଯିବ କାହାର କାହାର ଜାଗା ଯିବ ସେ ବାବଦରେ ସ୍ପଷ୍ଟ କରନ୍ତୁ। କିଛି ନଜଣାଇ ଅଧିକାରୀ ଆସି ଘର ଭାଙ୍ଗିବାକୁ ନିର୍ଦେଶ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେଥିପାଇଁ ସେମାନେ ଜଳ ସତ୍ୟାଗ୍ରହ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। ତିନି ପିଢ଼ି ହେବ ବସବାସ କରୁଥିବା କାରଣରୁ ସେମାନଙ୍କ ପାଇଁ ସରକାର ପ୍ରଥମେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।