Sandeep Maheswari quote:


COMMERCIAL BREAK
SCROLL TO CONTINUE READING

ପିଲାମାନଙ୍କର ଲାଳନପାଳନ ପାଇଁ ପିତାମାତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । କେତେବେଳେ ସେମାନଙ୍କୁ ପିଲାମାନଙ୍କର ତିକ୍ତତାକୁ ସହ୍ୟ କରିବାକୁ ପଡେ ତ ବେଳେବେଳେ ସେମାନଙ୍କର ଦାବି ପୂରଣ କରିବାକୁ ପଡେ । ଅନେକ ପ୍ରେରଣାଦାୟକ ବକ୍ତା ମଧ୍ୟ ପିଲାମାନଙ୍କୁ ଲାଳନପାଳନ ପାଇଁ ଅନେକ ପରାମର୍ଶ ଦିଅନ୍ତି । ଆଜି ଆସନ୍ତୁ ଜାଣିବା ପିଲାମାନଙ୍କୁ ଲାଳନପାଳନ ନେଇ ପ୍ରେରଣାଦାୟକ ବକ୍ତା(ମୋଟିଭେସନାଲ ସ୍ପିକର) ସନ୍ଦୀପ ମହେଶ୍ୱରୀ କ’ଣ କହୁଛନ୍ତି ।


ଯଦି ଆପଣ ମଧ୍ୟ ଜଣେ ବାପା ମା ତେବେ ସନ୍ଦୀପଙ୍କ କଥା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ । ଆସନ୍ତୁ ଜାଣିବା ସନ୍ଦୀପ ମହେଶ୍ୱରୀ କଣ କହିଛନ୍ତି ।


ପ୍ରାୟତଃ ଦେଖାଯାଏ ଯେ ଅଭିଭାବକ ମାନଙ୍କୁ ଏହା କୁହାଯାଏ ଯେ ପିଲା ଯାହା ଚାହୁଁଛି ତାହା ସେମାନଙ୍କୁ କରିବାକୁ ଦିଅ । ପିଲା ନିଜ କ୍ୟାରିୟରରେ କଣ ଚାହୁଁଛି, ସେ କଣ ଦରକାର କରୁଛି, ଏସବୁ ନେଇ ଅଭିଭାବକଙ୍କୁ କୁହାଯାଏ ଯେ ସେମାନେ ନିଜ ସନ୍ତାନର ପ୍ରତ୍ୟେକ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବା ଉଚିତ ଏବଂ ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ୍ । କିନ୍ତୁ ସନ୍ଦୀପ ମହେଶ୍ୱରୀଙ୍କ ଭିନ୍ନ ମତ । ସନ୍ଦୀପଙ୍କ ଅସୁସାରେ ଏହା ସମ୍ପୂର୍ଣ୍ଣ ଭୂଲ୍ । ଅଭିଭାବକମାନେ ସେମାନଙ୍କର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଉଚିତ୍ ନୁହେଁ ।


ଏକ କାହାଣୀ ବର୍ଣ୍ଣନା କରୁଥିବାବେଳେ ସନ୍ଦୀପ କହିଛନ୍ତି ଯେ ସେଠାରେ ଜଣେ ଝିଅ ଅଛନ୍ତି ଯିଏ କୋଚିଂ ନେବା ପରେ ପରୀକ୍ଷା ଦେଉଥିଲେ କିନ୍ତୁ ସେ ପାସ୍ କରିପାରିନଥିଲେ। ସେ ବାରମ୍ବାର ଚେଷ୍ଟା କରିବେ ବୋଲି କହିଛନ୍ତି। ସନ୍ଦୀପ କହିଛନ୍ତି ଯେ ତୁମେ ଏଭଳି କରିବା ଉଚିତ୍ ନୁହେଁ, ତୁମେ ଏହା କରିପାରିବ ନାହିଁ । କାରଣ ଉଭୟ ସମୟ ଏବଂ ଅର୍ଥ ନଷ୍ଟ ହେବ । ଏହା ପରେ ଝିଅର ବାପା କହିଥିଲେ ଯେ ସେ ଚେଷ୍ଯା ଜାରି ରଖୁ । ତାଙ୍କୁ ଡିମୋଟିଭେଟ୍ କରନ୍ତୁ ନାହିଁ । କିଛି ଅସୁବିଧା ନାହିଁ, ତାଙ୍କ ପାଠ ପଢ଼ା ଖର୍ଚ୍ଚ ପାଇଁ କେବଳ 20-30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଯେମିତି ଆସନ୍ତାକାଲି ସେମାନେ ନକୁହନ୍ତୁ ଯେ ଆମେ ତାଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାର ସୁଯୋଗ ଦେଇନାହୁଁ।


ଏହା ଶୁଣି ସନ୍ଦୀପ କହିଛନ୍ତି ଯେ ଆଜିକାଲି ଅଭିଭାବକମାନେ ବହୁତ ବ୍ୟସ୍ତ ଅଛନ୍ତି ଏବଂ ସେମାନେ ନିଜ ପିଲାମାନଙ୍କୁ ସମୟ ଦେବାରେ ସକ୍ଷମ ନୁହଁନ୍ତି । ତେଣୁ ସେମାନେ ଟଙ୍କା ସହିତ ଏହାର ପରିଶୋଧ କରିବାକୁ ଚିନ୍ତା କରନ୍ତି। ସେ କହିଛନ୍ତି ଯେ ଅଭିଭାବକମାନେ ସହାୟତା ପାଇଁ ପିଲାମାନଙ୍କୁ ଲାଳନପାଳନ କରିବାରେ ଜଡିତ ହେବାକୁ ଚାହାଁନ୍ତି ନାହିଁ।


ସନ୍ଦୀପ କହିଛନ୍ତି ଯେ ଝିଅଟି ୬ ଥର ପରୀକ୍ଷା ଦେବା ପରେ ମଧ୍ୟ ୟୁପିଏସସି ପରୀକ୍ଷା ଦେଇପାରିଲା ନାହିଁ । ଆଉ ଡ଼ିପ୍ରେସନକୁ ଚାଲିଗଲା । ବାପା ମା ନିଜ ପିଲାଙ୍କୁ ସଠିକ୍ ରାସ୍ତା ଦେଖାଉ ନାହାଁନ୍ତି । ଆଉ ଯଦି କେହି କିଛି କହିଲେ ଓଲଟା ସେମାନେ ସେମାନଙ୍କୁ ଚୁପ୍ କରାନ୍ତି ।


ସନ୍ଦୀପ ମହେଶ୍ୱରୀଙ୍କ ଅନୁଯାୟୀ, ବର୍ତ୍ତମାନ ପିତାମାତାମାନେ ନିଜ ପିଲାମାନଙ୍କୁ କମ୍ ସମୟ ଦେଉଛନ୍ତି ।  ଫଳରେ ସେମାନେ ଭୁଲ୍ କରୁଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ସଠିକ୍ ନିଷ୍ପତ୍ତି ନେବାକୁ ମାର୍ଗଦର୍ଶନ କରିବା ଉଚିତ୍ ।