space missions may increase risk of erectile:


COMMERCIAL BREAK
SCROLL TO CONTINUE READING

ମହାକାଶ ଯାତ୍ରା ଦ୍ୱାରା ମାନବ ସ୍ୱାସ୍ଥ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଥାଏ ।  ଆମ ଶରୀରର ବିଭିନ୍ନ ପ୍ରକ୍ରିୟା ଏବଂ ମସ୍ତିଷ୍କକୁ ଏହା  ପ୍ରଭାବିତ କରୁଥିବା ଅଧ୍ଯୟନରୁ ଜଣା ପଡ଼ିଛି ।  ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅଧିକ ସମୟ ବିତାଇଥିବା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟକୁ ନେଇ ହୋଇଥିବା ତର୍ଜମା ଓ ଅଧ୍ୟୟନରୁ ମାନବ ଶରିରରେ ଯେଉଁ  ପରିବର୍ତ୍ତନ ପରିଲକ୍ଷିତ ହୁଏ ସେ ବାବାଦରେ  ସ୍ୱାସ୍ଥ୍ୟ ବିଶେଷଜ୍ଞ  ଅନେକ ସୂଚନା ଦେଇଛନ୍ତି । ମହାକାଶରେ ଦୀର୍ଘ ସମୟ ଧରି ରହିବାର ମାନବ ଶରିର ଉପରେ କ’ଣ ପ୍ରଭାବ ପଡ଼ୁଛି ତାକୁ ନେଇ ହୋଇଥିବା ଅଧ୍ୟୟନରୁ ଜଣା ପଡି଼ଛି ଯେ,ପୁରୁଷ ମହାକାଶଚାରୀ ଯୌନଗତ ସମସ୍ୟା ଯେପରିକି ଇରେକ୍ଟାଇଲ୍ ଡିସଫଙ୍କସନ ବା EDର ଶିକାର ହୋଇପାରନ୍ତି ।


ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ମଧ୍ଯ ଜାରି ରୁହେ ସମସ୍ୟା


FASEB ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଇଡିର ଏହି ସମସ୍ୟା କେବଳ ମହାକାଶ ରହଣୀ କାଳରେ ମହାକାଶଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳେ ନାହିଁ ।  ବରଂ ପୃଥିବୀକୁ ଫେରିବା ପରେ ମଧ୍ୟ ଦୀର୍ଘ ସମୟ ଧରି ସେମାନେ ଇରେକ୍ଟାଇଲ ଡାଇସଫଙ୍କସନ ଦ୍ୱାରା ପ୍ରଭାବିତ ରୁହନ୍ତି ।  ଅଧ୍ୟୟନରେ କୁହାଯାଇଛି ଯେ ଦୀର୍ଘ ସମୟ ଧରି ଉଚ୍ଚ ସ୍ତରର ଗାଲାକ୍ଟିକ୍ ବ୍ରହ୍ମାଣ୍ଡ ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନେ ଓଜନହୀନତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯାହା ସେମାନଙ୍କର ଯୌନଜୀବନ ଉପରେ ପ୍ରଭାବ ପକାଇଥାଏ ।


ନାସା ଦ୍ୱାରା ଅନୁମୋଦିତ ଏହି ଅଧ୍ୟୟନରେ ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଗଭୀର ମହାକାଶ ଅନ୍ୱେଶଣ ନୂତନ ସ୍ୱାସ୍ଥ୍ୟଗତ  ବିପଦ ସୃଷ୍ଟି କରିପାରେ । ଡକ୍ଚର ଜଷ୍ଟିନେଲ ଫେଭର କହିଛନ୍ତି ଯେ ଏସବୁର ନକାରାତ୍ମକ ପ୍ରଭାବ ଦୀର୍ଘ ସମୟ ଧରି ରହିଥାଏ। ଟିସୁରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ରେଡକ୍ସ ପଥକୁ ଟାର୍ଗେଟ୍ କରି  କ୍ରିୟାତ୍ମକ ସୁଧାର  ହାସଲ କରାଯାଇପାରେ ।


 ଯାହାର ଅର୍ଥ ହେଉଛି ଯେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଫ୍ଲୋରିଡା ଷ୍ଟେଟ ୟୁନିଭରସିଟିର ନ୍ୟୁରୋଭାସ୍କୁଲାର ଡିସଫଙ୍କସନ ବିଶେଷଜ୍ଞ ଏବଂ ଏହି ଅଧ୍ୟୟନର ବରିଷ୍ଠ ଲେଖକ ଡକ୍ଟର ଫେରେଭଙ୍କ ଅନୁସାରେ, ଆଗାମୀ ସମୟରେ ଅଧିକରୁ ଅଧିକ ମହାକାଶ ଯାତ୍ରା ହେବ ତେଣୁ  ମହାକାଶଚାରୀଙ୍କ  ଯୌନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଉପରେ ତୀକ୍ଷ୍ଣ ନଜର ରଖିବା ଅତ୍ୟନ୍ତ ଜରୁରୀ ଅଟେ।


ଏହାର ଚିକିତ୍ସା ସମ୍ଭବ


ଡକ୍ଟର ଫରେଭଙ୍କ ଅନୁସାରେ ବର୍ତ୍ତମାନର ମହାକାଶଯାନରେ GCR ବିକିରଣର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ। ତେଣୁ ଗଭୀର ମହାକାଶ ଯାତ୍ରା ପାଇଁ ମହାକାଶଚାରୀମାନଙ୍କୁ GCR ରୁ ରକ୍ଷା କରିବାର କୌଣସି ପ୍ରଭାବଶାଳୀ ଉପାୟ ନାହିଁ । GCR  ଦ୍ୱାରା ଉତ୍ପନ ସମସ୍ୟାର ଚିକିତ୍ସା ଦ୍ୱାରା  ପ୍ରଭାବ ହ୍ରାସ କରାଯାଇପାରେ ବୋଲି ସେ କହିଛନ୍ତି ।


ଅଧିକ ଗବେଷଣା ଆବଶ୍ୟକ


ତଥାପି, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରଭାବଶାଳୀ ଫଳାଫଳ ସୁନିଶ୍ଚିତ କରିବାକୁ ଅଧିକ ଗବେଶଣାର ଆବଶ୍ୟକତା ରହିଛି, ଯାହା ଦ୍ୱାରା ସେମାନେ ଚିକିତ୍ସା ପଦ୍ଧତିକୁ ଭଲ ଭାବରେ ନିଶ୍ଚିତ କରିପାରିବେ। ଅଧ୍ୟୟନ କେବଳ ଦୀର୍ଘକାଳୀନ ପ୍ରଭାବକୁ ନେଇ ହୋଇଥିଲା । ସ୍ୱଳ୍ପ ଅବଧି ପାଇଁ  ବିକିରଣର ସଂସ୍ପର୍ଶରେ ଆସିଲେ ଶରିର ଉପରେ ଭୟଙ୍କର ଏବଂ ଗଭୀର ପ୍ରଭାବ ପକାଇପାରେ ।


ଚିକିତ୍ସା ଠାରୁ ସମାଧାନ


ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମହାକାଶଚାରିଙ୍କ ଉପରେ ଏଭଳି  ପ୍ରଭାବକୁ ଏଡାଯାଇପାରିବ, ତେବେ ଏଥିପାଇଁ  ବିସ୍ତୃତ ଭାବରେ ଅଧ୍ୟୟନ କରିବାର ବହୁତ ଆବଶ୍ୟକତା ଅଛି। ବିଶେଷ୍ଜ୍ଞଙ୍କ ଅନୁସାରେ  ED ଭଳି ସମସ୍ୟାକୁ  ରୋକାଯାଇପାରିବଯ । ବିଶେଷଜ୍ଞଙ୍କ ଅନୁସାରେ  GCR ଦ୍ୱାରା ସୃଷ୍ଟି ହୋଇଥିବା ଇଡି ସମସ୍ୟାକୁ ବିଭିନ୍ନ ଆଣ୍ଟିଅକ୍ସିଡାଣ୍ଟର ଚିକିତ୍ସା ଦ୍ୱାରା ସମାଧାନ କରାଯାଇପାରିବ।