spiritual tips: ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ ରାଗି ଗ୍ରହ ବୋଲି ମନେ କରାଯାଏ । ଶନିଙ୍କୁ ଦଣ୍ଡାଧିକାରୀ ଦେବତା ଭାବରେ ଗ୍ରହଣ କରାଯାଏ । ଶନି ମହାଦଶା ରାହୁ କେତୁଙ୍କ ଠାରୁ ବି ଭୟାନକ ହୋଇଥାଏ ।କୁହାଯାଏ ଶନି ଦେବ କର୍ମ ହିସାବରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି।


COMMERCIAL BREAK
SCROLL TO CONTINUE READING

ଖରାପ ଅଭ୍ୟାସ ରଖିଥିବା ଲୋକଙ୍କୁ ଶନିଦେବ କେବେ ବି ଭଲ ପାଆନ୍ତି ନାହିଁ । ତେବେ ଜାଣନ୍ତୁ କେଉଁ ଖରାପ ଅଭ୍ୟାସ ପାଇଁ ଶନିଦେବ କୋପଦୃଷ୍ଟି ପକାଇଥାନ୍ତି।


ବଡଙ୍କ ଅପମାନ କରିବା:- ଯେଉଁମାନେ ନିଜଠାରୁ ବଡ, ବୟସ୍କ, ଗରୀବ ଓ ଅସହାୟଙ୍କ ଅପମାନ କରିଥାନ୍ତି ସେମାନେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି । ଏପରି ଲୋକଙ୍କ ଉପରେ ଶନିଙ୍କ କ୍ରୁର ଦୃଷ୍ଟି ସର୍ବଦା ରହିଥାଏ । ବୟସ୍କ, ଗରୀବ ଓ ଅସହାୟଙ୍କ ପ୍ରତିନିଧିତ୍ୱ କରିଥାନ୍ତି ଶନିଦେବ । ତେଣୁ ଏହି ଲୋକମାନଙ୍କୁ କେବେ ବି କ୍ଷତି ପହଞ୍ଚାଇବା ଅନୁଚିତ ।


ମିଛର ଆଶ୍ରୟ ନେଉଥିବା ଲୋକ:- ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ମିଛରେ ବଡିମା କରିଥାନ୍ତି କିମ୍ବା ଅନ୍ୟର କ୍ଷତି କରିଥାନ୍ତି ଏମାନଙ୍କୁ ଶନି ଦେବ ଦିନେ ନା ଦିନେ ଦଣ୍ଡ ଦେଇଥାନ୍ତି ।


ଅନ୍ୟର ଅଧିକାରକୁ ଛଡାଇ ଆଣିବା:- ଶନିଦେବ ସେହିମାନଙ୍କୁ କେବେ କ୍ଷମା କରି ନ ଥାନ୍ତି ଯେଉଁମାନେ ଅନ୍ୟର ଅଧିକାରକୁ ଛଡାଇ ଆଣିଥାନ୍ତି । ଯେପରିକି ଅନ୍ୟର ଜିନିଷ ଜବରଦସ୍ତ ଉପଭୋଗ କରିବା, ଜମି ହଡପ କରିବା ଇତ୍ୟାଦି ।


ଉଧାର ନେଇ ଟଙ୍କା ନ ଫେରାଇବା:- ଯେଉଁମାନେ ପଇସା ଉଧାର ନେଇ ଫେରାଇ ନ ଥାନ୍ତି କିମ୍ବା ଜାଣିଶୁଣି ଫେରାଇ ନ ଥାନ୍ତି ତାଙ୍କ ଉପରେ ବି ଶନିଙ୍କ କୁଦୃଷ୍ଟି ରହିଥାଏ ।


Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।