Chhath Puja 2022 Day 2: ଛଟ୍ ପୂଜାରେ (Chhath Puja) ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ସମଗ୍ର ଦେଶରେ ବେଶ ଉତ୍ସାହର ସହକାରେ ଏହି ପର୍ବକୁ ପାଳନ କରାଯାଉଛି । ଦିର୍ଘ ୨ ବର୍ଷ ଧରି କୋରୋନା କଟକଣା ପରେ ଚଳିତ ବର୍ଷ ମହିଳାମାନେ ଏକାଠି ହୋଇ ପୂଜା କରୁଛନ୍ତି। ଚାରିଦିନ ଧରି ଏହି ପର୍ବକୁ ପାଳନ କରାଯାଏ । ଅକ୍ଟୋବର ୨୮ରୁ ଏହି ପର୍ବ ଆରମ୍ଭ ହୋଇଛି । ଆଜି ହେଉଛି ଏହାର ଦ୍ବିତୀୟ ଦିନ।  ଛଟ୍ ସମୟରେ ମହିଳାମାନେ ନିର୍ଜାଳା ଉପବାସରେ ରୁହନ୍ତି । ଆଜି(ଶନିବାର) ହେଉଛି ଏହି ପର୍ବର ଦ୍ୱିତୀୟ ଦିନ । ଯାହାକୁ ଖରନା ବୋଲି କୁହାଯାଏ । 


COMMERCIAL BREAK
SCROLL TO CONTINUE READING

ଛଟ ପୂଜାର ଦ୍ୱିତୀୟ ଦିନରେ ବ୍ରତଧାରୀମାନେ ପ୍ରାୟ ୮ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଉପବାସ ପାଳନ କରନ୍ତି । ଉପବାସରେ ରହୁଥିବା ମହିଳାମାନେ ପ୍ରଥମେ ଛଟ ମାତାଙ୍କୁ ଭୋଗ ଲଗାଇ ଥାନ୍ତି । ଏବଂ ସନ୍ଧ୍ୟାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି କରିଥାନ୍ତି । ବିଶେଷ କରି ଏହି ଦିନ ଗୁଡରେ ତିଆରି କ୍ଷୀରି, କଖାରୁରେ ପ୍ରସ୍ତୁତ ତରକାରୀ ଓ ଅର୍ଣ୍ଣ  ଏବଂ ଠେକୁଆ ପିଠାକୁ ଭଗବାନଙ୍କୁ ଅର୍ପଣ କରିଥାନ୍ତି ବ୍ରତଧାରୀ। ଏବଂ ଉପବାସ ଶେଷ ହେବା ପରେ ପ୍ରସ୍ତୁତ ହୋଇଥିବା ଏହି ପ୍ରସାଦ କୁ ପରିବାର ସଦସ୍ୟଙ୍କ ସହ ମିଶି ପ୍ରସାଦ ସେବନ କରିଥାନ୍ତି ବ୍ରତଧାରୀ । ଏହି ଦିନ ପବିତ୍ର ନଦୀର ଜଳ ଘରକୁ ଅଣାଯାଇ ପ୍ରଭୁ ସୂର୍ଯ୍ୟଙ୍କ ପାଇଁ ରୋଷେଇରେ ବ୍ୟବହୃତ ହୁଏ । ଏହି ଦିନ ଚାଉଳ,ଡାଲି ଏବଂ କଖାରରୁ ପ୍ରସ୍ତୁତ ତରକାରୀ ବିନା ପିଆଜ ଏବଂ ରସୁଣରେ ବ୍ରତଧାରୀଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । 


ଛଟପର୍ବ,କାର୍ତ୍ତିକ ମାସରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ଛଟ୍ ମାତାଙ୍କୁ ପୂଜା କରାଯାଇଥାଏ । ଛଟ୍ ମାତା ସୂର୍ଯ୍ୟ ଭଗବାନଙ୍କ ଭଉଣୀ ବୋଲି ବିଶ୍ୱାସ କରାଯାଏ । କେବଳ ଏତିକି ନୁହେଁ, ଛଟ ମାଆଙ୍କୁ ଦୁର୍ଗାଙ୍କ ଷଷ୍ଠ ରୂପ କାତ୍ୟାୟିନୀ ଦେବୀ ଭାବରେ ମଧ୍ୟ ପୂଜା କରାଯାଏ। ଯେଉଁ ଦମ୍ପତିଙ୍କର ସନ୍ତାନ ନାହିଁ ସେମାନେ ଛଟ ପୂଜା ମଧ୍ୟ କରିଥାନ୍ତି । ବିଶ୍ବାସ ରହିଛି ଛଟ ମାତାଙ୍କୁ ପୂଜା କଲେ ନିଃସନ୍ତାନ ଦମ୍ପତି ସନ୍ତାନ ସୁଖ ପ୍ରାପ୍ତ କରିଥାନ୍ତି । 


ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ । ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ପ୍ରଥମ ଦିନକୁ ନହା ଖାଇ, ଦ୍ୱିତୀୟ ଦିନକୁ ଖରନା ବୋଲି କୁହାଯାଏ। ସେହିପରି ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରାଯାଏ। ଚତୁର୍ଥ ଦିନ ବଡ଼ି ଭୋରରୁ ନଦୀକୁ ଯାଇ ସୂର୍ଯ୍ୟ ଉଦୟ ହେଉଥିବା ବେଳେ ପାଣି ମଧ୍ୟରେ ରହି ଅର୍ଘ୍ୟ ଅର୍ପଣ କରାଯାଇ ବ୍ରତ ଭଙ୍ଗାଯାଇଥାଏ।