Motidungari Ganesh ji: ଆଉ ଅଳ୍ପ ଦିନ ପରେ ବିବାହ ଋତୁ (Wedding season) ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଅଧିକାଂଶ ପରିବାରରେ ବିବାହ ଯୋଗ୍ୟ ପିଲାଙ୍କ ପାଇଁ ପ୍ରସ୍ତାବ ଖୋଜାଖୋଜି ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ ଅନେକ ଜଣଙ୍କ କ୍ଷେତ୍ରରେ ଯେତେ ଚେଷ୍ଟା କଲେ ମଧ୍ୟ ବାହାଘର (Marriage) ହୋଇପାରେନାହିଁ । କୌଣସି ନା କୌଣସି କାରଣରୁ ବିବାହ ବିଳମ୍ୱ ହେବା ସହ ଅନେକଙ୍କ କ୍ଷେତ୍ରରେ ବାହାଘର ଭାଙ୍ଗିଯାଇଥାଏ । ତେବେ ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ଲୋକଙ୍କ ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କର ବିବାହରେ ସମସ୍ୟା ହେଉଛି ସେମାନେ ରାଜସ୍ଥାନର ଜୟପୁରରେ ଅବସ୍ଥିତ ମୋତି ଡଙ୍ଗ୍ରି ଗଣେଶ ଜୀ (Lord Ganesh) ମନ୍ଦିରରେ ପହଞ୍ଚି ଭଗବାନଙ୍କ ଦର୍ଶନ ଓ ପୂଜାପାଠ କରିଲେ ରିଷ୍ଟ ଖଣ୍ଡନ ହୋଇଥାଏ । ପ୍ରଭୁ ଗଣେଷଙ୍କୁ ନିଜର ମନସ୍କାମନା ଜଣାଇବା ସହ ମନ୍ଦିରରେ ପ୍ରସାଦ ରୂପକ ଭାବରେ ମେହେନ୍ଦୀ ଚଢାଇ ତାହାକୁ ପିନ୍ଧିଲେ ଘରେ ଖୁବ ଶୀଘ୍ର ଶୁଭ ଖବର ଆସିଥାଏ । ପରେ ଭକ୍ତମାନେ ପ୍ରଥମେ ବାହାଘର କାର୍ଡ (Marriage Card) ଭଗବାନ ଗଣେଶଙ୍କୁ ଅର୍ପଣ କରିଥାନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ପ୍ରଭୁ ଗଣେଶଙ୍କୁ ପ୍ରଥମ ବିବାହ କାର୍ଡ ଦେବାର ପରମ୍ପରା ଏଠାରେ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଅଗ୍ରପୁଜ୍ୟ ଭଗବାନ ଗଣେଶଙ୍କୁ ଯଥା ବିଧି ଅନୁସାରେ ପୂଜା କରାଯାଏ । ଏହା ସହିତ ଶ୍ରୀ ଗଣେଶଙ୍କ ଫଟୋକୁ ବିବାହ କାର୍ଡରେ ସ୍ଥାନିତ କରାଯାଇଥାଏ । ବିବାହ ପରି ଅନ୍ୟ ଶୁଭ କାମ ଗୁଡିକ କରିବା ପୂର୍ବରୁ ଶ୍ରୀ ଗଣେଶଙ୍କୁ ପ୍ରଥମ କାର୍ଡ ଦିଆଯାଏ । ସେଥିପାଇଁ ଜୟପୁରର ମୋତିଡୁଙ୍ଗାରୀ ମନ୍ଦିରକୁ ଦୂର ଦୂରାନ୍ତରୁ ଅନେକ ଭକ୍ତ ଆସି ପ୍ରଭୁ ଗଣେଶ ଜୀଙ୍କୁ ପ୍ରଥମ ବିବାହ କାର୍ଡ ଅର୍ପଣ କରିଥାନ୍ତି । ଯେଉଁମାନଙ୍କର ବିବାହ କୌଣସି କାରଣରୁ ବିଳମ୍ୱ ହେଉଛି ସେମାନେ ପ୍ରଭୁ ଗଣେଶଙ୍କୁ ପୂଜା କରି ମୋତିଡୁଙ୍ଗାରୀରେ ମିଳୁଥିବା ମେହେନ୍ଦୀକୁ ପ୍ରସାଦ ଭାବରେ ନିଜ ଘରକୁ ନେଇଯାଆନ୍ତି । ଉକ୍ତ ମେହେନ୍ଦୀକୁ ହାତରେ ଲଗାଇଲେ ଶୀଘ୍ର ବିବାହ ହୋଇଯାଏ ବୋଲି ଲୋକଙ୍କ ମନରେ ଦୃଢ ବିଶ୍ୱାସ ରହିଛି । ଲୋକମାନେ ଏହି ମେହେନ୍ଦୀ ନେବା ପାଇଁ ଦୂରଦୂରାନ୍ତରୁ ଶ୍ରୀ ଗଣେଶଙ୍କ ମନ୍ଦିରରେ ପହଞ୍ଚନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ସେମାନେ ମେହେନ୍ଦୀ ନେଇ ନିଜକୁ ଭାଗ୍ୟବାନ ମନେକରି ଘରକୁ ଫେରିଥାନ୍ତି ।


କେବଳ ସେତିକି ନୁହେଁ, ସହରରେ ବାସ କରୁଥିବା ବ୍ୟକ୍ତିମାନେ ଘର ପାଇଁ ନୂଆ ଗାଡିଟିଏ କିଣିଲେ ସେମାନେ ପ୍ରଥମେ ଏହି ମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିବାର ପରମ୍ପରା ମଧ୍ୟ ଅନେକ ପୂର୍ବରୁ ରହିଛି । ବିଶ୍ୱକର୍ମା ପୂଜା, ରାମନବମୀ, ଧନତେରାସ, ଦୀପାବଳି ସମୟରେ ଏହି ମନ୍ଦିରରେ ନୂଆ ଗାଡି ପୂଜା କରିବା ପାଇଁ ଅଧିକ ଭିଡ ଦେଖିବାକୁ ମିଳିଥାଏ । ଲୋକଙ୍କ ମନରେ ଏହା ବିଶ୍ୱାସ ରହିଛି ଯେ, ଏହି ମନ୍ଦିରରେ ଗାଡି ପୂଜା କଲେ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ଓ ଗାଡ଼ି ଦୁର୍ଘଟଣା ଘଟେନାହିଁ । ଗଣେଶ ଚତୁର୍ଥୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ସେହିଦିନ ଏହି ମନ୍ଦିରରେ ଅଧିକ ଭକ୍ତଙ୍କ ଭିଡ଼ ଲାଗିଥାଏ । ଫୁଲ, ଫଳ, ନୈବେଦ୍ୟରେ ପ୍ରଭୁ ଗଣେଶଙ୍କ ପ୍ରତିମୁର୍ତ୍ତି ଅଧିକ ସୁନ୍ଦର ଦେଖାଯାଆନ୍ତି । ଅନେକ ଭକ୍ତ ନିଜର ମାନସିକ ଅନୁସାରେ ସୁନା, ରୂପା ଅଳଙ୍କାର ସମେତ ବିଭିନ୍ନ ପ୍ରକାରର ମୁକୁଟ ମଧ୍ୟ ଭଗବାନ ଗଣେଶଙ୍କୁ ଦାନ କରିଥାନ୍ତି । ଜୟପୁର ସହରରେ ଥିବା ଏହି ମନ୍ଦିରଟି ଲୋକଙ୍କ ବିଶ୍ୱାସର ମନ୍ଦିର । ଏହି ମନ୍ଦିରକୁ ଆସୁଥିବା ଅନେକ ଭକ୍ତ ପ୍ରଭୁ ଗଜାନନଙ୍କୁ ସିନ୍ଦୁର ଅର୍ପଣ କରିଥାନ୍ତି ।


ସୂଚନା ଅନୁସାରେ, ଐତିହାସିକଙ୍କ ମତରେ ଏହି ଗଣେଶ ମନ୍ଦିରଟି ୧୭୬୧ ମସିହାରେ ନିର୍ମାଣ କରାଯାଇଥିଲା । ସେତେବେଳେ ଜୟପୁରର ରାଜା ମାଧୋ ସିଂ ଏହାକୁ ନିର୍ମାଣ କରିଥିଲେ । ପ୍ରଭୁ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଗୁଜୁରାଟର ଏକ ସ୍ଥାନରୁ ଅଣାଯାଇଥିଲା ।


Also Read- Money Saving Tips: କମ ଦରମାରେ କେମିତି କରିବେ ସଞ୍ଚୟ? ଜାଣନ୍ତୁ ଏହି ଖାସ୍ ଟିପ୍ସ