Bahuda Yatra 2022: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ବାହୁଡିବେ ଶ୍ରୀଜିଉ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବାହୁଡା ନୀତି କରାଯାଇଛି। ସେନାପଟା ଲାଗି ନୀତି ପରେ ଅନ୍ୟାନ୍ୟ ନୀତି ବଢି ସକାଳ ୬ଟାରେ ପହଣ୍ଡି ନୀତି କରିବା ସହ ଦିନ ୧ଟା ସୁଦ୍ଧା ରଥଟଣା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ବାହୁଡ଼ା ଓ ସୁନାବେଶକୁ ନେଇ ପୋଲିସ ପକ୍ଷରୁ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି। ତେବେ ରଥଯାତ୍ରାରେ ନୀତି ସଅଳ କରି ଉତ୍ତମ ସମନ୍ବୟ ରଖି ସେବାୟତମାନେ କାର୍ଯ୍ୟକରିବେ ବୋଲି ଛତିଶା ନିଯୋଗ ମହାନାୟକ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାପ୍ରଭୁଙ୍କ ନବାଦୀନାତ୍ମକ ଯାତ୍ରା ସରିଲା। ଆଜି ମହାପ୍ରଭୁଙ୍କ ଆଡ଼ପମଣ୍ଡପରେ ଦର୍ଶନ ସରିବା ପରେ ବାହୁଡା ନୀତିକାନ୍ତି ଆରମ୍ଭ ହୋଇଛି। କୋଠ ସୁଆଁସିଆ ସିଂହାସନରେ ଚାର ବନ୍ଧା ପରେ ଦଇତାପତିଙ୍କ ଦ୍ଵାରା କୁସୁମୀ ଓ ସେନାପଟା ଲାଗି କରାଯାଇଛି। ଆଜିର ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ ଶୃଙ୍ଖଳିତ ଓ ସଅଳ କରିବା ନେଇ ପଦକ୍ଷେପ ନିଆଯାଇଛି।


Also Read: Rath Yatra 2022: ଦୁଇ ବର୍ଷ ପରେ ଭକ୍ତ-ଭଗବାନ ମିଳନ, ଜାଣନ୍ତୁ ଘୋଷଯାତ୍ରାର ନୀତି ନିର୍ଘଣ୍ଟ


  • ମଙ୍ଗଳ ଆଳତି- ଭୋର୍ ୪ଟା 

  • ମଇଲମ୍- ଭୋର୍ ୪ଟା ୧୫

  • ତଡ଼ପଲାଗି, ରୋଷହୋମ- ଭୋର ୪ଟା ୩୦ରେ  

  • ଅବକାଶ- ସକାଳ ୫ଟାରେ 

  • ସୂର୍ଯ୍ୟପୂଜା- ସକାଳ ୫ଟା ୧୫ରେ 

  • ଦ୍ଵାରପାଳ ପୂଜା, ବେଶଶେଷ- ସକାଳ ୫ଟା ୩୦ରେ  

  • ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ- ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ 

  • ମଙ୍ଗଳାର୍ପଣ କରି ପହଣ୍ଡି ଆରମ୍ଭ- ସକାଳ ୭ଟାରେ  

  • ବାହୁଡ଼ା ପହଣ୍ଡି ଶେଷ- ସକାଳ ୯ଟା ମଧ୍ୟରେ 

  • ବେଶଶେଷ- ୧୦ଟାରୁ ୧୨ଟା ମଧ୍ୟରେ 

  • ଛେରାପହଁରା- ମଧ୍ୟାହ୍ନ ୧୨ଟା ୩୦ରୁ 

  • ଚାରମାଳ ଫିଟା- ଅପରାହ୍ନ ୧ଟା ମଧ୍ୟରେ 

  • ରଥ ଟାଣା- ଅପରାହ୍ନ ୨ ଟାରେ 


ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୭୫ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସୁନାବେଶ ପାଇଁ ୮୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ସମୁଦାୟ ୧୫୦ ପ୍ଲାଟୁନ ଫୋର୍ସ ବାହୁଡ଼ା ଓ ସୁନାବେଶରେ ମୁତୟନ ରହିବେ। ବାହୁଡା ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ସହ ସମୁଦାୟ ରୁଫ ଟଫସିକ୍ୟୁରୀଟି, ରଥ ଟଣା ସମୟରେ କ୍ଲିୟରାନ୍ସ ବ୍ୟବସ୍ଥା ସହ ବଡ଼ଦାଣ୍ଡରେ ନୋ ଭେହିକିଲ ଯୋନ କରାଯାଇଛି। 


Also Read: Happy Raja 2022 : ଦୁଇ ବର୍ଷ ପରେ ରଜ ମଉଜ, ଗାଁରୁ ସହର ଉତ୍ସବମୁଖର


ସେପଟେ ରବିବାର ଦିନ ୨ଟାରୁ ସୁନାବେଶ ଦର୍ଶନ ଆରମ୍ଭ ହେବ। ରଥ ଉପରେ ଚକ ଅନୁସାରେ ସେବାୟତ ରହିବେ। ଆଉ ସୁନାବେଶରେ କେହି ବି ରଥ ଉପରେ ସେଲ୍ଫି କି ଫୋଟୋ ଉତ୍ତୋଳନ କରିବେ ନାହିଁ। ଆଉ କେହି ମହାପ୍ରଭୁଙ୍କୁ ଅବରୋଧ କରିବେ ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି। ପୁଣି ରବିବାର ଦିନ ସୁନାବେଶ ପଡ଼ୁଥିବାରୁ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ପ୍ରଶାସନ ଆଶଙ୍କା କରିଛି।