ICC ODI World Cup 2023 IND Vs PAK: ଭାରତୀୟ ଷ୍ଟାର ଓପନର୍ ଶୁବମନ ଗିଲ ଡେଙ୍ଗୁରେ ପୀଡିତ, ଏହି କାରଣରୁ ସେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ଭାରତୀୟ ଭେଟେରାନ କମେଣ୍ଟ୍ରିଟର ହର୍ଷା ଭୋଗଲେ ମଧ୍ୟ ଡେଙ୍ଗୁ ଶିକାର ହୋଇଛନ୍ତି । ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ହର୍ଷା ମିସ୍ କରିବେ । ଭାରତୀୟ କମେଣ୍ଟ୍ରିଟର X (ପୂର୍ବ ଟ୍ୱିଟର) ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି । ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମ୍ୟାଚକୁ ହରାଇ ସେ ନିରାଶ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ହର୍ଷା ଭୋଗଲେ ଲେଖିଛନ୍ତି, “୧୪ ଅକ୍ଟୋବରରେ ଭାରତ-ପାକ୍ ମ୍ୟାଚ୍ କରିବାକୁ ନେଇ ମୁଁ ନିରାଶ ହୋଇଛି । ମୋତେ ଡେଙ୍ଗୁ ହୋଇଛି, ଓ ସେଥିପାଇଁ ଦୁର୍ବଳତା, ଏବଂ କମ୍ ଇମ୍ୟୁନିଟି ଏହା ଅସମ୍ଭବ କରିଦେବ । ମୁଁ ଆଶା କରୁଛି ୧୯ ତମ ମ୍ୟାଚ୍ ପାଇଁ ସମୟରେ ଫେରିବି । ମୋର ସହକର୍ମୀ, ଓ ପ୍ରସାରଣ କର୍ମଚାରୀମାନେ ବହୁତ ସାହାଯ୍ୟ କରିଛନ୍ତି (ଭାରତ ବନାମ ଅଷ୍ଟ୍ରେଲିଆର ଦ୍ୱିତୀୟାର୍ଦ୍ଧରେ ଅତିରିକ୍ତ କାର୍ଯ୍ୟ ପରିଚାଳନା କରିଥିଲେ) ଏବଂ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଅପେକ୍ଷା କରିଛି ।”



ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗିଲ 
ଗିଲଙ୍କ ବିଷୟରେ କହିବାକୁ ଗଲେ ଭାରତୀୟ ଓପନର୍ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଯେଉଁଠାରେ ଟିମ୍ ଇଣ୍ଡିଆ ଏହାର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୧୪ ରେ ପାକିସ୍ତାନ ବିପକ୍ଷରେ ଖେଳିବ । ତେବେ ଗିଲ ମ୍ୟାଚର ଅଂଶ ହେବ କି ନାହିଁ ସେ ସମ୍ପର୍କରେ କୌଣସି ଅଧିକାକାରୀକ ସୂଚନା ପ୍ରକାଶ କରାଯାଇ ନାହିଁ । ଉଭୟ ପ୍ରାରମ୍ଭିକ ମ୍ୟାଚରେ ଇଶାନ କିଶାନ ରୋହିତ ଶର୍ମାଙ୍କ ସହ ଓପନର୍ ଭାବରେ ଖେଳିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶୂନରେ ଇଶାନ ଆଉଟ୍ ହୋଇଥିଲେ । ସେ ବାଂଲାଦେଶ ବିପକ୍ଷରେ ୪୭ ରନର ଏକ ଇନିଂସ ଖେଳିଥିଲେ ।


ନିଜର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିଛନ୍ତି ଭାରତ-ପାକ୍ ଟିମ୍ 
ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନର ଦଳ ନିଜର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିଛନ୍ତି । ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଓ ଦ୍ୱିତୀୟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଜିତିଛି । ଯେତେବେଳେ କି ପାକିସ୍ତାନ ଦଳ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡ ଓ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ।