ନିଜ ସଫଳତାରେ ସେନ ଓ୍ବାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏହି ମହିଳା କ୍ରିକେଟର
Alana King Tribute: ଅଷ୍ଟ୍ରେଲିଆର ଲେଗ ସ୍ପିନର ଆଲାନା କିଙ୍ଗ(Alana King) କିମ୍ବଦନ୍ତୀ କ୍ରିକେଟର ୱାର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦ ହଣ୍ଡ୍ରେଡ ମହିଳା ସିଜନରେ ପ୍ରଥମ ହ୍ୟାଟ୍ରିକ ନେଇଥିବା ଆଲାନା ତାଙ୍କ ଦଳ ଟ୍ରେଣ୍ଟ ରକେଟ୍ସକୁ ମଞ୍ଚେଷ୍ଟର୍ ଅରିଜିନାଲ୍ସରେ ବିପକ୍ଷରେ ହୋଇଥିବା ମ୍ୟାଚରେ ୪୩ ରନରେ ଜିତାଇବାରେ ବଡ ଭୂମିକା ଗ୍ରହଣ କରିଥିଲେ।
Alana King Tribute: ଅଷ୍ଟ୍ରେଲିଆର ଲେଗ ସ୍ପିନର ଆଲାନା କିଙ୍ଗ(Alana King) କିମ୍ବଦନ୍ତୀ କ୍ରିକେଟର ୱାର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦ ହଣ୍ଡ୍ରେଡ ମହିଳା ସିଜନରେ ପ୍ରଥମ ହ୍ୟାଟ୍ରିକ ନେଇଥିବା ଆଲାନା ତାଙ୍କ ଦଳ ଟ୍ରେଣ୍ଟ ରକେଟ୍ସକୁ ମଞ୍ଚେଷ୍ଟର୍ ଅରିଜିନାଲ୍ସରେ ବିପକ୍ଷରେ ହୋଇଥିବା ମ୍ୟାଚରେ ୪୩ ରନରେ ଜିତାଇବାରେ ବଡ ଭୂମିକା ଗ୍ରହଣ କରିଥିଲେ। ୨୦ ବଲରେ ୧୫ ରନ ଦେବା ସହିତ ୪ଟି ଓ୍ବିକେଟ ନେଇଥିଲେ ଆଲାନା। ଏହା ବ୍ୟତୀତ ଆଲାନା ଏକ ଚମତ୍କାର ଡାଇଭିଂ କ୍ୟାଚ୍ ନେବା ସହିତ ନଅ ବଲରେ ୧୯ ରନ୍ ସ୍କୋର କରି ନିଜ ଦଳକୁ ଏକ ସମ୍ମାନଜନକ ଲକ୍ଷ୍ୟ ଦେଇଥିଲେ।
ଆଲାନା କର୍ଡେଲିଆ ଗ୍ରିଫିଥ (୧୨)କୁ ପାଭିଲିୟନକୁ ପଠାଇବା ସହିତ ୱିକେଟ୍ ନେବା ଆରମ୍ଭ କରିଥିଲେ। ତାପରେ ସେ ସୋଫି ଏକ୍ଲେଷ୍ଟୋନଙ୍କୁ ଖାତା ଖୋଲିବା ପୂର୍ବରୁ ନିଜର ଶିକାର ବନାଇଥିଲେ। ଏହା ପରେ କେଟ୍ କ୍ରସକୁ ବୋଲ୍ଟ କରିଦେଇଥିଲେ। ଏଥି ସହିତ ତାଙ୍କର ଚମତ୍କାର ହ୍ୟାଟ୍ରିକ୍ ପୂରଣ ହୋଇଥିଲେ। ଯଦି ଟ୍ରେଣ୍ଟ ରକେଟ୍ସ ଏଲି ଥ୍ରେଲକେଲ୍ଡ ପାଇଁ ହୋଇଥିବା ଏଲବିଡବ୍ଲୁ ରିଭ୍ୟୁ ସଫଳ ହୋଇଥିଲେ ସେ ଲଗାତାର ଚାରୋଟି ୱିକେଟ୍ ନେବାଲେ ସଫଳ ହୋଇଥାନ୍ତେ।
ସଂଯୋଗ ବଶତଃ ଆଲାନା ଦ ହଣ୍ଡ୍ରେଡରେ ସେହି ପଡିଆରେ ନିଜର ହ୍ୟାଟ୍ରିକ ହାସଲ କରିଥିଲେ, ଯେଉଁଠାରେ କିମ୍ବଦନ୍ତୀ ଅଷ୍ଟ୍ରେଲିୟ ଖେଳାଳି ସେନ ଓ୍ବାର୍ଣ୍ଣ ବଲ ଅଫ ଦ ସେଞ୍ଚୁରୀ ପକାଇଥିଲେ। ସେ ୧୯୯୩ର ଆସେଶ୍ ସିରିଜରେ ଇଂଲଣ୍ଡର ମାଇକ ଗେଟିଙ୍ଗଙ୍କୁ ଚକମା ଦେଇଥିଲେ। ଏହି ସଫଳତା ହାସଲ ପରେ ଆଲାନା କ୍ରିକେଟର ୱାର୍ନ(Shane Warne)ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଥିଲେ। ସେ କହିଥିଲେ ସେନ ଓ୍ବାର୍ଣ୍ଣ ଯେଉଁଠାରେ ବି ଥିବେ ମଞ୍ଚେଷ୍ଟର ଅରିଜନାଲ୍ସ ବିରୋଧରେ ମୋର ପ୍ରଦର୍ଶନରେ ନିହାତି ଖୁସି ବ୍ୟକ୍ତ କରୁଥିବେ। ତାଙ୍କ ଭଳି ମହାନ କ୍ରିକେଟରଙ୍କ ପାଇଁ ଏହା ତାଙ୍କର ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ ଆଲାନା।
ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ମାର୍ଚ୍ଚରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ସେନ ୱାର୍ଣ୍ଣ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ସେ ୫୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ। ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଙ୍ଗୁଠିର ନିର୍ଦ୍ଦେଶରେ ବଲକୁ ନଚାଇଥିବା ସେନ ୱାର୍ଣ୍ଣଙ୍କୁ ଦୁନିଆର ଶ୍ରେଷ୍ଠ ଲେଗ ସ୍ପିନର କୁହାଯାଏ। ଏକଦା ତାଙ୍କ ବଲର ଯାଦୁରେ ଦକ୍ଷ ବ୍ୟାଟ୍ସମ୍ୟାନ ମାନେ ଅଧାରୁ କ୍ରିଜ ଛାଡି ପେଭିଲିୟନକୁ ଫେରିଯାଉଥିଲେ। ଆଜି ବି ତାଙ୍କ ଅନୁପସ୍ଥିତିରେ ଯୁବ ବଲର ମାନେ ତାଙ୍କର ବୋଲିଂ ଚାତୁରୀକୁ ଅନୁସରଣ କରୁଛନ୍ତି। ବିଶ୍ବ କ୍ରିକେଟରେ ଆଜି ତାଙ୍କର ଏକ ଶୂନ୍ୟସ୍ଥାନ ଦେଖିବାକୁ ମିଳୁଛି।