MS Dhoni Viral Video: କ୍ରିକେଟର ଏମ୍ ଏସ୍ ଧୋନି (MS Dhoni)।  ଆଇପିଏଲରେ ଟ୍ରଫି ହାତେଇବା ପରେ ଧୋନି ଏବେ ନିଜ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଧୋନିଙ୍କ ଏକ ଭିଡିଓ ବର୍ତ୍ତମାନ (Viral video) ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ,ଧୋନି ନିଜ ପତ୍ନୀଙ୍କ ସହ ବିମାନରେ ଯାତ୍ରା କରୁଛନ୍ତି ।  ଏହି ସମୟରେ ଜଣେ ଏୟାର ହଷ୍ଟ୍ରେସ ଧୋନିଙ୍କ ପାଖକୁ କିଛି ଚକଲେଟ ଧରି ଆସୁଛନ୍ତି । ଏବଂ ଧୋନୀଙ୍କୁ ଦେଉଛନ୍ତି , ଧୋନି ମଧ୍ୟ ଖୁବ୍ ଉତ୍ସାହର ସହ ଚକଲେଟ ନେଉଛନ୍ତି । ଏହି ସମୟରେ  ଅନ୍ୟ ଯାତ୍ରୀଙ୍କ ନଜର ଧୋନିଙ୍କ ଟାବ୍ ଉପରେ ପଡେ । ଯେଉଁଥିରେ ଧୋନି (Candy Crush) କ୍ୟାଣ୍ତିକ୍ରସ୍ ଖେଳୁଥିବାର ଦେଖିବାକୁ ମିଳେ । ତେବେ, ଧୋନିଙ୍କ ଏହି ଭିଡିଓ ବେଶ ଭାଇରାଲ୍ ହେବାରେ ଲାଗିଛି । ମାହିଙ୍କର ଏହି ଭିଡିଓ ଦେଖି ଅନେକ ଫ୍ୟାନ୍ସ ମଜାଳିଆ କମେଣ୍ଟସ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ଫ୍ୟାନ୍ସ କହିଛନ୍ତି  ,ଧୋନି ଯେଉଁ ଗେମ୍ ଖେଳୁଛନ୍ତି ତାହା କ୍ୟାଣ୍ତି କ୍ରସ୍ ନୁହେଁ,ତାହା (Pet Rescue Saga) ପେଟ୍ ରେସକ୍ୟୁ ସାଗା । ଆଉ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି , ଚାଲ ଆମେ ବି କ୍ୟାଣ୍ତିକ୍ରସ୍ ଖେଳିବା । ତେବେ, ଧୋନି କ୍ୟାଣ୍ତିକ୍ରସ୍ ଖେଳିବା ଭିଡିଓର ଭିଡିଓ ଭାଇରାଲ ହେବା ପରେ ,ଟ୍ବିଟରରେ ଟ୍ରେଣ୍ତ କରୁଛି ହାଜଟ୍ୟାଗ୍ କ୍ୟାଣ୍ତିକ୍ରସ୍ ।


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Prabhas: ପ୍ରଭାସଙ୍କ ପାଇଁ ପାଣିରେ ପଡ଼ିଲା ୧୩00 କୋଟି, ଅନୁତାପ କରୁଛନ୍ତି ନିର୍ମାତା !


ଏହାବି ପଢନ୍ତୁ : Puri News: ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ


୩ ଘଣ୍ଟାରେ ୩୦ ଲକ୍ଷରୁ ଅଧିକ ଲୋକେ କ୍ୟାଣ୍ଡି କ୍ରସ୍ ଡାଉନଲୋଡ୍ କରିସାରିଛନ୍ତି: କ୍ୟାଣ୍ଡି କ୍ରସ୍ ଟପ୍ ଟ୍ରେଣ୍ଡିଂ ହେବା ପରେ ୩୦ ଲକ୍ଷରୁ ଅଧିକ ଫ୍ୟାନ୍ସ (CandyCrush) କ୍ୟାଣ୍ତିକ୍ରସ୍  ଆପ୍ ନିଜ ମୋବାଇଲରେ ଡାଉନଲୋଡ କରିସାରିଲେଣି।  ଏହି ଗେମର ଟ୍ରେଣ୍ଡ ପାଇଁ କ୍ୟାଣ୍ଡି କ୍ରସ୍ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କ୍ୟାଣ୍ଡି କ୍ରସ୍ ଏହାର ଅଫିସିଆଲ୍ ଟ୍ୱିଟର ପୃଷ୍ଠାରେ ଲେଖିଛି,'ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ @msdhoni,ଆମେ କେବଳ ଆପଣଙ୍କ ଯୋଗୁଁ ଭାରତରେ ଏବେ ଟ୍ରେଣ୍ଡ କରୁଛୁ ।


ନିକଟରେ ଧୋନିଙ୍କ ଆଉ ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଧୋନି ନିଜ ରାଞ୍ଚି ଫାର୍ମ ହାଉସ ମଧ୍ୟରେ (Ranchi farmhouse) ତାଙ୍କ ପୋଷା କୁକୁର ସହ ଖେଳୁଛନ୍ତି । ଏବଂ ପାଖରେ ତାଙ୍କ ଝିଅ ଜିଭା (Ziva) ମଧ୍ୟ ଅଛି । ଜିଭା ମଧ୍ୟ ଧୋନିଙ୍କ ସହ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ତେବେ, ଏହି ଭିଡି଼ଓ ଗୋଟିଏ ମୋବାଇଲରୁ ଆଉ ଏକ ମୋବାଇଲକୁ ଘୁରି ବୁଲୁଛି।  ନିକଟରେ ଆଇପିଏଲ ମ୍ୟାଚରେ ପଞ୍ଚମ ଥର ପାଇଁ ଟ୍ରଫି ଜିତି ଧୋନି ଚର୍ଚ୍ଚାକୁ ଆସିଥିଲେ। ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା। ଘରୋଇ ପିଚରେ ଧୂଆଁଧାର ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ବଡ ଟାର୍ଗେଟ ଦେଇଥିଲେ ମଧ୍ୟ ଫାଇଲାଲ ମ୍ୟାଚରେ ବିଜୟୀ ହୋଇଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଟିମ୍ ଚେନ୍ନାଇ ସୁପର କିଙ୍ଗସ। ମ୍ୟାଚ ଜିତି ଚେନ୍ନାଇ ପଞ୍ଜମ ଥର ପାଇଁ ଟାଇଟେଲ ଜିତିବାରେ ସକ୍ଷମ ହୋଇଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଜିତିଛି।