Puri News: ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ
Advertisement
Article Detail0/zeeodisha/odisha1754419

Puri News: ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ

Puri News:  ଶ୍ରୀମନ୍ଦିର (Jagannath Temple) ଭିତରେ ରିଲ୍ସ ବନାଇ ଭାଇରାଲ କଲେ ଯୁବକ। କଡା ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀମନ୍ଦିରକୁ ମୋବାଇଲ କେମିତି ଗଲା ବୋଲି ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ (Video Viral) ହୋଇଛି।  ଏପଟେ ଏହି ଘଟଣାରେ  ମାମଲା ରୁଜୁ କରିଛି ସିଂହଦ୍ଵାର ଥାନା ପୋଲିସ। ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri News:  ଶ୍ରୀମନ୍ଦିରର (Puri Jagannath Temple) ସୁରକ୍ଷାକୁ ନେଇ ଉଠିଲା ବଡ ପ୍ରଶ୍ନ ? ଶ୍ରୀମନ୍ଦିର (Jagannath Temple) ଭିତରେ ରିଲ୍ସ ବନାଇ ଭାଇରାଲ କଲେ ଯୁବକ। କଡା ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀମନ୍ଦିରକୁ ମୋବାଇଲ କେମିତି ଗଲା ବୋଲି ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ (Video Viral) ହୋଇଛି। ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ରିଲ୍ସ କରି ନିଜ ଇନଷ୍ଟାଗ୍ରାମରେ (instagraam) ରେ ଭିଡ଼ିଓ ଅପଲୋଡ଼ କରିଛନ୍ତି। ଶ୍ରୀମନ୍ଦିର ବେଢାରେ ଥିବା ନୃସିଂହ ମନ୍ଦିର ସମ୍ମୁଖରେ ଓ ସ୍ନାନମଣ୍ଡପ ନିକଟରେ ଭିଡିଓଟି ରେକର୍ଡିଂ କରାଯାଇଛି। ଭିଡିଓରେ ଶ୍ରୀନ୍ଦିର ବୁଲାଇ ଦେଖାଇବା ସହି ଜଣେ ଯୁବକ ମନ୍ଦିର ଆଡ଼େ ଚାହିଁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ରହିଛି। ଏପଟେ ଏହି ଘଟଣାରେ ରୋହିତ ଜୟସୱାଲ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ଵାର ଥାନା ପୋଲିସ। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ଵାର ଥାନାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରୋହିତ ଥାନାରେ ହାଜର ନହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। 

Also Read: Odisha Bus Accident: ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ, କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ

ତେବେ, ଏହି ଭିଡି଼ଓ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଭିତରେ ମାଳମାଳ ପୋଲିସ୍ ଥିବା ବେଳେ କେମିତି କେହି ଦେଖି ପାରିଲେନି । ତେବେ ଏହି ଘଟଣା ପୁଣି ଶ୍ରୀ ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣିତ କରିଦେଇଛି। ଗତ କିଛି ଦିନ ତଳେ,ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ବି ଦେଇଥିଲା। ମାମଲା ରୁଜୁ ପରେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ଘଟଣାର ତଦନ୍ତ ବି କରିଥିଲା । । କିଏ ଓ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଫଟୋ ଉଠାଇଲା ? ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ଗଲା କେମିତି ? କାହାର ରହିଛି ସଂପୃକ୍ତି, ସେନେଇ ଖୋଳତାଡ ଆରମ୍ଭ କରିଥିଲା ସିଂହଦ୍ୱାର ଥାନା ପୋଲିସ । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରୁ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଥିଲା ବୋଲି ଦେଖିବାକୁ ମିଳିଥିଲା । 

Also Read: Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା!

ସେପଟେ ଆଜି, ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ମୋଡ଼ ପରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ରଥ । ଗତକାଲି ଆଜ୍ଞାମାଳ ପରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ହୋଇଥିଲା । ପ୍ରଥମେ ମା’ ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ, ବଡ଼ ଭାଇ ବଳଭଦ୍ରଙ୍କ ରଥ ଦକ୍ଷିଣ ମୋଡ଼ କରାଯାଇଛି । ଏବେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି । ଏବେ ନାକଚଣା ଦ୍ୱାର ସମ୍ମୁଖରେ ଦୁଇ ରଥ ରଖାଯାଇଛି । ବିଶ୍ୱକର୍ମା ଓ ଭୋଇ ସେବକ ଓ ରଥ ଯାଂଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ ହୋଇଛି । ହେରାପଂଚମୀ ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ଦିନକ ପରେ ବାହୁଡାଯାତ୍ରାରେ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ବାହୁଡିଯିବେ ଠାକୁର । ଏନେଇ ଲୋକାରଣ୍ୟ ହୋଇପଡିଛି ଗୁଣ୍ତିଚା ମନ୍ଦିର।