FIFA World Cup 2022, ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଫୁଟବଲ ଫିବର ଦେଖିବାକୁ ମିଳୁଛି। ବହୁ ବାଦବିବାଦ ମଧ୍ୟରେ କାତାରରେ FIFA World Cup 2022 ଆୟୋଜନ ହେଉଛି। ନେଦରଲାଣ୍ଡ ପରେ ଆର୍ଜେଣ୍ଟିନା ଏହି ଫୁଟବଲ ମହାକୁମ୍ଭର କ୍ୱାଟର ଫାଇନାଲରେ ପହଞ୍ଚିଛି। ଶନିବାର ବିଶ୍ୱକପ୍‌ର ନକ୍ଆଉଟ୍ ରାଉଣ୍ଡରେ ଲିଓନେଲ୍ ମେସି ଅନେକ ରକେର୍ଡର ଅଧିକାରୀ ହୋଇଛନ୍ତି। ମେସିଙ୍କ ଗୋଲରେ ଅଷ୍ଟ୍ରେଲିଆକୁ ଆର୍ଜେଣ୍ଟିନା ୨-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ପରେ ୧୦ ଡିସେମ୍ବରରେ ନେଦରଲାଣ୍ଡ ସହ ଆର୍ଜେଣ୍ଟିନା କ୍ୱାଟର ଫାଇନାଲ ମ୍ୟାଚ ଖେଳିବା ବାଟ ମଧ୍ୟ ଫିଟି ଯାଇଛି। 


COMMERCIAL BREAK
SCROLL TO CONTINUE READING

ଶନିବାର ଫିଫା ବିଶ୍ୱକପର ରାଉଣ୍ଡ-୧୬ରେ ଦୁଇଟି ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚ ନେଦରଲାଣ୍ଡ ଓ ଆମେରିକା ମଧ୍ୟରେ ଖାଳାଯାଇଥିଲା। ଏଥିରେ ନେଦରଲାଣ୍ଡ ଦଳ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାଟରରେ ପ୍ରବେଶ କରିଛି। ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ପ୍ରଥମ ୩୫ ମନିଟରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଗୋଲ କରିଥିଲେ। ଏହା ପରେ ଦଳପାଇଁ ଜୁଲିଆନ ଅଲଭାରିଜ୍ ୫୭ ମିନିଟରେ ଦ୍ୱିତୀୟ ଗୋଲ ଦେଲେ। ଏହାର ପ୍ରତିବଦଳରେ ଅଷ୍ଟ୍ରେଲିଆ ୭୭ ମିନିଟରେ ପ୍ରଥମ ଗୋଲ କରିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଆଉ ଗୋଟାଏ ଗୋଲକୁ ସୁଝାଇ ପାରିନଥିଲା। ଫଳରେ ଆର୍ଜେଣ୍ଟିନା ୨-୧ ଗୋଲରେ ବିଜୟ ହୋଇଥିଲା।  


Also Read: Cristiano Ronaldo: ସାଉଦି ଆରବ କ୍ଲବ ଅଲ-ନାସରରେ ଯୋଗଦେବେ କ୍ରିଷ୍ଟିଆନୋ ରୋନାଲଡୋ: ରିପୋର୍ଟ


ଦୋହାଙ୍କ ଅହମ୍ମଦ ବିନ୍ ଅଲି ଷ୍ଟାଡିୟମରେ ଆର୍ଜେଣ୍ଟିନା ଅଧିନାୟକ ମେସି ଅନେକ ମାଇଲଖୁଣ୍ଡ ସ୍ଥାପନ କରିଛନ୍ତି। ଶନିବାର ୩୫ ବର୍ଷିୟ ମେସି ତାଙ୍କ କ୍ୟାରିୟରର ୧୦୦୦ତମ ମ୍ୟାଚ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଗୋଟିଏ ଗୋଲ ଦେଇ ନିଜ ସ୍କୋର ବର୍ଡରେ ୭୮୯ଟି ଗୋଲର ରେକର୍ଡ କରିଛନ୍ତି। ଏହା ସହ ସେ ପର୍ତ୍ତୁଗାଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେକ୍ରଡ ମଧ୍ୟ ବ୍ରେକ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ସେ ବିଶ୍ୱକପରେ ମୋଟ ୮ଟି ମ୍ୟାନ ଅଫ ଦ ମ୍ୟାଚର ଅଧିକାରୀ ହୋଇଛନ୍ତି। ରୋନାଲ୍ଡୋଙ୍କ ନିକଟରେ ଏଯାଏଁ ମ୍ୟାନ ଅଫ ଦ ମ୍ୟାଚର ସାତଟି ଟ୍ରଫି ଅଛି।


କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସି ୩ଟି ଗୋଲ କରିଛନ୍ତି। ଆଉ ଏହି ମାଇଲଷ୍ଟୋନର ସମକକ୍ଷ ହେବାକୁ ରୋନାଲ୍ଡୋ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ଏହା ବ୍ୟତୀତ ମେଶି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୯ଟି ଗୋଲ କରିଛନ୍ତି, ଯେତେବେଳେ କି ରୋନାଲ୍ଡୋଙ୍କ ନାମରେ ଆଠଟି ଗୋଲ ରହିଛି। ଆଉ ମେସି, ଗୋଲଡେନ ବୁଟ ପାଇଥିବା ଷ୍ଟାର ଖେଳାଳିଙ୍କ ତାଲିକାର ଶୀର୍ଷରେ ପହଞ୍ଚିଯାଇଛନ୍ତି। ଏହା ସହ ସେ ବିଶ୍ୱକପ୍ ଗୋଲ ମାମଲାରେ ଫ୍ରାନ୍ସ ଷ୍ଟାର କେଲିଆନ ଏମବାପେ, ଇଂଲଣ୍ଡ ଫରୱାର୍ଡ ମର୍କୋସ ରାସଫୋର୍ଡ ଓ ନେଦରଲାଣ୍ଡର କୋଡି ଗାକପୋଙ୍କ ସମକକ୍ଷ ହୋଇଛନ୍ତି।  


Also Read: FIFA 2022: କ୍ରୋଏସିଆ ବିପକ୍ଷରେ କାନାଡ଼ାର ଦ୍ରୁତତମ ଗୋଲ ସ୍କୋର, ନିଜ ନାମରେ କଲା ଏହି ରେକର୍ଡ


ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ମେସିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଆଉ ମ୍ୟାଚ୍ ପରବର୍ତ୍ତୀ ସାକ୍ଷାତକାରରେ ତାଙ୍କୁ ଖେଳର ଏକ କ୍ଲିପ୍ ଦେଖାଯାଇଥିଲା, ଯେଉଁଠାରେ ମେସିଙ୍କ ଗୋଲ ପରେ ତାଙ୍କ ପରିବାର ସଦସ୍ୟ ଉତ୍ସାହିତ ହୋଇ ଷ୍ଟାଡିୟମରେ ନାଚୁଥିଲେ। ଷ୍ଟାଡିୟମରେ ମେସିଙ୍କ ପତ୍ନୀ ଆଣ୍ଟୋନେଲା ରୋକୁଜୋ ଓ ତିନି ସନ୍ତାନ ଥିଆଗୋ, ମ୍ୟାଟେଓ ଏବଂ ସାଇରୋ ଉପସ୍ଥିତ ଥିଲେ। ପରିବାର ଲୋକଙ୍କ ଖୁସିକୁ ଦେଖି ମେସି ଖୁବ ଆନନ୍ଦିତ ହୋଇଯାଇଥିଲେ। ସେହି ସାକ୍ଷାତକାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।