Asia Cup 2023: ଗୋଟିଏ କ୍ଲିକରେ ଜାଣନ୍ତୁ ଏସିଆ କପ୍ ର ପୂରା କାର୍ଯ୍ୟସୂଚୀ, ଫର୍ମାଟ୍, ସ୍ଥାନ ଓ ମ୍ୟାଚ୍ ସମୟ
Asia Cup 2023: ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ୨ ସେପ୍ଟେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏଥି ସହିତ, ଏହି ଟୁର୍ଣ୍ଣାମେଣ୍ଟ ୩୦ ଅଗଷ୍ଟରୁ ଆରମ୍ଭ ହେଉଛି ।
Asia Cup Schedule, Format & Venue: ୩୦ ଅଗଷ୍ଟରୁ ଏସିଆ କପ୍ ୨୦୨୩ (Asia Cup 2023) ଆୟୋଜିତ ହେଉଛି । ଏଥି ସହିତ, ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ । ତେବେ ସୋମବାର ଦିନ ଭାରତୀୟ ଦଳର ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ମ୍ୟାଚ୍ ୨ ସେପ୍ଟେମ୍ବରରେ ଖେଳାଯିବ । ଭାରତ-ପାକିସ୍ତାନ ବ୍ୟତୀତ ୬ଟି ଦଳ ଏସିଆ କପ୍ ୨୦୨୩ ରେ ଭାଗ ନେଉଛନ୍ତି । ଏହି ଦଳଗୁଡ଼ିକରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ସାମିଲ ଅଛନ୍ତି । ଏହି ଦଳ ମଧ୍ୟରେ ମୋଟ ୧୩ ଟି ମ୍ୟାଚ୍ ଖେଳାଯିବ ।
ଏସିଆ କପ୍ ୨୦୨୩ କାର୍ଯ୍ୟସୂଚୀ (Asia Cup 2023 Schedule)
୩୦ ଅଗଷ୍ଟ: ପାକିସ୍ତାନ ବନାମ ନେପାଳ, ମୁଲତାନ
୩୧ ଅଗଷ୍ଟ: ବାଂଲାଦେଶ ବନାମ ଶ୍ରୀଲଙ୍କା, କାଣ୍ଡି
୨ ସେପ୍ଟେମ୍ବର: ପାକିସ୍ତାନ ବନାମ ଭାରତ, କାଣ୍ଡି
୪ ସେପ୍ଟେମ୍ବର: ଭାରତ ବନାମ ନେପାଳ, କାଣ୍ଡି
୫ ସେପ୍ଟେମ୍ବର: ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା, ଲାହୋର
ସୁପର -୪
୬ ସେପ୍ଟେମ୍ବର: A1 Vs B2, ଲାହୋର
୯ ସେପ୍ଟେମ୍ବର: B1 Vs B2, କଲମ୍ବୋ
୧୦ ସେପ୍ଟେମ୍ବର: A1 Vs A2, କଲମ୍ବୋ
୧୨ ସେପ୍ଟେମ୍ବର: A2 Vs B1, କଲମ୍ବୋ
୧୪ ସେପ୍ଟେମ୍ବର: A1 Vs B1, କଲମ୍ବୋ
୧୫ ସେପ୍ଟେମ୍ବର: A2 Vs B2, କଲମ୍ବୋ
୧୭ ସେପ୍ଟେମ୍ବର: ଫାଇନାଲ୍, କଲମ୍ବୋ
ଏହି ମ୍ୟାଚଗୁଡ଼ିକର ସମୟ କ’ଣ ରହିଛି?
ପାକିସ୍ତାନ ବ୍ୟତୀତ ଏସିଆ କପ୍ ୨୦୨୩ ଶ୍ରୀଲଙ୍କାରେ ଖେଳାଯିବ । ଭାରତୀୟ ଦଳର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଏହା ବ୍ୟତୀତ ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ ଆୟୋଜନ କରିବ । ଏସିଆ କପ୍ ମ୍ୟାଚ୍ କାଣ୍ଡି, ମୁଲତାନ୍, ଲୋହର ଓ କଲମ୍ବୋରେ ଖେଳାଯିବ । ପାକିସ୍ତାନ ଓ ନେପାଳ ମଧ୍ୟରେ ମ୍ୟାଚ୍ ୩୦ ସେପ୍ଟେମ୍ବରରେ ଅପରାହ୍ନ ୩.୩୦ ରୁ ଖେଳାଯିବ । ବାଂଲାଦେଶ ଓ ଶ୍ରୀଲଙ୍କାର ମ୍ୟାଚ୍ ୩୧ ଅଗଷ୍ଟରେ ଅପରାହ୍ନ ୧ ଟାରୁ କାଣ୍ଡିରେ ଖେଳାଯିବ । ୨ ସେପ୍ଟେମ୍ବର ଦିନ କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୧ ଟାରେ ଖେଳାଯିବ । ଏଥି ସହିତ ୫ ସେପ୍ଟେମ୍ବରରେ ଅପରାହ୍ନ ୩.୩୦ ରୁ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍ ଲାହୋରରେ ଖେଳାଯିବ । ଏସିଆ କପ୍ ୨୦୨୩ ODI ଫର୍ମାଟରେ ଅର୍ଥାତ୍ ୫୦ ଓଭର ଲେଖାଁଏ ଖେଳାଯିବ । ଗତ ବର୍ଷ ଟି-୨୦ ବିଶ୍ୱକପ ଥିବା ଯୋଗୁଁ ଏସିଆ କପ୍ର ଫର୍ମାଟ୍ ୨୦-୨୦ ଓଭର ଥିଲା । କିନ୍ତୁ ଏଥର ଏହାକୁ ODI ଫର୍ମାଟରେ ଖେଳାଯିବ ।
ଏହା ବି ପଢ଼ନ୍ତୁ: India Asia Cup Squad: ଏହି ୫ ଖେଳାଳିଙ୍କ ODI କ୍ୟାରିଅର୍ ହେଲା ଶେଷ! ଏସିଆ କପ୍ ଦଳରେ ସ୍ଥାନ ନ ପାଇବା ହେଲା କାଳ
ଏହା ବି ପଢ଼ନ୍ତୁ: KL Rahul's fitness: କେ.ଏଲ୍ ରାହୁଲଙ୍କ ଖେଳିବାକୁ ନେଇ ଏବେବି ରହିଛି ପ୍ରଶ୍ନବାଚୀ, ବ୍ୟାକଅପ୍ ପାଇଁ ଏହି ଖତରନାକ ଖେଳାଳିଙ୍କୁ ଦଳରେ କରାଗଲା ସାମିଲ