India vs Pakistan Match Result: ବର୍ଷା କାରଣରୁ ଧୋଇ ହୋଇଯାଇଛି ଭାରତ-ପାକିସ୍ତାନ ମ୍ୟାଚ। ସେପ୍ଟମ୍ବର ୨ ତାରିଖ ଶନିବାର ଶ୍ରୀଲଙ୍କା କ୍ୟାଣ୍ଡି ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ଏସିଆ କପ୍ ୨୦୨୩ ମୁକାବିଲାର ତୃତୀୟ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି। ଏହି ମ୍ୟାଚ୍ ରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ପରେ ଟିମ୍ ଇଣ୍ଡିଆ ୪୮.୯ ଓଭର ରେ ସମସ୍ତ ୱିକେଟ ହରାଇ ୨୬୬ ରନ୍ ସ୍କୋର କରିଥିଲା। ଭାରତୀୟ ଦଳର ପାଳି ଶେଷ ହେବା ପରେ ସମସ୍ତେ ଆଶା କରୁଥିଲେ ଯେ ମ୍ୟାଚ୍ ଯଥାଶୀଘ୍ର ଆରମ୍ଭ ହେବ। ହେଲେ ଲଗାତାର ବର୍ଷା ହେତୁ ଶେଷରେ ଅମ୍ପାୟାରମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବର୍ତ୍ତମାନ ୩ ପଏଣ୍ଟ ସହ ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି।


COMMERCIAL BREAK
SCROLL TO CONTINUE READING

ଶନିବାର ଅନୁଷ୍ଠିତ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେବା ପରେ ଭାରତୀୟ ଦଳକୁ ଗୋଟିଏ ପଏଣ୍ଟ ମିଳିଛି। ହେଲେ ସୁପର-୪ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ନେପାଳ ବିପକ୍ଷ ପରବର୍ତ୍ତୀ ମୁକାବିଲାରେ ଜିତିବା ଟିମ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସେପ୍ଟେମ୍ବର ୪ ତାରିଖରେ ଶ୍ରୀଲଙ୍କା ପଲ୍ଲେକେଲେ ଷ୍ଟାଡିୟମ ଠାରେ ନେପାଳ ବିପକ୍ଷରେ ଭାରତ ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଖେଳିବ।


ପାକିସ୍ତାନୀ ପେସର ଦେଖାଇଲେ ସେମାନଙ୍କ ଯାଦୁ, ଇଶାନ-ହାର୍ଦ୍ଦିକ କରିଥିଲେ ପ୍ରଭାବିତ 
ଭାରତ-ପାକିସ୍ତାନ ମୁକାବିଲାରେ ଭାରତୀୟ ଦଳର ଇନିଂସ ବିଷୟରେ ଆଲୋଚନା କରାଯାଏ, ତାହେଲେ ଟସ୍ ଜିତିବା ପରେ ପାକିସ୍ତାନୀ ଦ୍ରୁତ ବୋଲର ଙ୍କ ବିରୋଧରେ ଟିମ ଇଣ୍ଡିଆ ସଂଗ୍ରାମ ସ୍ପଷ୍ଟ ଦେଖାଯାଉଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବୋଲ୍ଡ କରି ଶାହିନ୍ ଆଫ୍ରିଦି ଆରମ୍ଭରେ ଭାରତୀୟ ଦଳକୁ ଦୁଇଟି ବଡ଼ ଧକ୍କା ଦେଇଥିଲେ। ଏହା ପରେ ୬୬ ସ୍କୋର ପର୍ଯ୍ୟନ୍ତ ଗିଲ ଏବଂ ଶ୍ରେୟାସ ମଧ୍ୟ ପାଭିଲିୟନ ଫେରିଯାଇଥିଲେ।


ଏଠାରୁ ଇଶାନ କିଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ ନେତୃତ୍ୱ ନେଇ ଭାରତୀୟ ଦଳକୁ ଦୃସ୍ଥିତିରେ ରଖିବା ପାଇଁ ପଞ୍ଚମ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟ ୮୭ ରନ୍ ସ୍କୋର କରିଥିବା ବେଳେ, ଇଶନ କିଶନ ୮୨ ରନ୍ ସଂଗ୍ରହ କରିଥିଲେ।


ପାକିସ୍ତାନ ଟିମ୍ ପାଇଁ ଦଳର ଦ୍ରୁତ ବୋଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତୃତୀୟ ମ୍ୟାଚ୍ ରେ ପାକିସ୍ତାନୀ ବୋଲର  ଭାରତୀୟ ଦଳର ସମସ୍ତ 10 ୱିକେଟ୍ ନେଇଥିଲେ। ଶାହିନ୍ ଆଫ୍ରିଦି ୧୦ ଓଭର ବୋଲି ୩୫ ରନ୍ ବ୍ୟୟ କରି ୪ ୱିକେଟ୍ ନେଇଥିଲେ। ସେହିପରି ନସୀମ ଶାହା ଏବଂ ହରିସ୍ ରଉଫ ତିନୋଟି ଲେଖାଁଏ ୱିକେଟ୍ ନେଇଥିଲେ। ଏବେ ପାକିସ୍ତାନ ଦଳ ଲାହୋର ଷ୍ଟାଡିୟମ ଠାରେ ସେପ୍ଟେମ୍ବର ୬ ତାରିଖ ବୁଧବାର ପ୍ରଥମ 
ସୁପର-୪ ମ୍ୟାଚ୍ ଖେଳିବ।