Pakistan Vs West Indies: ପାକିସ୍ତାନର ମୁଲତାନରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ODI ରେ ଆୟୋଜକ ଟିମ୍ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ପାଞ୍ଚ ୱିକେଟ୍ ରେ ପରାସ୍ତ କରିଛି ଏବଂ ଅଧିନାୟକ ବାବର ଆଜମ ( Babar Azam) ଦଳକୁ ଜିତାଇବା ପାଇଁ ଏକ ଚମତ୍କାର ଇନିଂସ ଖେଳିଛନ୍ତି । ବାବର ଏହି ମ୍ୟାଚରେ ୧୦୩ ରନ୍ କରି ଅନେକ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ । ଯେଉଁଥିରେ ସବୁଠାରୁ ଦ୍ରୁତ ୧୭ ତମ ଶତକ ମରିବାର ରେକର୍ଡ଼ ରହିଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର୍ ହାସିମ ଆମଲାଙ୍କୁ ପଛରେ ପକାଇ ବାବର ନିଜ କ୍ୟାରିୟରର ୮୫ ତମ ଇନିଂସରେ ଏହି ରେକର୍ଡ କରିଛନ୍ତି । ଯାହାକୁ ୯୮ ଇନିଂସରେ ଆମଲା ହାସଲ କରିଥିଲେ । ଏହି ଐତିହାସିକ ଇନିଂସ ସମୟରେ ବାବର ଆଜାମ ଅଧିନାୟକ ଭାବରେ ଦ୍ରୁତତମ ୧୦୦୦ ରନ୍ ପାଇଁ ବିଶ୍ୱ ରେକର୍ଡ ମଧ୍ୟ ରଖିଥିଲେ, ଯାହାର ରେକର୍ଡ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଥିଲା ।


COMMERCIAL BREAK
SCROLL TO CONTINUE READING

ବାବର ଆଜମ ନଅଟି ଚୌକା ଓ ୧୦୭ ଟି ବଲରେ ଏହି ଇନିଂସ ଖେଳିଥିଲେ । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ଆଠଟି ପାଇଁ ୩୦୫ ରନ ସ୍କୋର କରିଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଶାଇ ହୋପ୍ ୧୨୭ ରନର ଇନିଂସ କରିଥିଲେ । ଏହାର ଜବାବରେ ପାକିସ୍ତାନ ୪୯.୨ ଓଭରରେ ପାଞ୍ଚ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରି ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ପାକିସ୍ତାନ ପାଇଁ ଇମାମ-ଉଲ-ହକ ୬୫ ରନ କରିଥିବାବେଳେ, ଖୁସିଦିଲ ଶାହା ୨୩ ଟି ବଲରୁ ୪୧ ରନ ସ୍କୋର କରିଥିଲେ । ଏହା ବ୍ୟତୀତ ମହମ୍ମଦ ରିଜୱାନ ୫୯ ରନର ଇନିଂସ ଖେଳିଥିଲେ ।


ବାବର ଆଜାମଙ୍କ ଦ୍ରୁତ ୧୭ ତମ ଶତକ ବିଷୟରେ କହିବାକୁ ଗଲେ ଏହି ବିଶ୍ୱ ରେକର୍ଡ ପୂର୍ବରୁ ହାସିମ ଆମଲାଙ୍କ ନାମରେ ରେକର୍ଡ ଥିବାବେଳେ ବିରାଟ କୋହଲି ଏହି ପ୍ରସଙ୍ଗରେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ୧୭ ଟି ODI ଶତକ ହାସଲ କରିବାକୁ ବିରାଟ କୋହଲି ୧୧୨ ଟି ଇନିଂସ ନେଇଥିବାବେଳେ, ଅଷ୍ଟ୍ରେଲୀୟ ଓପନର୍ ଡେଭିଡ ୱାର୍ଣ୍ଣର ୧୧୩ ଇନିଂସରେ ଏହି ମାଇଲଖୁଣ୍ଟ ପୂରଣ କରିଥିଲେ । ଏହା ବ୍ୟତୀତ ବାବର ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି, ଯିଏ ଦୁଇଥର ODI ରେ ଶତକ ହ୍ୟାଟ୍ରିକ ମାରିଛନ୍ତି । ବାବରଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ୫୯.୭୮ ହାରାହାରି ୮୭ ଟି ମ୍ୟାଚ୍ର ୮୫ ଟି ଇନିଂସରେ ୪୩୬୪ ରନ୍ ସଂଗ୍ରହ କରିଛନ୍ତି ଏବଂ ଷ୍ଟ୍ରାଇକ୍ ହାର ୯୦.୪୩ ରହିଛି, ଯେଉଁଥିରେ ୧୭ ଟି ଶତକ ଏବଂ ୧୮ ଅର୍ଦ୍ଧ ଶତକ ରହିଛି ।


ଏହା ବି ପଢ଼ନ୍ତୁ: ଉତ୍ତେଜନାମୂଳକ ବୟାନକୁ ନେଇ ଆକ୍ସନ ମୁଡ଼ରେ ପୋଲିସ; ଓୱେସି ଓ ନରସିଂହାନନ୍ଦଙ୍କ ବିରୋଧରେ FIR


ଏହା ବି ପଢ଼ନ୍ତୁ: ନୁପୁରଙ୍କୁ ନେଇ ଲେକ୍ଚର ଦେଉଥିବା ପାକିସ୍ତାନରେ ହିନ୍ଦୁମନ୍ଦିର ଉପରେ ଆକ୍ରମଣ; ଭାଙ୍ଗି ଦେଲେ ମୂର୍ତ୍ତି