Chetan Sharma Resign: ନୂଆଦିଲ୍ଲୀ: ବିବାଦ ପରେ ପଦ ଛାଡ଼ିଲେ ଚେତନ ଶର୍ମା (Chetan Sharma)। ଭାରତୀୟ କ୍ରିକେଟ୍ ଦଳର (Indian Team) ମୁଖ୍ୟ ଚୟନକର୍ତ୍ତା (Chief Selector) ଚେତନ ଶର୍ମା (Chetan Sharma) ଏକ ଷ୍ଟିଙ୍ଗ୍ ଅପରେସନ୍ (Sting Operation) ପରେ ତାଙ୍କ ପଦରୁ ଆଜି ଅର୍ଥାତ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏକ ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମା ଭାରତୀୟ ଦଳ ଏବଂ ଖେଳାଳିଙ୍କ ସହ ଜଡିତ ଅନେକ ଗୁମର ଖୁଲାସା କରିଥିଲେ। ଏହା ପରେ ସେ ଲଗାତାର ବିବାଦରେ ଥିଲେ। ବର୍ତ୍ତମାନ ସେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିର ସଭାପତି ପଦ ଛାଡିଛନ୍ତି। ଚେତନ ଶର୍ମା ତାଙ୍କ ଇସ୍ତଫାକୁ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟକୁ ପଠାଇଛନ୍ତି ଏବଂ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଜୀ ନ୍ୟୁଜ ପକ୍ଷରୁ ହୋଇଥିବା ଏକ ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା କ୍ରୀଡ଼ା ଜଗତର ଅନେକ ଗୁମର ଖୋଲି ଦେଇଥିଲେ। ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କ ଠାରୁ ଆରମ୍ଭ କରି ଖେଳାଳିମାନେ ନିଜକୁ ଫିଟ ରଖିବା ପାଇଁ ନେଉଥିବା ଇଞ୍ଜେକସନ ସମ୍ପର୍କରେ ଅନେକ ଗୁମର କହିଥିଲେ। ଚେତନ କହିଥିଲେ କି ଭାରତୀୟ କ୍ରିକେଟ ଟିମର ଖେଳାଳିମାନେ ୮୦ ପ୍ରତିଶତ ଫିଟ ଥିବା ବେଳେ ସେମାନେ ଇଞ୍ଜେକସନ ବ୍ୟବହାର କରିଥାନ୍ତି। ଯାହା ଫଳରେ ସେମାନେ ଶତ ପ୍ରତିଶତ ଫିଟ ରହିଥାନ୍ତି। ଏହି ଇଞ୍ଜେକସନ ସବୁ ପେନ କିଲର ନୁହେଁ। ଏହି ଇଞ୍ଜେକସନରେ ଏଭଳି ଔଷଧ ବ୍ୟବହାର ହୋଇଥାଏ ଯାହା ଡୋପ ଟେଷ୍ଟରେ ଧରା ପଡ଼ିନଥାଏ। ନକଲି ଫିଟନେସ ଇଞ୍ଜେକସନ ନେବା ପାଇଁ ପ୍ରତି ଖେଳାଳିଙ୍କ ନିକଟରେ ଡାକ୍ତର ମଧ୍ୟ ରହିଥାନ୍ତି। ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ପରେ ଏହି ନକଲି ଇଞ୍ଜେକସନ ନେଇଥାନ୍ତି ବୋଲି ସେ କହିଛନ୍ତି। 


ଗତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କ ଏବଂ ଦଳ ପରିଚାଳନା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଚେତନ ଶର୍ମା ଅଭିଯୋଗ କରିଛନ୍ତି। ବୁମରା ଏପର୍ଯ୍ୟନ୍ତ ଟିମରୁ ଦୂରେଇ ରହିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଗାଭାସ୍କର ସିରିଜରୁ ବାଦ ପଡିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ତାଙ୍କୁ ଖେଳିବାକୁ ମଧ୍ୟ ଦେଖିବାକୁ ମିଳିବ ନାହିଁ।


ଚେତନ ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଅଧିନାୟକ କୋହଲି ଏବଂ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଏକ ଅହଙ୍କାରର ଯୁଦ୍ଧ ହୋଇଥିଲା। କୋହଲିଙ୍କ ଅଧିନାୟକତ୍ୱ ବିବାଦ ବିଷୟରେ ପ୍ରକାଶ କରିବାବେଳେ ଚେତନ କହିଛନ୍ତି- କୋହଲି ଅନୁଭବ କରିଛନ୍ତି ଯେ ସୌରଭ ଗାଙ୍ଗୁଲିଙ୍କ ପାଇଁ ତାଙ୍କୁ ଅଧିନାୟକତ୍ୱ ହରାଇବାକୁ ପଡିଥିଲା, କିନ୍ତୁ ତାହା ନୁହେଁ। ଚୟନ କମିଟିର ଭିଡିଓ କନଫରେନ୍ସରେ ଅନେକ ଲୋକ ଥିଲେ, ତା’ପରେ ଗାଙ୍ଗୁଲି କୋହଲିଙ୍କୁ କହିଥିଲେ ନିଷ୍ପତ୍ତି ବିଷୟରେ ଥରେ ଭାବନ୍ତୁ। ମୁଁ ଭାବୁଛି କୋହଲି ଏହା ଶୁଣି ନାହାଁନ୍ତି। ମୁଖ୍ୟ ଚୟନକର୍ତ୍ତା ଚେତନ ଅନେକ ବିବାଦୀୟ ଦାବି କରିଥିବାରୁ ବିସିସିଆଇ ଏହାକୁ ଗୁରୁତର ସହ ନେଇଛି। ବୋର୍ଡ ସହିତ ଚୁକ୍ତିନାମା ଅନୁଯାୟୀ, କୌଣସି ଖେଳାଳି କିମ୍ବା ଅଧିକାରୀଙ୍କୁ ଗଣମାଧ୍ୟମରେ କୌଣସି ବ୍ୟକ୍ତିଗତ ବିଷୟ ଉପରେ ଆଲୋଚନା କରିବାକୁ ଅନୁମତି ନାହିଁ। ଚେତନ ଏହାକୁ ଖଣ୍ଡନ କରିଛନ୍ତି। ଏହି କାରଣରୁ ତାଙ୍କୁ ବର୍ତ୍ତମାନ ଇସ୍ତଫା ଦେବାକୁ ପଡିବ।