Asia Cup 2023, ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ଏସିଆ କପ ଆୟୋଜନ ହେବ। ତେବେ ଏଥିରେ ଭାରତ ଭାଗ ନେବ ନାହିଁ ବୋଲି କୁହାଯାଉଛି। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, Asia Cup 2023 ପାଇଁ ଭାରତ, ପାକିସ୍ତାନ ଗସ୍ତ କରିବ ନାହିଁ। ଏହାପରେ ପୂର୍ବତନ ପାକିସ୍ତାନୀ ବ୍ୟାଟର ସୟଦ ଅନୱାର ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ସମସ୍ତ ଅନ୍ତର୍ଜାତୀୟ ଦଳ ପାକିସ୍ତାନକୁ ଆସୁଛନ୍ତି, ତେବେ ବିସିସିଆଇର ଅସୁବିଧା କଣ? ଅନୱାର କହିଛନ୍ତି ଯେ, ଯଦି ବିସିସିଆଇ ଏକ ନିରପେକ୍ଷ ସ୍ଥାନକୁ ଯିବାକୁ ଇଚ୍ଛୁକ, ତେବେ PCB ତାହା କରିବା ଉଚିତ ... ଭାରତରେ ହେବାକୁ ଥିବା World Cup 2023 ପାଇଁ ମଧ୍ୟ ସମାନ ପଦକ୍ଷେପ ନେବା ଜରୁରୀ।


COMMERCIAL BREAK
SCROLL TO CONTINUE READING

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ୍ ଟୁର୍ନାମେଣ୍ଟ ପାଇଁ ଭାରତ, ପାକିସ୍ତାନ ଗସ୍ତ କରିବ। ଏହି ଖବର ଉଭୟ ଦେଶର କ୍ରିକେଟ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। କିନ୍ତୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ, ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ, ପାକିସ୍ତାନ ଯାତ୍ରା କରିବ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟ ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେଉ ବୋଲି ସେ କହିଛନ୍ତି। ମଙ୍ଗଳବାର ମୁମ୍ବାଇରେ ବୋର୍ଡର ବର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ଜୟ ଶାହା, ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କହିଥିଲେ। 


Also Read: BCCI ସଭାପତି ପଦ ହରାଇବା ପରେ ସୌରଭ ଗାଙ୍ଗୁଲି ରୋଜର ବିନ୍ନିକୁ ନେଇ ଦେଲେ ବଡ଼ ବୟାନ


ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ପାକିସ୍ତାନ, Asia Cup 2023  ଏବଂ ICC Champions Trophy 2025 ହୋଷ୍ଟ କରିବ। ଭାରତ ଶେଷ ଥର ପାଇଁ ପାକିସ୍ତାନରେ ୨୦୦୮ରେ ଦ୍ୱିପାକ୍ଷିକ ସିରିଜରେ ଖେଳିଥିଲା । ଏବେ ଉଭୟ ଦେଶ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ନାମେଣ୍ଟରେ ସୀମିତ ଅଛନ୍ତି। ସାମ୍ପ୍ରତିକ ସମୟରେ ଏହି ଏସିଆ କପରେ ମଧ୍ୟ ଅଙ୍କୁଶ ଲାଗିଛି। ଏସିସି ସଭାପତି ଜୟ ଶାହା କହିଛନ୍ତି, "Asia Cup 2023 ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରାଯିବ। ଭାରତ, ପାକିସ୍ତାନ ଯିବ ନାହିଁ କି ସେମାନେ ଭାରତ ଆସିବେ ନାହିଁ। ବିଗତ ଦିନରେ ଏମିତି ଅନେକ ଘଟଣା ଘଟିଛି। ଉଭୟ ଦେଶ ଏକ ନିରପେକ୍ଷ ଭେନ୍ୟୁରେ ଖେଳିଛନ୍ତି।"


 



ଭାରତର ଏହି ନିଷ୍ପତ୍ତି ଉପରେ ପାକିସ୍ତାନର ପୂର୍ବତନ ଓପନର୍ ସୟଦ ଅନୱାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଯେତେବେଳେ ସମସ୍ତ ଅନ୍ତର୍ଜାତୀୟ ଦଳ ଏବଂ ଆନ୍ତର୍ଜାତୀୟ କ୍ରିକେଟରମାନେ ପାକିସ୍ତାନକୁ ଆସନ୍ତି, ତେବେ ବିସିସିଆଇର ଅସୁବିଧା କ’ଣ? ଯଦି ବିସିସିଆଇ ଏକ ନିରପେକ୍ଷ ଭେନ୍ୟୁକୁ ଯିବାକୁ ଇଚ୍ଛା କରୁଛି, ତେବେ PCB ମଧ୍ୟ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ପାଇଁ ଏକ ନିରପେକ୍ଷ ଭେନ୍ୟୁ ଦାବି କରିବା ଉଚିତ୍।" ବୁଧବାର ଅନୱାର ଟ୍ୱିଟ୍ କରି ଏହା କହିଛନ୍ତି।