Venkatesh Prasad: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦ ବିସିସିଆଇର ସିଲେକ୍ଟିଂ କମିଟିର ନୂଆ ଅଧ୍ଯକ୍ଷ ରୂପରେ ଦାୟିତ୍ୱ ନେବାକୁ ପ୍ରସ୍ତୁତି ଜାରି ରଖିଛନ୍ତି। ବିସିସିଆଇର ସୂତ୍ର ଅନୁସାରେ, ମୁଖ୍ୟ ସିଲେକ୍ଟର୍ସ ପଦ ପାଇଁ ଆବେଦନ କରିଥିବା ସବୁ ତାଲିକାରୁ ଭେଙ୍କଟେସ ପ୍ରସାଦ ହିଁ ସବୁଠାରୁ କୁଶଳ କ୍ରିକେଟର ବୋଲି ଜଣାପଡିଛି।  ତେବେ କୁହାଯାଉଛି ଯେ, ତାଙ୍କୁ ଶୀଘ୍ର ହିଁ ସିଲେକ୍ଟିଂ ଟିମର ଅଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇପାରେ। ଏହି କଥାକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି। ଏକ ନୂଆ କମିଟି ପାଇଁ ବିସିସିଆଇ ଏକ ଚୟନକର୍ତ୍ତା ରୂପରେ ଜଣେ T-20 ବିଶେଷଜ୍ଞଙ୍କୁ ଖୋଜୁଛି। 


COMMERCIAL BREAK
SCROLL TO CONTINUE READING

ଭେଙ୍କଟେସ ପ୍ରସାଦ ନିଜ କ୍ୟାରିୟର (Venkatesh Prasad Carrer)ରେ ଜଣେ ଭଲ ବୋଲର ଭାବେ ପରିଚିତ। ତାଙ୍କ କ୍ୟାରିୟରରେ ସେ ୩୩ଟି ଟେଷ୍ଟ ଓ ୧୬୧ ଟି ୱାନଡେ ଖେଳିଛନ୍ତି। ସେ ନିଜ କ୍ୟାରିୟରରେ ୨୯୦ ଟି ଅନ୍ତଃରାଷ୍ଟ୍ରୀୟ ୱିକେଟ ନିଜ ଦଖଲରେ ନେଇଛନ୍ତି। ସେଥିପାଇଁ ନୂଆ ସିଲେକ୍ଟର୍ସ ପଦ ପାଇଁ ସେ ହେଉଛନ୍ତି ସବୁଠାରୁ ଅନୁଭବୀ କ୍ରିକେଟର । ତେବେ BCCI ତାଙ୍କ ନାଁ ଚୟନକର୍ତ୍ତାର ଅଧ୍ୟକ୍ଷ ପଦରେ ମୋହର ମାରିବା ନେଇ ଚର୍ଚ୍ଚା ଜୋରଦାର ଲାଗିରହିଛି। ବିସିସିଆଇ ନିକଟତମ ସୂତ୍ର ହିସାବରେ ଯଦି ଦେଖିବା ସିଲେକ୍ଟିଂ କମିଟିକୁ ଅନ୍ତିମ ରୂପ ଦେବାରେ ଆଉ କିଛିଦିନ ବାକି ଅଛି। ଆଉ ଆଶା କରାଯାଉଛି ଯେ, ଚଳିତ ମାସ ଶେଷ ବେଳକୁ ହିଁ ଏହାର ଘୋଷଣା କରିଦିଆଯାଇପାରେ। 


Also Read: ଟିମ୍ ଇଣ୍ଡିଆରେ ହଠାତ୍ କରାଗଲା ବଡ଼ ପରିବର୍ତ୍ତନ, ଶେଷ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଗଲା ଦଳରେ ସାମିଲ


ବିସିସିଆଇର ଆକଳନ ଅନୁସାରେ, ପୂର୍ବତନ କ୍ରିକେଟର ଭେଙ୍କଟେସ ପ୍ରସାଦ (Former Cricketer Venkatesh Prasad) ଅନୁଭବି କ୍ରିକେଟରଙ୍କ ମଧ୍ୟରୁ ଜଣେ।  ପ୍ରକୃତରେ ଏହାକୁ ନେଇ କୌଣସି ଔପଚାରିକ ଭାବେ ଘୋଷଣା ନହୋଇଥିଲେ ମଧ୍ୟ ଭେଙ୍କଟେସ ପ୍ରସାଦଙ୍କୁ ସିଲେକ୍ଟିଂ ଟିମର ଅଧ୍ୟକ୍ଷ ରୂପରେ ନୋମିନେଟ କରିବା ନେଇ ବେଶ ଚର୍ଚ୍ଚା ଲାଗିରହିଛି। ସେହିପରି ପୂର୍ବତନ କ୍ରିକେଟ ଖେଳାଳୀ ମଦନଲାଲ, ଆରପି ସିଂ, ସୁଲକ୍ଷଣା ନାଇକଙ୍କ ୪୪  ଆବେଦନ ଯାଞ୍ଚ କରିବା ପରେ ସେଥିମଧ୍ୟରୁ ୫ ଜଣଙ୍କ ସାକ୍ଷାତକାର ନେବାକୁ ନିଷ୍ପତ୍ତି ନେଇଛନ୍ତି। 


Also Read: IND vs BAN 3rd ODI Weather Forecast: ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ


BCCI ସୂତ୍ର ଅନୁଯାୟୀ, ତିନି ଜଣିଆ କମିଟି ଭେଙ୍କଟେସ ପ୍ରସାଦ, ପୂର୍ବତନ ସ୍ପିନର ସୁନୀଲ ଯୋଶୀ, କ୍ରିକେଟରରୁ ଆନାଉନସର ହୋଇଥିବା ଏଲ ଶିବରାମକ୍ରିଷ୍ଣ, ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂ ଓ ପୂର୍ବତନ ସ୍ପିନର ରାଜେଶ ଚୌହାନଙ୍କୁ ନେଇ କଥାବାର୍ତ୍ତା ଚାଲିଛି।